ନୂଆଦିଲ୍ଲୀ,୦୪/୦୨; ଲିବିୟା ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ଲିବିୟା ପୂର୍ବତନ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ ଏବଂ ଏକଦା ତାଙ୍କ ସ୍ୱର୍ଗତ ପିତାଙ୍କ ଉତ୍ତରାଧିକାରୀ ଭାବରେ ଜଣାଶୁଣା ସୈଫ ଅଲ-ଇସଲାମ ଗଦ୍ଦାଫିଙ୍କୁ ହତ୍ୟା କରାଯାଇଛି । ସୈଫ ଅଲ୍ ଗଦ୍ଦାଫିଙ୍କୁ ତାଙ୍କ ଘରେ ପଶି ୪ ମୁଖା ପିନ୍ଧା ଦୁର୍ବୃତ୍ତ ହତ୍ୟା କରିଥିବା ସୂଚନା ମିଳିଛି । ୫୩ ବର୍ଷୀୟ ସୈଫ ଅଲ୍ ଗଦ୍ଦାଫିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ୨୦୧୧ ବିଦ୍ରୋହ ପରେ ସୈଫଙ୍କୁ ଗିରଫ କରାଯାଇ ଅଟକ ରଖାଯାଇଥିଲା ଏବଂ ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।


କିଏ ସୈଫ ଗଦ୍ଦାଫି ? ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଶ୍ଚିମ ଲିବିୟାର ଜିନ୍ତାନ ସହରସ୍ଥିତ ତାଙ୍କ ବାସଭବନରରେ  ୪ ଜଣ କମାଣ୍ଡୋ ୟୁନିଟ୍ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଜିନ୍ତାନ ରାଜଧାନୀ ତ୍ରିପୋଲିରୁ ପ୍ରାୟ ୧୩୬ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ସୈଫ୍ ଅଲ୍-ଇସଲାମ ଗଦ୍ଦାଫି ପୂର୍ବତନ ଲିବିଆନ୍ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ  । ୫୩ ବର୍ଷୀୟ ସୈଫ୍ ଅଲ୍-ଇସଲାମ ଗଦ୍ଦାଫିଙ୍କୁ ତାଙ୍କ ପିତା ମୁଅମ୍ମର ଗଦ୍ଦାଫିଙ୍କ ହତ୍ୟା ପରଠାରୁ ତାଙ୍କର ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ବିବେଚନା କରାଯାଉଥିଲା । ୧୯୬୯ ରୁ ୨୦୧୧ ପର୍ଯ୍ୟନ୍ତ ଲିବିଆରେ ଶାସନ କରୁଥିବା କର୍ଣ୍ଣେଲ ଗଦ୍ଦାଫିଙ୍କ ୭ ପୁଅଙ୍କ ମଧ୍ୟରୁ ସୈଫ୍ ସବୁଠାରୁ ପ୍ରଭାବଶାଳୀ ଏବଂ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଭାବରେ ଦେଖାଯାଉଥିଲା ।

ଏହା ବି ପଢନ୍ତୁ...ଆର୍କଟିକ୍ ଅଞ୍ଚଳ ପାଇଁ ‘ଆର୍କଟିକ୍ ସେଣ୍ଟ୍ରି’ ମିଶନର ସାମରିକ ପରିକଳ୍ପନା ଆରମ୍ଭ କଲା ନାଟୋ

​​​​​​​​​​​​​​​​​​​​​୨୦୧୧ ଲିବିୟାନ ବିଦ୍ରୋହ  ସମୟରେ ସେ ତାଙ୍କ ପିତାଙ୍କ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ପ୍ରତିବାଦକୁ ଦମନ କରିବାରେ ଅଂଶଗ୍ରହଣ କରିଥିଲେ । ବିପ୍ଳବ ପରେ ତାଙ୍କୁ ୨୦୧୧ରେ ବନ୍ଦୀ କରାଯାଇଥିଲା, କିନ୍ତୁ ପରେ ତାଙ୍କୁ ମୁକ୍ତ କରାଯାଇଥିଲା । ୨୦୧୫ ମସିହାରେ ଏକ କୋର୍ଟ ସୈଫ ଅଲ-ଇସଲାମଙ୍କୁ ତାଙ୍କ ଅନୁପସ୍ଥିତିରେ ମୃତ୍ୟୁଦଣ୍ଡ ଦେଇଥିଲେ । ପରେ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା । ୨୦୨୧ ମସିହାରେ ସୈଫ ଅଲ-ଇସଲାମ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୁରକ୍ଷା ଏବଂ ଆଇନଗତ ସମସ୍ୟା ଯୋଗୁଁ ବିଫଳ ହୋଇଥିଲେ । ସୈଫ୍ ଅଲ୍-ଇସଲାମଙ୍କ ଭଉଣୀ ଲିବିୟାନ ରାଷ୍ଟ୍ରୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ଲିବିୟା ଓ ଆଲଜେରିଆର ସୀମା ନିକଟରେ ତାଙ୍କର ମୃତ୍ୟୁ ହୋଇଛି ।  ୪ ଜଣ ମୁଖା ପିନ୍ଧା ବନ୍ଧୁକଧାରୀ ପ୍ରଥମେ ତାଙ୍କ ଘର ଉପରେ ଆକ୍ରମଣ କରିଥିଲେ। ଏହା ପରେ ଘରର ବିଭିନ୍ନ ଜାଗାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ନଷ୍ଟ କରିଥିଲେ । ଏହା ପରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

 

​​​​​​