ତେଲକୋଇ,୨୪/୦୮: ଲଗାଣ ବର୍ଷାରେ ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଘାଟିରେ ଭୂସ୍ଖଳନ ହୋଇଛି । ଶନିବାର ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଭୂସ୍ଖଳନ ହୋଇଥିଲା । ମାଟି ଆତଡ଼ା ଖସି ଆସି ରାସ୍ତାରେ ପଡ଼ିଛି । ଯାହାଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି । ସେପଟେ ଜୁଡ଼ିଆ ଘାଟି ପାହାଡ଼ରୁ ମଧ୍ୟ ବଡ ବଡ ପଥର ଖସି ପଡ଼ିଛି । ଫଳରେ ରାସ୍ତା ଅବରୋଧ ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନ୍ୟପଟେ ଏନଚଏଆଇ ପକ୍ଷରୁ ରାସ୍ତାରୁ ପଥର ହଟାଇବା କାର୍ଯ୍ୟ ଜାରି ରହିଛି ।