ନୂଆଦିଲ୍ଲୀ,୧୧/୦୯:  ଏଲନ୍‌ ମସ୍କଙ୍କୁ ପଛରେ ପକାଇ ଓରାକଲ୍‌ର ଲ୍ୟାରୀ ଏଲିସନ୍‌ ପାଲଟିଛନ୍ତି ବିଶ୍ୱର  ସବୁଠାରୁ ଧନୀ ବ୍ୟକ୍ତି ।  ଦିନକରେ ଓରାକଲ୍‌ ଅଧ୍ୟକ୍ଷ  ତଥା ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ଏଲିସନ୍‌ଙ୍କ ସମ୍ପତ୍ତି ୧୦୧୦୦ କୋଟି ଡଲାର ବା ୯ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି ।  ବୁଧବାର ଓରାକଲ୍‌ର ସେୟାର ମୂଲ୍ୟରେ ବଡ଼ ବୃଦ୍ଧି ଯୋଗୁ ଏଲିସନ୍‌ଙ୍କ ନେଟ୍‌  ସମ୍ପତ୍ତିରେ ବୃଦ୍ଧି ଦେଖାଦେଇଛି।

ବୁଧବାର ନ୍ୟୁୟର୍କ ସମୟ ସକାଳ ୧୦.୧୦ ସୁଦ୍ଧା  ତାଙ୍କର ମୋଟ ସମ୍ପତ୍ତି ୩୯୩ ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା । ଫଳରେ ସେ  ମସ୍କଙ୍କୁ ଟପିଯାଇଥିଲେ । କୌଣସି ଅରବପତିଙ୍କ ସମ୍ପତ୍ତିରେ ଏହା ଏଯାବତ୍‌  ସର୍ବାଧିକ ଦୈନିକ ବୃଦ୍ଧି । ଓରାକଲ୍‌ର ସେୟାର ମୂଲ୍ୟ ୪୧% ବଢ଼ିବା ପରେ  ଏଲିସନ୍‌ଙ୍କ ନେଟ୍‌ ସମ୍ପତ୍ତି ବଢ଼ିଯାଇଥିଲା ।

ବ୍ଲୁମ୍‌ବର୍ଗ ବିଲିୟନେୟାର ସୂଚୀ ଅନୁସାରେ, ମସ୍କଙ୍କ ନେଟ୍‌ ସମ୍ପତ୍ତି ରହିଛି ୩୮୫ ବିଲିୟନ ଡଲାର ।