ନୂଆଦିଲ୍ଲୀ : କେନ୍ଦ୍ର ସରକାର ମନରେଗା ଯୋଜନାକୁ ବାତିଲ କରିବା ଓ ଏକ ନୂଆ ଆଇନ ପ୍ରସ୍ତୁତ କରିବାର ପ୍ରସ୍ତୁତିରେ ଅଛନ୍ତି। କଂଗ୍ରେସ ପକ୍ଷରୁ ଏହାର କଡ଼ା ସମାଲୋଚନା କରାଯାଉଥିବା ବେଳେ ସେପଟେ କିନ୍ତୁ କଂଗ୍ରେସ ନେତା ଶଶି ଥରୁର ମନରେଗାର ନାଁ ବଦଳାଇବାକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବର ସମର୍ଥନ କରିଛନ୍ତି। ଶନିବାର ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି , MGNREGA ର ନାମ ବଦଳାଇବାକୁ ନେଇ ସରକାରଙ୍କ ପ୍ରସ୍ତାବିତ ନୂଆ ଜି-ରାମ-ଜି ବିଧେୟକ ଉପରେ ବିବାଦ ଦୁର୍ଭାଗ୍ୟପୂର୍ଣ୍ଣ । ଗ୍ରାମ ସ୍ୱରାଜର ବିଚାର ଓ ରାମ ରାଜ୍ୟର ଆଦର୍ଶ କେବେ ପ୍ରତିସ୍ପର୍ଦ୍ଧୀୟ ଶକ୍ତି ନଥିଲା, ସେ ଗାନ୍ଧୀ ଜୀଙ୍କର ଚେତନାର ଦୋହରା ସ୍ତମ୍ୱ ଥିଲେ। ଗ୍ରାମୀଣ ଗରିବଙ୍କ ପାଇଁ ଯୋଜନାରେ ମହାତ୍ମାଙ୍କ ନାଁ ହଟାଇବା ଏହି ଗହନ ସହଜୀବନକୁ ଅଣଦେଖା କରିଥାଏ। ତାଙ୍କର ଶେଷନିଃଶ୍ୱାସ ‘ରାମ’ଙ୍କର ସାକ୍ଷୀ ଥିଲା, ଆସନ୍ତୁ ଆମେ ତାଙ୍କର ପରମ୍ପରାକୁ ଅପମାନ କରିବା ନାହିଁ, ଯେଉଁଠି କୌଣସି ବିଭାଜନ ନଥିଲା ,ସେଠାରେ ବିଭାଜନ ସୃଷ୍ଚି କରି।
ଅନ୍ୟପଟେ , କଂଗ୍ରେସ ମନରେଗା ସ୍ଥାନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଆଇନ ବ୍ୟବସ୍ଥାର ପ୍ରସ୍ତୁତ ଉପରେ ପ୍ରଶ୍ନ ଉଠାଇଛି। ସୋମବାର କଂଗ୍ରେସ ଦାବି କରିଛି ଯେ, ଏହି ନୂଆ ଯୋଜନାରେ ମହାତ୍ମା ଗାନ୍ଧୀଙ୍କ ନାଁ ହଟାଯିବା ଏହା ଦେଖାଏ ଯେ,ବାପୁଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେମ ଲୋକ ଦେଖାଣିଆ। ପାର୍ଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି ଯେ, ଏହା ମନରେଗାକୁ ବନ୍ଦ କରିବାର ଷଡ଼ଯନ୍ତ୍ର ଏବଂ ସରକାରଙ୍କ ଏହି ପଦକ୍ଷେପ ମହାତ୍ମା ଗାନ୍ଧୀଙ୍କ ଅପମାନ। ସରକାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗାରେଣ୍ଟି ଅଧିନିୟମ (ମନରେଗା)କୁ ଭଙ୍ଗ କରିବା ଓ ଏହି ସମ୍ୱନ୍ଧରେ ନୂଆ ଆଇନ ତିଆରି କରିବା ପାଇଁ ଲୋକସଭାରେ ବିଲ୍ ଆଣି ପାରନ୍ତି।
ନୂଆ ବିଧେୟକର ନାଁ ବିକଶିତ ଭାରତ-ରୋଜଗାର ଓ ଜୀବିକା ଗାରେଣ୍ଟି ମିଶନ ( ଗ୍ରାମୀଣ) (ବିକଶିତ ଭାରତ-ଜି ରାମ ଜୀ) ବିଧେୟକ , ୨୦୨୫ ହେବ। ବିଧେୟକର କପି ଲୋକସଭା ସଦସ୍ୟଙ୍କୁ ବଣ୍ଟା ଯାଇଛି। ଖଡଗେ ଏକ୍ସରେ ପୋଷ୍ଟ କରିଛନ୍ତି, ଏହା କେବଳ ମହାତ୍ମା ଗାନ୍ଧୀ ନରେଗାର ନାଁ ବଦଳାଇବାର କଥା ନୁହେଁ। ଏହା ବିଜେପି-ଆରଏସଏସ୍ର ମନରେଗାକୁ ସମାପ୍ତ କରିବାର ଷଡ଼ଯନ୍ତ୍ର। ସେ କହିଛନ୍ତି , ଯେଉଁ ସରକାର ଗରିବର ହକକୁ ନେଇ ଚିଡୁଛି , ସେ ମନରେଗା ଉପରେ ପ୍ରହାର କରୁଛି। ଏହି ଅହଙ୍କାରୀ ସରକାର ଗରିବ ଓ ଶ୍ରମିକ ବିରୋଧୀ କୌଣସି ବି ନିଷ୍ପତ୍ତିର କଂଗ୍ରେସ ଦଳ ସଂସଦ ଓ ସଡ଼କରେ ପୂରା ଜୋରରେ ବିରୋଧ କରିବ।