ନୀଳଗିରି,୨୭/୯(ଆ.ପ୍ର)ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଏକ କାର ଯୋଗେ ଦେଶୀମଦ ଚାଲାଣ ହେଉଥିବା ବେଳେ ମାଡିବସିଲା ଅବକାରୀ ବିଭାଗ। କାର ଭିତରୁ  ବିପୁଳ ପରିମାଣ ଦେଶୀ ମଦ  କରିଛି ଅବକାରୀ ପୋଲିସ  । ଏଥିସହ ଜଣେ ଯୁବକଙ୍କୁ ଅବକାରୀ ପୋଲିସ ଗିରଫ କରିଛି।  

ନୀଳଗିରି ଥାନା ଅଧିନ ଅଯୋଧ୍ୟା ଅଞ୍ଚଳରେ ଏକ କାରରେ ମୋଟର ଟିଉବରେ ମଦ ଚାଲାଣ ହେଉଥିଲା। ଖବର ପାଇ ବାଲେଶ୍ଵର ଅବକାରୀ ବିଭାଗର ଏକ ଟିମ ଅଚାନକ ଚଢ଼ାଉ କରିଥିଲା। କାରରେ ଥିବା ମୋଟର ଟିଉବରୁ ୬୦୦ ଲିଟର ଦେଶୀ ମଦ ଜବତ କରିଥିଲେ। ଏଥିସହ  କଡମ୍ବସାହି ଗ୍ରାମର ଶଙ୍କର ସିଂଙ୍କୁ ଗିରଫ କରିଛି। ଜବତ ମଦର ମୂଲ୍ୟ ଏକ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।ଏନେଇ ଏକ ମାମଲା ବାଲେଶ୍ୱର ଅବକାରୀ ବିଭାଗ ରୁଜୁ କରିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।