ତିଗିରିଆ,୧୦/୦୭: କଟକ ଜିଲ୍ଲା ତିଗିରିଆ ଗଡଜାତର ଆରାଧ୍ୟ ପ୍ରଭୁ ପ୍ରସନ୍ନମଣିଙ୍କ ଦାନହୁଣ୍ଡି ଚୋରି ହୋଇଛି । ପୀଠ ପରିସରରେ ଥିବା ଜୟ ବିଜୟ ଓ ଲକ୍ଷ୍ମୀ ମନ୍ଦିରରେ ଥିବା ଦୁଇଟି ହୁଣ୍ଡିର ତାଲା ଭାଙ୍ଗି ଲୁଟ୍ କରିଛନ୍ତି ଦୁର୍ବୃତ୍ତ ।
ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତିରେ ପୀଠ ପରିସରରେ ଥିବା ଜୟ ବିଜୟ ଓ ଲକ୍ଷ୍ମୀ ମନ୍ଦିରରେ ଥିବା ଦୁଇଟି ହୁଣ୍ଡିର ତାଲା ଭାଙ୍ଗି ଦୁର୍ବୃତ୍ତ ଭିତରେ ଥିବା ସମସ୍ତ ଜିନିଷ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଏପରିକି ମନ୍ଦିରରେ ଶୋଇଥିବା ସେବାୟତଙ୍କୁ ବାନ୍ଧି ଦେବା ସହ ମନ୍ଦିରର ମୂଖ୍ୟ ଫାଟକକୁ ମଧ୍ୟ ବାନ୍ଧି ଦେଇଛନ୍ତି ଲୁଟେରା । ଏନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।