ନୂଆଦିଲ୍ଲୀ : ଦେଶର ପୂର୍ବତନ ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାଣୀଙ୍କ ସ୍ୱାସ୍ଥ୍ୟରେ ଧିରେ ଧିରେ ସୁଧାର ଆସୁଛି। ତାଙ୍କୁ ଆସନ୍ତା ୧-୨ ଦିନ ମଧ୍ୟରେ ଆଇସିୟୁରୁ ପ୍ରାଇଭେଟ୍ ୱାର୍ଡକୁ ସିଫ୍ଟ କରାଯିବାର ସମ୍ଭାବନା ରହିଛି। ତାଙ୍କୁ ୧୨ ଡିସେମ୍ୱରରେ ନୂଆ ଦିଲ୍ଲୀର ଅପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ହେଲେ ,ତାଙ୍କୁ ସମସ୍ୟା କଣ ଥିଲା ଏହି ବିଷୟରେ କୌଣସି ସୂଚନା ଦିଆ ଯାଇ ନାହିଁ। ହସ୍ପିଟାଲ ମଙ୍ଗଳବାର ସନ୍ଧ୍ୟାରେ ଏଲକେ ଆଡଭାଣୀଙ୍କର ହେଲଥ୍ ବୁଲେଟିନ ଜାରି କରିଛି।
ଏଥିରେ କୁହାଯାଇଛି ଯେ , ବରିଷ୍ଠ ବିଜେପି ନେତା ତଥା ଭାରତର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାଣୀ ୧୨ ଡିସେମ୍ୱରରେ ଇନ୍ଦ୍ରପ୍ରସ୍ଥ ଅପୋଲୋ ହସ୍ପିଟାଲର ଆଇସିୟୁରେ ଡା. ଭିନୀତ ସୂରୀଙ୍କ ତଦାରଖରେ ଅଛନ୍ତି। ତାଙ୍କର ମେଡିକାଲ କଣ୍ଡିସନରେ ଧିରେ ଧିରେ ସୁଧାର ନଜର ଆସୁଛି। ତାଙ୍କର ସ୍ୱାସ୍ଥ୍ୟର ପ୍ରଗତି ଆଧାରରେ ତାଙ୍କୁ ଆସନ୍ତା ୧-୨ ଦିନ ଭିତରେ ଆଇସିୟୁକୁ ସିଫ୍ଟ କରାଯିବାର ସମ୍ଭାବନା ଅଛି।
କହି ରଖୁଛି କି , ଆଡଭାଣୀଙ୍କୁ ଚଳିତ ବର୍ଷ ଅଗଷ୍ଟ ମାସରେ ମଧ୍ୟ ଅପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା ଏବଂ ସେତେବେଳେ ବି ସେ ନ୍ୟୁରୋଲଜିଷ୍ଟ ଡା. ଭିନୀତ ସୂରୀଙ୍କ ଅବଜର୍ଭେସନରେ ରହି ଥିଲେ। ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ତାଙ୍କୁ ଡିସଚାର୍ଜ କରିଦିଆ ଯାଇଥିଲା।