ପ୍ରମୂଖ ଖବର
  • ପଶ୍ଚିମବଙ୍ଗ ଅଶାନ୍ତ ! ଗତ ୨୪ ଘଣ୍ଟାରେ ଦୁଇ ଜଣ ଟିଏମସି ନେତାଙ୍କୁ ହତ୍ୟା
  • ||
  • ବରମୁଣ୍ଡା ସମାବେଶରେ ରାହୁଲଙ୍କ ରଣହୁଙ୍କାର : 'ସମ୍ବିଧାନକୁ ଆକ୍ରମଣ କରୁଛି ଡବଲ ଇଞ୍ଜିନ, ଓଡ଼ିଶା ବଞ୍ଚାଇବା ଆମ ଦାୟିତ୍ଵ'
  • ||
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଲଗାଣ ବର୍ଷା ଯୋଗୁଁ ଶିମିଳିପାଳରେ ଭୂସ୍ଖଳନ; କଳିକା ପ୍ରସାଦ-ଗୁଡ଼ୁଗୁଡ଼ିଆ ରାସ୍ତାରେ ଧସିଲା ମାଟି, ଯୋଗାଯୋଗ ବିଛିନ୍ନ

Published By : Rasmita Pradhan | June 30, 2025 1:51 PM

ବାରିପଦା, ୩୦/୦୬ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଶିମିଳିପାଳରେ ଭୂସ୍ଖଳନ। କଳିକା ପ୍ରସାଦ-ଗୁଡ଼ୁଗୁଡ଼ିଆ ରାସ୍ତାରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଯଶିପୁର ପଟୁ ଶିମିଳିପାଳକୁ ପ୍ରବେଶ ଅସମ୍ଭବ ହୋଇପଡ଼ିଛି। ଚାରି ଚକିଆ ଯାନ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଖୁବ୍‌ଶୀଘ୍ର ରାସ୍ତା ମରାମତି କରାଯାଉଥିବା ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି । ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । 

ସୂଚନା ଥାଉକି, ମୌସୁମୀ ବର୍ଷା ଯୋଗୁ ଆସନ୍ତା ୧ ଜୁଲାଇ ଠାରୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବ। କେବଳ ରାତ୍ରୀ ରହଣି ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକମାନେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବେ । ଏହା ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏ ନେଇ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ମୌସୁମୀ ବର୍ଷା ପ୍ରଭାବ; ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.