ପାରାଦୀପ,୧୩/୦୧: ପାରାଦୀପର ବିଭିନ୍ନ ବସ୍ତି, ହୋଟେଲକୁ ବାଇକ୍ ଯୋଗେ ଚୋରା ମଦ ଚାଲାଣ କରାଯାଉଛି। କିନ୍ତୁ ଏହାକୁ ପୁଲିସ ହେଉ କି ଅବକାରୀ ବିଭାଗ କାହାରି ନଜର କୁ ଆସୁନାହିଁ । ସ୍ଥାନୀୟ ଲୋକେ ଭିଡିଓ କରି ଭାଇରାଲ୍ କରିବା ପରେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି । ଏନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।
ବାଇକ୍ ଯୋଗେ ଚୋରା ମଦ ଚାଲାଣ ହେଉଥିବା ଏଭଳି ଏକ ଭିଡିଓ ବାଉରିଆ ପଳନ୍ଦା, ଏଚ୍ପିସିଏଲ୍ଠାରେ ଥିବା ହୋଟେଲ୍କୁ ଚାଲାଣ ହେଉଥିଲା। ସ୍ଥାନୀୟ ଡ୍ରାଇଭରମାନେ ବାଇକ୍ ଯୋଗେ ହେଉଥିବା ମଦ ଚାଲାଣର ଭିଡିଓ କରି ଭାଇରାଲ୍ କରିଛନ୍ତି । ପାରାଦୀପର ଟର୍ମିନାଲ୍ ରୋଡ୍ରେ ଥିବା ତିନୋଟି ତୈଳ ଡିପୋ ସମ୍ମୁଖରେ ଖାଲମ୍ଖୁଲା ମଦ ବିକ୍ରି ବୃଦ୍ଧି ପାଉଛି । ବାଇକ୍ ଯୋଗେ ବାଲିଝରା, ବାଉରିଆ ପାଳନ୍ଦା, ଗିରିଧାରୀ ଛକ, ସ୍ଥାନୀୟ ଶିଳ୍ପାଞ୍ଚଳ, ରେଲୱେ ଷ୍ଟେସନ, ସବ୍ ଷ୍ଟେସନ ଛକ, ନେହରୁ ବଙ୍ଗଳା ଜଙ୍ଗଲ, ନୂଆବଜାର ଆଦି ଅଞ୍ଚଳକୁ ଚୋରାରେ ମଦ ଚାଲାଣ ହେଉଛି । ଏହି ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଛି । ଚୋରା ମଦକୁ ପ୍ରୋତ୍ସାହନ ଦେଉଛି ସ୍ଥାନୀୟ ପୁଲିସ, ଅବକାରୀ ବିଭାଗ ବୋଲି ଅଭିଯୋଗ ହେଉଛି । ବାଇକ୍ ଯୋଗେ ଚୋରା ଚାଲାଣ ହେଉଛି ମଦ । ବାଲିଝରାର ମିନାକ୍ଷୀ ପ୍ରଧାନ, ସ୍ୱାମୀ ରଞ୍ଜନ ପ୍ରଧାନ ବାଲିଝରାଠାରେ ଅସ୍କା ଫର୍ଟି ବିକ୍ରି କରୁଥିଲେ ।
ପୁଲିସ ଚଢ଼ଉ କରି ୨୦ଟି ଆସ୍କାପର୍ଟି ବୋତଲ ସମେତ ୪ ଲିଟର ମଦ ଜବତ କରିଛି । ସେହିପରି ରବିନ୍ଦ୍ର ବେହେରା ବାଲିଝରା ଛକରେ ଦେଶୀ ମଦ ବିକ୍ରି କରୁଥିଲା ପୁଲିସ ହାତରେ ଧରା ପଡିଥିଲା । କିନ୍ତୁ ପାରାଦୀପର ବସ୍ତି ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଛି । ଚୋରା ମଦକୁ ବିଭିନ୍ନ ବସ୍ତିକୁ ଯୋଗାଉଥିବା ମାଷ୍ଟର୍ ମାଇଣ୍ଡ୍କୁ କେବେ ଧରିବ ପୁଲିସ ନେଇ ଚର୍ଚ୍ଚା ହେଉଛି । ଜଣେ ଚୋରା ବେପାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ପୁଲିସ ଯେତେବେଳେ ଚଢ଼ଉ କରୁଛି ଦେଖିଥିବେ ସମସ୍ତଙ୍କ ନିକଟରୁ ତିନିରୁ ୫ ଲିଟର ମଦ ଜବତ ହେଉଛି । ଅଧିକ କାହିଁ ହେଉନି । ତାହାର କାରଣ ପୁଲିସ ହେଉ କି ଅବକାରୀ ବିଭାଗ ସେମାନଙ୍କର ମାସିକ ଟାର୍ଗେଟ ରହୁଛି । ସେହି ଅନୁସାରେ ସେମାନଙ୍କ ମାଷ୍ଟର୍ମାଇଣ୍ଡ୍ଙ୍କ ନିର୍ଦ୍ଦେଶ ଥାଏ କିଏ କେଉଁ ମାସରେ ଗିରଫ ହେବ, ତାହା ନିର୍ଦ୍ଧାରଣ ଆମ ଦ୍ୱାରା ସ୍ଥିର କରାଯିବ ।
ଯେଉଁଦିନ ଯାହାର ଗିରଫ ପାଳି ଥିବ ସେତେବେଳେ ଅଳ୍ପ ମଦ ପାଖରେ ରଖିବା ପାଇଁ ନିର୍ଦ୍ଦେଶ ରହିଥିବ । ଜଣେ ଏଥିରେ ମାଷ୍ଟର୍ ମାଇଣ୍ଡ୍ ରହିଛି । ବିଭିନ୍ନ ଅଫ୍ ସପ୍ ଓ ଭାଟିରୁ ମଦ ଗୁଡ଼ିକ ବାଇକ୍ ଯୋଗେ ବିଭିନ୍ନ ଅଞ୍ଚଳକୁ ସେମାନେ ଆସି ଦେଇଥାନ୍ତି । ପ୍ରତିଦିନ ଏଭଳି ଚାଲିଥାଏ ବୋଲି ନିଜ ନାମ ପ୍ରକାଶ କରିବାକୁ ଅନୁରୋଧ କରିଛନ୍ତି । ସେହିପରି ଏଚ୍ପିସିଏଲ୍ ନିକଟରେ ବାଲିଝରାରେ ରହୁଥିବା ମିହିର କୁମାର ସାହୁଙ୍କଠାରୁ ପୁଲିସ ୧୨ ଲିଟର ମହୁଲି ଜବତ କରାଯାଇଛି । ସେହିପରି ଗତ ମାସ ୩ ତାରିଖରେ ଏଚ୍ପିସିଏଲ୍ ସମ୍ମୁଖ ହୋଟେଲ୍ ୫ ପେଟି ବିଦେଶୀ ମଦ ଜବତ କରାଯାଇଥିଲା । ପୁଲିସ ଓ ଅବକାରୀ ବିଭାଗ ଏଥିପ୍ରତି ସଜାଗ ରହି ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।