ମୁମ୍ବାଇ: ସୁଟିଂ ସେଟ୍ରେ ପଶି ଆତଙ୍କ ସୃଷ୍ଟି କଲା କଲରାପତରିଆ ବାଘ । ଷ୍ଟାର ପ୍ଲସର ଶୋ’ ପକେଟ୍ ମେଁ ଆସମାନ’ର ସେଟରେ ଏକ କଲରାପତରିଆ ବାଘ ପଶି ଆସିବାରୁ ଭୟର ବାତାରଣ ସୃଷ୍ଟି ହୋଇଥିଲା । ଏହି ଘଟଣା ମାର୍ଚ୍ଚ ୫ ରାତି ୮ରେ ଘଟିଥିଲା । ଏଭଳି ଘଟଣା ଅଭିନେତା, ଟେକ୍ନିସିଆନ୍, ଜୁନିଅର କଳାକାର ଏବଂ ଫିଲ୍ମ ସେଟରେ କାମ କରୁଥିବା କର୍ମଚାରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ମୁମ୍ବାଇର ଫିଲ୍ମ ସିଟିରେ ବାଘ ପଶିଆସିବା ଘଟଣା ନୂଆ ନୁହେଁ । ସେପଟେ ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ୍ (AICWA) ଚିଠି ଲେଖି ଏହି ଘଟଣାରେ ମହାରାଷ୍ଟ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛି ।
ଫିଲ୍ମ ସିଟିରେ ପ୍ରତିଦିନ ପ୍ରାୟ ୧୦୦ ରୁ ୨୦୦ ସୁଟିଂ ସେଟ୍ ଲାଗୁଛି, ଯେଉଁଠାରେ ହଜାର ହଜାର ଶ୍ରମିକ, ଟେକ୍ନିସିଆନ୍, ଜୁନିଅର କଳାକାର ଏବଂ ଅଭିନେତା କାର୍ଯ୍ୟ କରୁଛନ୍ତି । ଭାରତର ଅର୍ଥନୀତିରେ ମନୋରଞ୍ଜନ ଶିଳ୍ପର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଏହି ଲୋକମାନେ ସରକାରଙ୍କ ଅବହେଳା ଯୋଗୁଁ ପ୍ରତିଦିନ ନିଜ ଜୀବନକୁ ବିପଦରେ ପକାଇବାକୁ ବାଧ୍ୟ ହେଉଛନ୍ତି । ଏହାର ପରିଣାମ ଘାତକ ହୋଇପାରେ ବୋଲି କଳାକାରମାନେ କହିଛନ୍ତି ।

ଅନେକ ଆବେଦନ ସତ୍ତ୍ୱେ ମହାରାଷ୍ଟ୍ର ସରକାର ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କୌଣସି ଠୋସ୍ ଯୋଜନା ପ୍ରସ୍ତୁତ କରିନାହାନ୍ତି । ଯଦି ସରକାର ଜଙ୍ଗଲ ଘେରା ଫିଲ୍ମ ସିଟିରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ପାରିବେ ନାହିଁ, ତେବେ ମୁମ୍ବାଇ କିମ୍ବା ଏହାର ଉପକଣ୍ଠରେ ଏକ ନୂତନ ଓ ସୁରକ୍ଷିତ ଫିଲ୍ମ ସିଟି ନିର୍ମାଣ କରିବା ଦରକାର । ଅର୍ଥନୀତିରେ ଯୋଗଦାନ ଦେଉଥିବା ଏବଂ ଅନ୍ୟ ନାଗରିକଙ୍କ ପରି ଟିକସ ଦେଉଥିବା ଏହି କଳାକାରଙ୍କ ଜୀବନକୁ ସୁରକ୍ଷା ଦେବା ସରକାରଙ୍କର ନୈତିକ ଏବଂ ଆଇନଗତ ଦାୟିତ୍ୱ । ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ବାର୍ଷିକ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଜସ୍ୱ ସୃଷ୍ଟି କରେ, ତଥାପି ଏହି ବିଶାଳ ଶିଳ୍ପ ପଛରେ ଥିବା ଲୋକମାନଙ୍କୁ ବନ୍ୟପ୍ରାଣୀଙ୍କ ଆକ୍ରମଣରୁ ରକ୍ଷା କରିବାକୁ ସରକାର ପଦକ୍ଷେପ ନେବା ଜରୁରି ବୋଲି ଦାବି ହୋଇଛି ।
PRESS RELEASE
— All Indian Cine Workers Association (@AICWAofficial) March 9, 2025
ALL INDIAN CINE WORKERS ASSOCIATION (AICWA)
FILMCITY LEOPARD MENACE: AICWA DEMANDS IMMEDIATE GOVERNMENT ACTION
Mumbai, 6th March 2025 – The persistent threat of leopard attacks in Mumbai’s Filmcity has once again put the lives of cine workers, technicians, junior… pic.twitter.com/ZtzNHEBwMe
୨୦୨୫ ମାର୍ଚ୍ଚ ୫ରେ ମୁମ୍ବାଇର ଫିଲ୍ମ ସିଟିରେ ରାତି ୮ଟାରେ ଟିଭି ସିରିଏଲ ପକେଟ୍ ମେଁ ଆସମାନର ସେଟ୍ ଭିତରେ ଏକ କଲରାପତରିଆ ବାଘ ବୁଲୁଥିବାର ଦେଖାଯାଇଥିଲା। ସିସିଟିଭି ଫୁଟେଜରେ ଜଙ୍ଗଲୀ ବାଘଟି ସେଟ୍ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି । ସେହି ସମୟରେ ଘଟଣାସ୍ଥଳରେ କେହି ନଥିଲେ ମଧ୍ୟ ଏହି ଘଟଣା ସେଠାରେ କାର୍ଯ୍ୟରତ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । AICWA ମହାରାଷ୍ଟ୍ର ସରକାରଙ୍କ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଛି ଏବଂ ବାଘକୁ ଫିଲ୍ମ ସିଟିରେ ପ୍ରବେଶ କରିବାରୁ ରୋକିବା ପାଇଁ କିଛି ପଦକ୍ଷେପ ନେବାକୁ ଦାବି କରିଛି ।