ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପଞ୍ଚଭୂତରେ ଲୀନ ମନୋଜ କୁମାରଙ୍କ ପାର୍ଥିବ ଶରୀର, ଲୁହ ଭିଜା ଆଖିରେ ବିଦାୟ ଦେଲା ବଲିଉଡ଼

Published By : Ankita S | April 5, 2025 11:56 AM

ମୁମ୍ବାଇ,୦୫/୦୪: ପଞ୍ଚଭୂତରେ ବିଲୀନ ହୋଇଛି ବଲିଉଡ଼ କିମ୍ବଦନ୍ତୀ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କ ପାର୍ଥିବ ଶରୀର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ମୁମ୍ବାଇ ସ୍ଥିତ ଭିଲେ ପାର୍ଲେରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ କୁନାଲ ଗୋସ୍ୱାମୀ ମୁଖାଗ୍ନୀ ଦେଇଛନ୍ତି । ଲୁହ ଭିଜା ଆଖିରେ ଭାରତ କୁମାରଙ୍କୁ ବିଦାୟ ଦେଇଛି ବଲିଉଡ଼ ।

ମନୋଜ କୁମାରଙ୍କ ଶେଷ ଦର୍ଶନ କରିଥିଲେ ବଲିଉଡ଼ର ବହୁ ଅଭିନେତା ଅଭିନେତ୍ରୀ । ପୂର୍ବାହ୍ନ ପାଖାପାଖି ସାଢ଼େ ୧୦ଟାରେ ବାସ ଭାବନରୁ ଶେଷଯାତ୍ରାରେ ବାହାରିଥିଲେ ମନୋଜ କୁମାର । ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ,ରାଜପାଲ ଯାଦବ, ବିନ୍ଦୁ ଦାରା, ସଂଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ, ଅଭିନେତା ପ୍ରେମ୍ ଚୋପ୍ରା ମନୋଜଙ୍କ ଶେଷକୃତ୍ୟରେ ସାମିଲ ହୋଇଥିଲେ । ମହାରାଷ୍ଟ୍ର ମନ୍ତ୍ରୀ ପ୍ରତାପ ସରନେକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମନୋଜ କୁମାରଙ୍କ ଅନ୍ତିମ ଯାତ୍ରାରେ ଯୋଗ ଦେଇଥିଲେ ।

ଅଧିକ ପଢନ୍ତୁ...ମନୋଜ କୁମାରଙ୍କ ପାକିସ୍ତାନ କନେକ୍ସନ...ଜାଣନ୍ତୁ କିପରି ବନିଥିଲେ 'ଭାରତ କୁମାର'

ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ସହ ଲିଭର ସିରୋସିସ ରୋଗରେ ପୀଡ଼ିତ ଥିଲେ ମନୋଜ କୁମାର । ସପ୍ତାହେ ହେବ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଗତକାଲି (ଶୁକ୍ରବାର) ମନୋଜ କୁମାରଙ୍କର ଦେହାନ୍ତ ହୋଇଥିଲା । ୮୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମନୋଜ କୁମାର । ଦେଶଭକ୍ତି ପାଇଁ ବଲିଉଡ଼ର ଭାରତ କୁମାର ନାମରେ ପରିଚୟ ପାଇଥିଲେ । ହିନ୍ଦୀ ସିନେମା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି । ପଦ୍ମଶ୍ରୀ ସମେତ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଥିଲେ । ଫିଲ୍ମ 'ଉପକାର' ର ମେରେ ଦେଶ କୀ ଧରତୀ... ଗୀତ ଆଜି ବି ସର୍ବୋତ୍ତମ ଦେଶଭକ୍ତି ଗୀତ ମଧ୍ୟରୁ ଅନ୍ୟତମ ଭାବରେ ଗଣାହୁଏ । ମନୋଜ କୁମାରଙ୍କ ବିୟୋଗରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି । ଲୁହ ଭିଜା ଆଖିରେ ତାଙ୍କୁ ବିଦାୟ ଦେଇଛି ବଲିଉଡ଼ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.