ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ପୋଲାର୍ଡଙ୍କ ବିରଳ ରେକର୍ଡ : ୭୦୦ ଟି-ଟ୍ୱେଣ୍ଟି ଖେଳିବାରେ ପ୍ରଥମ ଖେଳାଳି

Published By : Rasmita Pradhan | June 25, 2025 10:05 AM

ନୂଆଦିଲ୍ଲୀ, ୨୫/୦୬ : ଆମେରିକାରେ ଚାଲିଥିବା ମେଜର ଲିଗ୍‌ କ୍ରିକେଟ (ଏମ୍‌ଏଲ୍‌ସି) ଟୁର୍ଣ୍ଣାମେଣ୍ଟରେ ୱେଷ୍ଟଇଣ୍ଡିଜର ପ୍ରସିଦ୍ଧ ଅଲରାଉଣ୍ଡର କିରଣ ପୋଲାର୍ଡ ଏକ ବିରଳ ରେକର୍ଡ଼ କରିଛନ୍ତି । ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ ୭୦୦ ଟି-ଟ୍ୱେଣ୍ଟି ଖେଳିଛନ୍ତି । ଏମ୍‌ଆଇ ନ୍ୟୁୟର୍କ ପକ୍ଷରୁ ଖେଳୁଥିବା ପୋଲାର୍ଡ ମଙ୍ଗଳବାର ସାନ୍‌ ଫ୍ରାନ୍ସିସ୍କୋ ୟୁନିକର୍ଣ୍ଣସ ବିପକ୍ଷ ମ୍ୟାଚ୍‌ରେ ଏହି ଉପଲବ୍ଧି ହାସଲ କରିଛନ୍ତି । ଉକ୍ତ ମ୍ୟାଚ୍‌ରେ ସେ ୨ଟି ୱିକେଟ୍‌ ନେବା ସହ ଅପରାଜିତ ୩୪ରନ୍‌ କରିଥିଲେ । ମାତ୍ର ଏମ୍‌ଆଇ ନ୍ୟୁୟର୍କ ୪୭ରନ୍‌ରେ ଏହି ମ୍ୟାଚ୍‌ ପରାଜିତ କରିଥିଲା । 

ପୋଲାର୍ଡ ଟି-ଟ୍ୱେଣ୍ଟି ଫର୍ମାଟ କ୍ରିକେଟରେ ୭୦୦ ମ୍ୟାଚ୍‌ ଖେଳି ୧୩୬୬୮ ରନ୍‌ ସଂଗ୍ରହ କରିସାରିଲେଣି । ସେ ଗୋଟିଏ ଶତକ ଏବଂ ୬୭ଟି ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ବୋଲିଂରେ ସେ ୩୨୮ଟି ୱିକେଟ୍‌ ଅକ୍ତିଆର କରିଛନ୍ତି । ଅନ୍ୟ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ୱେନ ବ୍ରାଭୋ ଦ୍ୱିତୀୟ ସର୍ବାଧିକ ୫୮୨ଟି ମ୍ୟାଚ୍‌ ଖେଳିଥିବାବେଳେ ପାକିସ୍ତାନର ସୋଏବ ମଲିକ ୫୫୭ଟି ମ୍ୟାଚ୍‌ ସହ ତୃତୀୟ, ୱେଷ୍ଟଇଣ୍ଡିଜର ଆନ୍ଦ୍ରେ ରସେଲ ୫୫୬ଟି ମ୍ୟାଚ୍‌ ସହ ଚତୁର୍ଥ, ସୁନୀଲ ନାରାଏନ ୫୫୧ଟି ମ୍ୟାଚ୍‌ ସହ ପଞ୍ଚମ, ଦକ୍ଷିଣ ଆଫ୍ରିକାର ଡେଭିଡ୍‌ ମିଲର ୫୩୦ଟି ମ୍ୟାଚ୍‌ ସହ ଷଷ୍ଠ, ଇଂଲଣ୍ଡର ଆଲେକ୍ସ ହେଲ୍ସ ୫୦୦ ମ୍ୟାଚ୍‌ ସହ ସପ୍ତମ ସ୍ଥାନରେ ରହିଛନ୍ତି । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୪୬୩ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.