ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କଳାକନା ବୁଲାଇଦେଲେ ଭଡ଼ାଟିଆ, କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ

Published By : Rasmita Pradhan | January 10, 2025 12:45 PM

ଭଦ୍ରକ, ୧୦/୦୧ : ଘର ମାଲିକାଣୀ ନଥିବା ବେଳେ କଳାକନା ବୁଲାଇଦେଲେ ଭଡ଼ାଟିଆ। ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ କଲେ ଚୋରି। ଭଦ୍ରକ ସହରାଞ୍ଚଳ ଥାନା ଅଧୀନ କୁଆଂସ ଅଞ୍ଚଳର କଲ୍ୟାଣୀ ସାହୁଙ୍କ ଘରୁ ଚୋରି ହୋଇଛି। ତଲାସି ବେଳେ ଭଡାଟିଆଙ୍କ ଘରୁ ଚୋରି ଜିନିଷ ଉଦ୍ଧାର ହୋଇଥିଲେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନି। ଯାହାଫଳରେ ଘର ମାଲିକାଣୀ ଏସ୍ପିଙ୍କ ଦ୍ଵାରସ୍ଥ ହୋଇଛନ୍ତି।

ସୂଚନାନୁଯାୟୀ, ଭଦ୍ରକ ସହରାଞ୍ଚଳ ଥାନା ଅଧୀନ କୁଆଂସ ଅଞ୍ଚଳର କଲ୍ୟାଣୀ ସାହୁ ଘରେ ନଥିବା ବେଳେ ତାଙ୍କ ଘରୁ ନଗଦ ଟଙ୍କା ଓ ସୁନା ଚୋରି ହୋଇଥିଲା। ସହରାଞ୍ଚଳ ଥାନାରେ ଅଭିଯୋଗ ପରେ ପୋଲିସ ସନ୍ଦେହରେ ଭଡ଼ାରେ ରହୁଥିବା ଦୁଇ ଜଣଙ୍କୁ ପଚରାଉଚରା କରିଥିଲେ। ପରେ ଯାଞ୍ଚ ବେଳେ ଭଡାଟିଆଙ୍କ ଘରୁ କିଛି ଚୋରି ଜିନିଷ ଜବତ ହୋଇଥିଲା। ତେବେ ଚୋରି ଜିନିଷ ମିଳିବା ସତ୍ତ୍ଵେ ପୋଲିସ ଭଡାଟିଆଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି। ଯାହାଫଳରେ ଘର ମାଲିକାଣୀ କାର୍ଯ୍ୟାନୁଷ୍ଠାନ ଦାବିରେ ଏସପିଙ୍କ ଦ୍ଵାରସ୍ଥ ହୋଇଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.