ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମୃତ୍ୟୁ ଯାଏଁ ଜେଲ୍‌ରେ ରହିବ ସଞ୍ଜୟ, ୫୦ ହଜାର ଜୋରିମାନା ସହ ଆଜୀବନ କାରାବାସ ଘୋଷଣା କଲେ କୋର୍ଟ

Published By : Swapna Ray | January 20, 2025 3:01 PM

କୋଲକାତା, ୨୦।୧: ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଦଣ୍ଡ ଶୁଣାଇଲେ ସିଆଲଦା କୋର୍ଟ । ମୃତ୍ୟୁ ଦଣ୍ଡାଦେଶ ନୁହେଁ, ଆଜୀବନ କାରାବାସ ଘୋଷଣା କଲେ କୋର୍ଟ । ମୃତ୍ୟୁ ଯାଏଁ ଜେଲ୍‌ରେ ରହିବ ସଞ୍ଜୟ । ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌) ଅଧିନ ଦୁଷ୍କର୍ମ ଆଧାରରେ ଧାରା ୬୪, ହତ୍ୟା କରିବା ଉଦ୍ଦେଶ୍ୟରେ ଦଣ୍ଡ ଆଧାରରେ ଧାରା ୬୬, ହତ୍ୟା ଆଧାରରେ ଧାରା ୧୦୩(୧)ରେ ସଞ୍ଚୟକୁ ଦୋଷୀ ସାବ୍ୟସ୍ତ କରିଛି ସିଆଲଦା କୋର୍ଟ । ଏଥିସହ ୫୦ ହଜାର ଟଙ୍କା ଜୋରିମାନା ଘୋଷଣା କରିଛନ୍ତି କୋର୍ଟ । ସଞ୍ଜୟକୁ କ୍ୟାପିଟାଲ ପନିସମେଣ୍ଟ ଦେବାକୁ ଦାବି କରିଥିଲା ସିବିଆଇ ଓ ପରିବାର । ବିଚାରପତି ଅନିର୍ବାଣ ଦାସ ସିଆଲଦା କୋର୍ଟରେ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି । ଏଥିସହ ପୀଡ଼ିତାଙ୍କ ପରିବାରକୁ ପଶ୍ଚିମବଙ୍ଗ ସରକାର ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କହିଛନ୍ତି କୋର୍ଟ । 

କହିରଖୁ କି, ୧୮ ଜାନୁଆରୀ ପୂର୍ବରୁ ସଞ୍ଜୟକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଣି କରିବାକୁ ଘୋଷଣା କରିଥିଲେ ନ୍ୟାୟଧିଶ । ସିବିଆଇର କହିବାନୁସାରେ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଦଣ୍ଡ ମିଳିଥିଲେ ସୁଦ୍ଧା ପ୍ରମାଣକୁ ଲୋକଲୋଚନକୁ ନ ଆଣିବା କିମ୍ୱା ଲୁକ୍କାୟିତ ରଖିବା ମାମଲାରେ ସିବିଆଇ ଆଗକୁ ଯାଞ୍ଚ ଜାରି ରଖିବ । 

ତେବେ ପୂର୍ବରୁ ଅନ୍ୟପକ୍ଷରେ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟରେ ଉପସ୍ଥିତ ସଞ୍ଜୟ ରୟ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଥିଲା । ସେ କହିଥିଲା, ମୁଁ ମୋ ବେକରେ ସବୁବେଳେ ରୁଦ୍ରାକ୍ଷର ଏକ ମାଳ ପିନ୍ଧେ । ଯଦି ମୁଁ ଅପରାଧ କରିଥିଲି, ତା’ହେଲେ ଘଟଣାସ୍ଥଳରେ ମୋର ସେହି ରୁଦ୍ରାକ୍ଷ ମାଳ ଛିଣ୍ଡି ପଡ଼ିଥିବା କଥା । ମୁଁ ଏହି ଅପରାଧ କରି ନାହିଁ । ମୋତେ ଫସାଇ ଦିଆଯାଇଛି । ଯେଉଁମାନେ ମୋତେ ଫସାଇ ଦେଇଛନ୍ତି, ସେମାନଙ୍କୁ ଜାମିନ୍ ମିଳିଛି । ସେମାନଙ୍କୁ କାହିଁକି ଛଡ଼ାଗଲା ବୋଲି ସେ ପ୍ରଶ୍ନ କରିଥିଲା । ଏହା ଶୁଣି ବିଚାରପତି କହିଥିଲେ ଯେ, କୋର୍ଟ ସୋମବାର ତୁମ ଯୁକ୍ତି ଶୁଣିବେ । 

ଅନ୍ୟପଟେ କୋର୍ଟର ଏହି ନିଷ୍ପତ୍ତିର ବିରୋଧ କରିଛନ୍ତି ପଶ୍ଚିମବଙ୍ଗବାସୀ । ତାଙ୍କ କହିବାନୁସାରେ, ଏହି ମାମଲାରେ ଏକାଧିକ ଲୋକଙ୍କ ସଂପୃକ୍ତି ରହିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଥମ ୫ ଦିନ କୋଲାକାତା ପୁଲିସ ଏହାର ତଦନ୍ତ କରୁଥିଲେ । ଆଉ ସେହି ୫ ଦିନରେ ପ୍ରମାଣ ନଷ୍ଟ କରାଯାଇଛି । ଆମେ ଚାହୁଁ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ମିଳୁ । 

୨୦୨୪ ଅଗଷ୍ଟ ମାସରେ ଘଟିଥିବା ଏହି ଦୁଃଖଦ ଘଟଣା, ସାରା ଦେଶରେ ଚହଳ ପକାଇ ଦେଇଥିଲା । ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ସେମିନାର ହଲ୍‌ରୁ ମିଳିଥିଲା ଟ୍ରେନି ଡାକ୍ତରଙ୍କ ମୃତଦେହ । ତାଙ୍କୁ ନ୍ୟାୟ ଦେବା ପାଇଁ ସାରା ଦେଶରେ ଉଠିଥିଲା ସ୍ୱର । ବିଶେଷ କରି ସେହି ମେଡିକାଲ କଲେଜ ଓ ହସ୍‌ପିଟାଲର ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ପଶ୍ଚିମବଙ୍ଗ ସରକାରଙ୍କୁ ଦୋହଲାଇ ଦେଇଥିଲା । ସେଠାକାର ସରକାର ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ । ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ସିବିଆଇ ଗିରଫ କରିଥିଲା । ତାଙ୍କ ସହିତ ସ୍ଥାନୀୟ ଥାନା ଅଧିକାରୀଙ୍କୁ ସିବିଆଇ ଗିରଫ କରିଥିଲା । ସେମାନେ ପ୍ରମାଣ ନଷ୍ଟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ତେବେ ସେମାନେ ଜାମିନ ପାଇଥିଲେ । କିନ୍ତୁ, ମେଡିକାଲ କଲେଜରେ ହୋଇଥିବା ଆର୍ଥିକ ଅନିୟମିତତା ନେଇ ଅନ୍ୟ ଏକ ମାମଲାରେ ସନ୍ଦୀପ ଘୋଷ ଜେଲରେ ଅଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.