ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମନୋଜ କୁମାରଙ୍କ ପାକିସ୍ତାନ କନେକ୍ସନ...ଜାଣନ୍ତୁ କିପରି ବନିଥିଲେ 'ଭାରତ କୁମାର'

Published By : Ankita S | April 4, 2025 12:11 PM

ମୁମ୍ବାଇ,୦୪/୦୪: ବଲିଉଡ଼ର ସୁପରଷ୍ଟାର ମନୋଜ କୁମାର ଓରଫ୍ ଭାରତ କୁମାରଙ୍କ ଦେହାନ୍ତ ହୋଇଛି । ପାକିସ୍ତାନରେ ଜନ୍ମିତ ମନୋଜ ଭାରତରେ 'ଭାରତ କୁମାର' ଭାବେ ପରିଚୟ ପାଇଥିଲେ । ୮୭ ବର୍ଷରେ ତାଙ୍କର ପରଲୋକ ହୋଇଛି । ଅଭିନେତା ଓ ନିର୍ଦ୍ଦେଶକ ଭାବେ ଦର୍ଶକଙ୍କ ହୃଦୟରେ ଘର କରିଥିଲେ ମନୋଜ । ମନୋଜଙ୍କ ବିଷୟରେ କିଛି କଥା ରହିଛି ଯାହା କମ୍ ଲୋକ ଜାଣନ୍ତି । ଯେଉଁଠି ଆତଙ୍କୀ ଓସାମା ବିଲ୍ ଲାଡ଼େନର ହତ୍ୟା ହୋଇଥିଲା ସେ ସ୍ଥାନ ସହ ମନୋଜଙ୍କର କନେକ୍ସନ ରହିଛି । ଏ କଥା କହିବାର କାରଣ ମନୋଜଙ୍କର ଜନ୍ମ ସେହି ସ୍ଥାନରେ ହୋଇଥିଲା ।

ପାକିସ୍ତାନ ସହ ମନୋଜ କୁମାରଙ୍କ କନେକ୍ସନ- ବଲିଉଡ଼ର ଭାରତ କୁମାର ଓରଫ୍ ମନୋଜ କୁମାରଙ୍କ ଜନ୍ମ ପାକିସ୍ତାନର ସେହି ସ୍ଥାନରେ ହୋଇଥିଲା । ୧୯୩୭ ଜୁଲାଇ ୨୪ ତାରିଖରେ ମନୋଜ କୁମାର ପାକିସ୍ତାନର ଏୱାଟବାଟ ସହରରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଅନ୍ଧାର ରାତିରେ ଯେଉଁଠି ଆତଙ୍କୀ ଓସାମା ବିନ୍ ଲାଡ଼େନକୁ ହତ୍ୟା କରାଯାଇଥିଲା ସେହି ସ୍ଥାନ ସହ ଲିଜେଣ୍ଡ ମନୋଜ କୁମାରଙ୍କ ଖାସ୍ କନେକ୍ସନ ରହିଛି । ସେହି ସ୍ଥାନରେ କୁଖ୍ୟାତ ଆତଙ୍କୀ ଓସାମା ବିନ୍ ଲାଡ଼େନକୁ ଆମେରିକା ସେନା ଦ୍ବାରା ହତ୍ୟା କରାଯାଇଥିଲା । ବିଭାଜନ ପୂର୍ବରୁ ଏହି ସ୍ଥାନ ଭାରତର ଏକ ଅଂଶ ଥିଲା । ବିଭାଜନ ପରେ ମନୋଜଙ୍କ ପରିବାର ଜାଲିୟାନା ଶେର ଖାନ୍‌ରୁ ଦିଲ୍ଲୀ ଚାଲି ଆସିଥିଲେ । ସେବେ ମନୋଜଙ୍କ ବୟସ ୧୦ ବର୍ଷ ଥିଲା । ଦିଗଜ୍ ଅଭିନେତାଙ୍କ ପରିବାର ପ୍ରଥମେ ଶରଣାର୍ଥୀଙ୍କ ପରି ରହୁଥିଲେ । ଏହା ପରେ ତାଙ୍କ ପରିବାର ପୁରୁଣା ରାଜେନ୍ଦ୍ର ନଗର ଚାଲି ଆସିଥିଲେ ।


ଅଧିକ ପଢ଼ନ୍ତୁ...ଆଉ ନାହାନ୍ତି ପ୍ରସିଦ୍ଧ ଅଭିନେତା ମନୋଜ କୁମାର,୮୭ ବର୍ଷରେ ପରଲୋକ

ହିନ୍ଦୀ ସିନେମା ପ୍ରତି ମନୋଜଙ୍କ ଅବଦାନକୁ ଭୁଲି ହେବ ନାହିଁ । ଦିଲ୍ଲୀପ କୁମାରଙ୍କ ବଡ଼ ପ୍ରଶଂସକ ଥିଲେ ମନୋଜ । କେବେଳ ଅଭିନୟ ନୁହେଁ ଅନେକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଦିଲ୍ଲୀ ୟୁନିଭର୍ସିଟିରୁ ଗ୍ରାଜୁଏସନ ସମାପ୍ତ କରିଥିଲେ । ଏହା ପରେ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ୧୯୫୭ରେ 'ଫ୍ୟାଶନ' ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ ଥିଲା । ପ୍ରଥମ ଫିଲ୍ମରେ ସେ ୮୦ ବର୍ଷ ବୃଦ୍ଧ ଚରିତ୍ରରେ ନଜର ଆସିଥିଲେ । ଏହା ପରେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଇଥିଲେ । ଦେଶଭକ୍ତି ଫିଲ୍ମ ପାଇଁ ତାଙ୍କୁ ଭାରତ କୁମାରର ପରିଚୟ ମିଳିଥିଲା । ପାକିସ୍ତାନରେ ଜନ୍ମ ହୋଇଥିବା ଏହି ଷ୍ଟାର ଭାରତ କୁମାର ଭାବେ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.