ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାଷ୍ଟ୍ରପତି ଭାବେ ଶପଥ ନେଉ ନେଉ ଅଡୁଆରେ ଡୋନାଲ୍ଡ ଟ୍ରମ୍ପ, ମାମଲା ଦାୟର

Published By : Ankita S | January 21, 2025 8:21 AM

ୱାଶିଂଟନ,୨୧/ ୧: ଶପଥ ନେଉ ନେଉ ଅଡୁଆରେ ଟ୍ରମ୍ପ । ତାଙ୍କୁ ମକଦ୍ଦମାର ସାମ୍ନା କରିବାକୁ ପଡିଛି । ଆମେରିକାର ନୂଆ ରାଷ୍ଟ୍ରପତି ଶପଥ ନେବାର କିଛି ଘଣ୍ଟା ଭିତରେ ହିଁ ଡୋନାଲ୍ଡ ଟ୍ରମ୍ପଙ୍କ ମୁସ୍କିଲ ବଢିଛି । ଆମେରିକାର ସବୁଠୁ ବଡ କର୍ମଚାରୀ ସଂଘ ଡିଓଜିଇ ଯୋଜନାକୁ ନେଇ ଟ୍ରମ୍ପଙ୍କ ବିରୋଧରେ ମାମଲା ଦାୟର ହୋଇଛି । ଏହି ବିଭାଗର ଦାୟିତ୍ବ ଟ୍ରମ୍ପ ଆରବପତି ଏଲନ ମସ୍କଙ୍କୁ ଦେଇଥିଲେ ।

ରାଷ୍ଟ୍ରପତି ଭାବେ ଶପଥ ନେଉ ନେଉ ଡିଓଜିଇ ଯୋଜନାକୁ ନେଇ ଏଏଫଜିଇ ଏବଂ ପବ୍ଲିକ ସିଟିଜନ ଟ୍ରମ୍ପଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି । ଏଲନ ମସ୍କ ଡିଓଜିଇର ନେତୃତ୍ବ ନେଇଛନ୍ତି । ଯାହାର ଉଦ୍ଦେଶ୍ୟ ସରକାରୀ ଖର୍ଚ୍ଚ କମ୍ କରିବା । ଆମେରିକାନ ଫେଡେରେସନ ଅଫ୍ ଗଭମେଣ୍ଟ ଇମ୍ପଲାଇଜ (ଏଏଫଜିଇ) ଏବଂ ପବ୍ଲିକ ସିଟିଜନ ଡିପାର୍ଟମେଣ୍ଟ ଅଫ୍ ଗଭମେଣ୍ଟ ଏଫିସିଏନ୍ସି ଯୋଜନାକୁ ନେଇ ଟ୍ରମ୍ପଙ୍କ ବିରୋଧରେ ମକଦ୍ଦମା ଦାୟର କରିଛି । ଟ୍ରମ୍ପ ସରକାର ପକ୍ଷରୁ ପ୍ରସ୍ତାବିତ ଡିଓଜିଇ ଯୋଜନାର ଲକ୍ଷ୍ୟ ସରକାରୀ ଖର୍ଚ୍ଚରୁ ୨ ଟ୍ରିଲିୟନ ଡଲାର କମ୍ କରିବା । ଏହି ଯୋଜନାରେ ସରକାରୀ କର୍ମଚାରୀମାନଙ୍କୁ ଚାକିରି ହରାଇବାର ଭୟ ରହିଥାଏ । ଏଫିଜିଇ କହିବା ଅନୁସାରେ ଏହି ଯୋଜନାରେ ସଂଘୀୟ ନିୟମର ପାଳନ ହେଉନାହିଁ । ଡିଓଜିଇର ଏହି କାମକୁ ଅଟକାଇବାକୁ କୋର୍ଟରେ ଅପିଲ କରିଛି ଏଫିଜିଇ ।

ଡିଓଜିଇରେ ଏଲନ ମକ୍ସଙ୍କ ଭୂମିକା : ଡିପାର୍ଟମେଣ୍ଟ ଅଫ୍ ଗଭମେଣ୍ଟ ଏଫିସିଏନ୍ସି ବିଭାଗର ଦାୟିତ୍ବ କୋଟିପରି ଏଲନ ମସ୍କଙ୍କ ଦିଆଯାଇଛି । ତାଙ୍କ ଯୋଜନାଗୁଡକ ସରକାରୀ କର୍ମଚାରୀଙ୍କ ଚାକିରୀ ଏବଂ ସେମାନଙ୍କ ହିତ ଉପରେ ପ୍ରଭାବ ପକାଇପାରେ ।  ଏଫଜିଇ ଏହାକୁ ବିରୋଧ କରିଛି । ଯୋଜନାରେ କାଟଛାଣ୍ଟ ସରକାରୀ କର୍ମଚାରୀଙ୍କ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି କହିଚଇ ଏଫିଜିଇ ।

ଏହା ବି ପଢନ୍ତୁ...ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ, ଏକ୍ସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

କହି ରଖୁଛୁ କି, ହ୍ବାଇଟ ହାଉସକୁ ମିଳିଛି ନୂଆ ବସ୍ । ପୁଣି ଫେରିଛି ଟ୍ରମ୍ପ ଯୁଗ । ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ଟ୍ରମ୍ପ । ପ୍ରଥମ ଦିନରେ ୨୦୦ ଆଦେଶନାମା ଜାରି କରିପାରନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.