ଉଦଳା,୮।୨ : ଗାଁ ରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଵା ବେଳେ ଦୁର୍ବୃତ୍ତ ଘରେ ବୁଲାଇଲେ କଳାକନା। ଉଦଳା ଥାନା ପାଟପୁର ଗ୍ରାମରେ ଘଟିଛି ଏହି ଘଟଣା।
ଗ୍ରାମର ବନୋଜ ବଢ଼େଇଙ୍କ ପରିବାର ସଦସ୍ୟ ଗ୍ରାମରେ ଚାଲିଥିବା ବାଥୁଡି ସାଂସ୍କୃତିକ ସମାଜ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଘରକୁ ଫେରିବା ପରେ ଘର ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏହା ପରେ ଘର ଭିତରେ ପଶି ଦେଖିବାରୁ ଦୁର୍ବୃତ୍ତ ମାନେ ଘରୁ ଲୁଟ କରିଥିବା ଜାଣିବାକୁ ପାଇଥିଲେ। ଲୁଟେରା ମାନେ ୩ ଗୋଟି ଗେଟ ତାଲା ଭାଙ୍ଗି ଘରେ ପଶିବା ସହିତ ଘର ଭିତରେ ଥିବା ଆଲମାରୀ ଓ ଗଡ଼ରେଜ ଭାଙ୍ଗି ୬୦ ହଜାର ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଏହା ପରେ ଘଟଣା ବାବଦରେ ଉଦଳା ଥାନା କୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।