ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

‘କେବଳ ଜଣକୁ ମାରିବୁ, ଯିଏ ଲକ୍ଷେ ସହ ସମାନ’ : ପାକିସ୍ତାନକୁ ଲରେନ୍ସ ବିଷ୍ଣୋଇର ଧମକ, ହିଟ୍‌ ଲିଷ୍ଟରେ ଏହି ବଡ଼ ଆତଙ୍କୀ

Published By : Harapriya Biswal | April 30, 2025 6:02 PM

ନୂଆଦିଲ୍ଲୀ,୩୦।୪:  କୁଖ୍ୟାତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଜମ୍ମୁ-କଶ୍ମୀର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲାର ପ୍ରତିଶୋଧ ନେବାର ଧମକ ଦେଇଛି। ଏହି ଗ୍ୟାଙ୍ଗର ଧମକ ସମ୍ପର୍କିତ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଲେଖାଯାଇଛି, ପହଲଗାମ୍‌ ଆକ୍ରମଣରେ ନିର୍ଦୋଷ ଲୋକଙ୍କୁ ହତ୍ୟାର ଜବାବ୍ ଦେବା ପାଇଁ ଆମେ ପାକିସ୍ତାନରେ ପଶି ଏଭଳି ଲୋକକୁ ମାରିବୁ, ଯିଏକି ଏକ ଲକ୍ଷ ଟଙ୍କା ସମାନ ହେବ। ପୋଷ୍ଟରେ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଇବା ସଂଗଠନର ହାଫିଜ ସଇର ଫଟୋ ମଧ୍ୟ ଲାଗିଛି। ଏହା ଉପରେ କ୍ରସ୍‌ର ଚିହ୍ନ ରହିଛି। ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଭାରତରେ ବହୁ ଅପରାଧିକ ଘଟଣା ପଛରେ ଲରେନ୍ସ ଗ୍ୟାଙ୍ଗ ରହିଛି। ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଏହି ଗ୍ୟାଙ୍ଗ ପୋଷ୍ଟ ସେୟାର କରି ନିଜେ କରିଥିବା ଅପରାଧ ପାଇଁ ଦାୟୀ କରିଥାଏ। ତେବେ ତାଙ୍କର ଏହି ପୋଷ୍ଟର କେତେ ସତ୍ୟତା ରହିଛି ଓ କ’ଣ ଏହି ଗ୍ୟାଙ୍ଗ ସତରେ ଏହାକୁ ପୋଷ୍ଟ କରେ ତାହା କେବେ ସ୍ପଷ୍ଟ ହୋଇନି। କିନ୍ତୁ ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୁଏ।

ପ୍ରାୟତ ଲରେନ୍ସ ଗ୍ୟାଙ୍ଗ ଉପରେ ପାକିସ୍ତାନୀ ଗ୍ୟାଙ୍ଗ‌ଷ୍ଟର ଓ ଡନ୍‌ ସହ ଖରାପ ସମ୍ପର୍କ ନେଇ ଚର୍ଚ୍ଚା ରହିଥାଏ। ବହୁ ଅପରାଧରେ ପୋଲିସ ଲରେନ୍ସକୁ ପାକିସ୍ତାନ ସହ ସମ୍ପର୍କ ନେଇ ପ୍ରମାଣ ମଧ୍ୟ ଦେଇସାରିଛି। କିନ୍ତୁ ଜେଲରୁ ଥାଇ ଲରେନ୍ସ ଏକ ଇଣ୍ଟରଭ୍ୟୁରେ ଏହି କଥାକୁ ଖଣ୍ଡନ କରିସାରିଛି। ଲରେନ୍ସ ନିଜକୁ ଦେଶଭକ୍ତ ବୋଲି ବାରମ୍ବାର କୁହେଁ। ସେ କୁହେଁ ଦେଶର ଶତ୍ରୁଙ୍କ ସହ ତା’ର କୌଣସି ସମ୍ପର୍କ ନାହିଁ। ତେବେ ଗତ ବର୍ଷ ଲରେନ୍ସର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ପାକିସ୍ତାନୀ ଡନ୍ ଶହଜାଦ୍ ଭଟ୍ଟିକୁ ଇଦ୍ ଶୁଭେଚ୍ଛା ଦେଇଥିଲା। କେବଳ ସେତିକି ନୁହେଁ ଗ୍ୟାଙ୍ଗର ସୁଟରଙ୍କୁ ହତିଆର ସପ୍ଲାଇ ମଧ୍ୟ ପାକିସ୍ତାନରୁ ଡ୍ରୋନ୍ ଜରିଆରେ ହେଉଥିଲା। ପଞ୍ଜାବ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କର ହତ୍ୟାରେ ପାକିସ୍ତାନରୁ ଆସିଥିବା ଏକେ-୪୭ ରାଇଫଲ ବ୍ୟତୀତ ପଏଣ୍ଟ ୩୦ ବୋର ଓ ୯ ଏମ୍ଏମ୍ ବୋର୍ ପିସ୍ତଲର ବ୍ୟବହାର ହୋଇଥିଲା।

ଲରେନ୍ସ ବର୍ତ୍ତମାନ ଜେଲ୍‌ରେ ଅଛି। ସେଠାରୁ ସେ ନିଜ ଗ୍ୟାଙ୍ଗର ପରିଚାଳନା କରୁଛି। ଏଭଳି ସ୍ଥିତିରେ ଯଦି ହାଫିଜ ସଇଦ୍‌କୁ ମାରିବାର ଏହି ଭାଇରାଲ ପୋଷ୍ଟକୁ ଯଦି ସତ କୁହାଯିବ ତେବେ କ’ଣ ଲରେନ୍ସ ଭାରତକୁ ଆତଙ୍କୀଙ୍କୁ ପାରିବ ? ବହୁ ଦେଶରେ ବ୍ୟାପିଥିବା ଲରେନ୍ସର ଗ୍ୟାଙ୍ଗ ଛୋଟ ସିଣ୍ଡିକେଟ୍ ନୁହେଁ। ତା’ର ନେଟଓ୍ବର୍କ ବହୁତ ବଡ଼। ବିଶେଷ ଭାବରେ କାନାଡାରେ ତା’ର ବନ ଲିଙ୍କ ରହିଛି। ଅପରାଧର ସିଣ୍ଡିକେଟ୍‌ରେ ଗୋଲ୍ଡି ବରାଡ ଭଳି ସେ ସମାନ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.