ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

୧୪ ବର୍ଷ ପରେ ବ୍ରହ୍ମପୁର ବଡବଜାର ଥାନା ଧୀର ସାମଲ ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ, ୫ ଜଣଙ୍କୁ ଆଜୀବନ ଦଣ୍ଡାଦେଶ...

Published By : Prameya | December 9, 2024 11:13 PM

ଭୁବନେଶ୍ବର: ୧୪ ବର୍ଷ ପରେ ବ୍ରହ୍ମପୁର ବଡବଜାର ଥାନା ଶ୍ରୀରାମନଗର ଅଞ୍ଚଳର ଧୀର ସାମଲ ହତ୍ୟାକାଣ୍ଡ ଘଟଣାର ରାୟ ପ୍ରକାଶ ପାଇଛି । ଘଟଣାରେ ୫ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଓ ଦୌରା ଜଜ । ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ମିଳି ଥିବାରୁ ନ୍ୟାୟର ଜୟ ହୋଇଛି ବୋଲି ପରିବାର ବର୍ଗ କହିଛନ୍ତି । ବ୍ରହ୍ମପୁର ବଡବଜାର ଥାନା ଶ୍ରୀରାମନଗର ଅଞ୍ଚଳରେ ୨୦୧୦ ଜୁଲାଇ ମାସ ୨୨ ତାରିଖରେ ଧୀର ସାମଲକୁ ହତ୍ୟା କରିଥିଲେ ଦୁର୍ବୁତ୍ତ । ଏକ ଚା ଦୋକାନରେ ଚା ପିଉଥିବା ବେଳେ ଦୁର୍ବୁତ୍ତ ମାନେ ଧୀରକୁ ଟାର୍ଗେଟ କରି ଆକ୍ରମଣ କରିଥିଲେ ବୋଲି ମୃତକ ଧୀର ସାମଲଙ୍କ ପୁଅ କହିଛନ୍ତି । ଏହି ହତ୍ୟାକାଣ୍ଡ ଘଟଣାକୁ ୧୪ ବର୍ଷ ବିତିଛି । ଆଜି ଜିଲ୍ଲା ଓ ଦୌରା ଜଜ ରାୟ ପ୍ରକାଶ କରିଛନ୍ତି । ୨୪ ଜଣ ସାକ୍ଷୀଙ୍କ ବୟାନ, ପ୍ରମାଣକୁ ଭିତ୍ତି କରି ଜିଲ୍ଲା ଓ ଦୌରା ଜଜ ୫ ଜଣଙ୍କୁ ଆଜୀବୀନ ଦଣ୍ଡାଦେଶ ରାୟ ଶୁଣାଇଥିବା ସରକାରୀ ଓକିଲ ତ୍ରିଲୋଚନ ପରିଡା କହିଛନ୍ତି । 

କାଳିଆ ସେଠୀ, କୃଷ୍ଣ ପାତ୍ର, ସନିଆ ରାଉତ, ସଞ୍ଜୟ ପ୍ରଧାନ, ପିଙ୍କୁ ପାତ୍ରଙ୍କୁ ଜିଲ୍ଲା ଓ ଦୌରା ଜଜ ଦୋଷୀ ସାବ୍ୟସ୍ତ ରାୟ ଶୁଣାଇଥିବା ବେଳେ ରିଙ୍କୁ ପାତ୍ର, ମଙ୍ଗୁଳୁ ବେହେରା, ସନ୍ତୋଷ ପାତ୍ର ୩ ଜଣ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.