୨୦୨୬ ଗ୍ରହ ଚଳନ:- ବର୍ଷ ଆରମ୍ଭରୁ ବର୍ଷ ଶେଷ ପର୍ଯ୍ୟନ୍ତ ଶନି ମୀନ ରାଶିରେ ଅବସ୍ଥାନ କରିବେ । ୦୧.୦୬.୨୦୨୬ ବୃହସ୍ପତି କର୍କଟ ରାଶିକୁ ଗମନ କରିବେ । ପୁଣି ୩୦.୧୦.୨୦୨୬ରେ ବୃହସ୍ପତି ସିଂହକୁ ଗମନ କରିବେ । ୨୫.୧୧.୨୦୨୬ରେ ରାହୁ ମକରକୁ ଗମନ କରିବେ ଏବଂ କେତୁ କର୍କଟକୁ ଗମନ କରିବେ ।

ତୁଳା: ବର୍ଷ ଆରମ୍ଭରୁ ଶନି ଷଷ୍ଠରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ, ବୃହସ୍ପତି ନବମ ଯୋଗୁ ତୁଳା ରାଶିର ସବୁ ବର୍ଗର ବ୍ୟକ୍ତିମାନେ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ ଏବଂ ସେମାନଙ୍କର ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ । ଧନ, ମାନ, ସମ୍ମାନ, ରାଜକୃପା ଏବଂ ଲକ୍ଷ୍ମୀଙ୍କର କୃପା ସେମାନେଙ୍କ ଉପରେ ରହିବ । ନୂତନ ଭୂମି, ଯାନବାହନ, ମୂଲ୍ୟବାନ ଧାତୁ କ୍ରୟ କରିବେ ଏବଂ ଗୃହ ନିର୍ମାଣ, ଯାନବାହନ, ମୂଲ୍ୟବାନ ଧାତୁ କ୍ରୟ କରିବେ ଏବଂ ବିଦେଶ ଯାତ୍ରାର ସୁଯୋଗ ଜୁଟିବ ।

ଆର୍ଥିକ ସ୍ଥିତି ସୁଦୃଢ଼ ହେବ ଏବଂ ବିଭିନ୍ନ ଉତ୍ସରୁ ଧନପ୍ରାପ୍ତି ହେବ । ବ୍ୟବସାୟୀମାନେ ଉତ୍ତମ ଆୟ କରିବେ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । କର୍ମଜୀବୀମାନଙ୍କର କର୍ମରେ ଉନ୍ନତି ଆସିବ ଏବଂ ପଦସ୍ଥ ଅଧିକାରୀଙ୍କ କୃପା ଓ ପ୍ରମୋଶନ ମିଳିବ । ନିଯୁକ୍ତି ଆଶାୟୀ ଉତ୍ତମ ସ୍ଥାନରେ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ପାଇବେ । ଅବିବାହିତ ପୁଅଝିଅମାନଙ୍କର ଯୋଗ୍ୟ ପାତ୍ରଙ୍କ ସହ ବିବାହ କର୍ମ ସମ୍ପାଦନ କରିବେ । ପ୍ରେମରେ ଥିବା ପୁଅଝିଅମାନଙ୍କର ସମ୍ପର୍କରେ ମଧୁରତା ଆସିବ ।

କ୍ରୀଡ଼ାବିତ୍ମାନେ ଦେଶ ଓ ଜାତି ପାଇଁ ସମ୍ମାନ ଆଣିବେ । ଶୀକ୍ଷାର୍ଥୀମାନେ ଶିକ୍ଷାରେ ମନୋନିବେଶ କରିବେ ଏବଂ ଉତ୍ତମ ଅନୁଷ୍ଠାନରେ ଶିକ୍ଷା ପାଇବାରେ ସମର୍ଥ ହେବେ । ଗୃହିଣୀମାନେ ପ୍ରଶଂସିତ ହେବେ ଏବଂ ପରିବାରରେ ସମସ୍ତଙ୍କ ସହ ସେମାନଙ୍କ ସମ୍ପର୍କରେ ସୁଧାର ଆସିବ । ଜୁନ୍ ମାସ ୧ ତାରିଖ ପରେ ବୃହସ୍ପତି ଦଶମ ସ୍ଥାନରେ ରହୁଥିବାରୁ ତୁଳା ରାଶିର ସବୁ ବର୍ଗର ବ୍ୟକ୍ତିମାନେ କିଛି ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ଅକ୍ଟୋବର ୩୦ ତାରିଖ ପରେ ବୃହସ୍ପତିଙ୍କ ଏକାଦଶ ହେଉଥିବାରୁ ସମସ୍ୟା ସେତେଟା ଗମ୍ଭୀର ହେବ ନାହିଁ । ତେଣୁ ତୁଳା ରାଶିର ସବୁ ବର୍ଗର ବ୍ୟକ୍ତିମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ସମ୍ପଦ, ମାନସିକ, ପାରିବାରିକ ଶାନ୍ତି ଓ ସମ୍ମାନ ମିଳିବ ।

ଶୁଭ ରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ମା’ କମଳା ।