ସାହାଜପାଲ ୨୬/୮: ବୌଦ୍ଧ ସଦର ବ୍ଲକ ତେଲିବନ୍ଧ ଠାରେ ତେଲିବନ୍ଧ-ବାର ପୁଡ଼ୁଗ ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତି କରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି l ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ  । ସେହିପରି ସମ୍ମାନିତ ଅତିଥି ଭାବେ  କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ, ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ସାଂସଦ ପ୍ରତିନିଧି ଯୁଗଳ କିଶୋର ସାମଲ , ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ତେଲିବନ୍ଧ ସରପଞ୍ଚ ରତ୍ନାକର ନାୟକ, ସମିତି ସଭ୍ୟ ସୁନୀଲ କୁମାର ସେଠୀ ଯୋଗ ଦେଇଥିଲେ ।

ତେଲିବନ୍ଧ ହାଟପଦା ଠାରେ ଆୟୋଜିତ ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ଥିଲେ l ଉକ୍ତ ରାସ୍ତା ଉନ୍ନତ୍ତି କରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୨୯ କୋଟି ୭୯  ଲକ୍ଷ ୧୯ ହଜାର ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।ନବୀନ ହୋତା ପୂଜାର୍ଚ୍ଚନା କରିଥିଲେ। କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ସୁଶୀଲ ହୋତା, ବିକ୍ରମ ପ୍ରଧାନ, ବିସିକେଶନ ପ୍ରଧାନ,ବିଧାୟକ ପ୍ରତିନିଧି ଧର୍ମୁଧର ପୋଢ଼ ପ୍ରମୁଖ ସହଯୋଗ କରିଥିଲେ।