ନୂଆଦିଲ୍ଲୀ, ୨୯/୧ : ଫ୍ଲପ୍ ହୋଇ ଚାଲିଛନ୍ତି ସଞ୍ଜୁ ସାମସନ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ୪ଟି ଯାକ ମ୍ୟାଚରେ ଫ୍ଲପ୍ ହୋଇଛନ୍ତି । ମାତ୍ର ଟି-୨୦ ବିଶ୍ବକପ ପୂର୍ବରୁ ଦଳରେ ସଞ୍ଜୁଙ୍କ ପାଇଁ ଶେଷ ପରୀକ୍ଷା ଦେବାକୁ ପଡ଼ିବ। ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟି-୨୦ ମ୍ୟାଚ ହୋମ ଗ୍ରାଉଣ୍ଡରେ ଖେଳିବେ ସଞ୍ଜୁ । ଥିରୁବନ୍ତପୁରମରେ ଏହି ମ୍ୟାଚ ଖେଳାଯିବାକୁ ଯାଉଛି । ଏଠାରେ ସେ କୌଣସି ଆନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି । କିନ୍ତୁ ପ୍ରଥମଥର ଖେଳିବାର ସୁଯୋଗ ମିଳିଥିବାବେଳେ ବଡ଼ ପାଳି ଖେଳି ପୁଣିଥରେ କମାଲ କରିବେ ବୋଲି ଆଶା ରଖିଛନ୍ତି ଭାରତୀୟ କ୍ରିକେଟ ପ୍ରଂଶସକ।
କେରଳ ସଞ୍ଜୁଙ୍କ ଘରୋଇ ମ୍ୟାଚ ଭଳି ମନେ ହେବ। ଗ୍ରୀନଫିଲ୍ଡ ଗ୍ରାଉଣ୍ଡରେ ୫୫ ହଜାର ଦର୍ଶକ ବସିବା ଭଳି କ୍ଷମତା ରହିଥିବାବେଳେ ସବୁ ଟିକେଟ ବିକ୍ରି ହୋଇସାରିଛି । ତେବେ ଘରୋଇ ମାଟିରେ ବଡ଼ ପାଳି ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପଡ଼ିବ ସଞ୍ଜୁଙ୍କୁ । ଏହି ସିରିଜରେ ଏପର୍ଯ୍ୟନ୍ତ ଚାରିଟି ଇନିଂସରେ ସଞ୍ଜୁ ସାମସନ କେବଳ ୪୦ ରନ କରିପାରିଛନ୍ତି। ପ୍ରଥମ ମ୍ୟାଚ୍ ରେ ସେ ୧୦ ରନ କରିଥିଲେ, ଯେତେବେଳେ ଦ୍ୱିତୀୟ ମ୍ୟାଚ୍ ରେ ସେ କେବଳ 6 ରନ କରିପାରିଥିଲେ। ତୃତୀୟ ମ୍ୟାଚ୍ ରେ ସେ ନିଜର ଖାତା ମଧ୍ୟ ଖୋଲିପାରି ନଥିଲେ ଏବଂ ଇନିଂସର ପ୍ରଥମ ବଲ୍ ରେ ଆଉଟ୍ ହୋଇଥିଲେ। ତା'ପରେ ସେ ଚତୁର୍ଥ ମ୍ୟାଚ୍ ରେ ୨୪ ରନ କରି ପ୍ରତ୍ୟାବର୍ତ୍ତନ ଚେଷ୍ଟା କରିଥିଲେ । ଏବେ ତାଙ୍କ ପାଇଁ ଶେଷ ସୁଯୋଗ ରହିଛି । ଏହି ମ୍ୟାଚରେ ବଡ଼ ସ୍କୋର କଲେ ଟି-୨୦ ବିଶ୍ବକପ ପ୍ଲେଇଂ ୧୧ରେ ସୁଯୋଗ ମିଳିପାରେ ।
ଏହାସହ ପଢ଼ନ୍ତୁ : ବାଂଲାଦେଶ ବିଶ୍ବକପରୁ ବାଦ ପଡ଼ିବା ଘଟଣା : ICC ଏମିତି ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର