ପ୍ରମୂଖ ଖବର
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଲୁଟ୍‌ କରିବାକୁ ଆସିଥିଲେ, ସାଇରନ୍‌ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ

Published By : Harapriya Sethi | May 28, 2025 11:11 AM

ତିହିଡି, ୨୮/୦୫ (ଅଭୟ ପତି): ବର୍ଷା ରାତିର ସୁଯୋଗ ନେଇ ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଅନ୍ତର୍ଗତ କମାରିଆ ବଜାରରେ ମାତିଲେ ଚୋର। ହେଲେ ଭଣ୍ଡୁର ହୋଇଗଲା ସବୁ ପ୍ଲାନ୍‌ । ସୁନା ଦୋକାନରୁ ଚୋରି କରିବା ବେଳେ ବାଜିଲା ସାଇରନ୍‌ । ଫଳରେ ଲୁଟେରାଙ୍କ ଚୋରି ଉଦ୍ୟମ ବିଫଳ ହୋଇଗଲା । ଖବର ପାଇ ତିହିଡ଼ି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । 

ସୂଚନା ମୁତାବକ, ଗତକାଲି ବର୍ଷା ରାତିରେ ଲୁଟ୍‌ ଯୋଜନା କରି କମାରିଆ ବଜାରକୁ ଆସିଥିଲେ ଲୁଟେରା । ଜଗାବଳିଆ ଜୁଏଲାର୍ସ ନାମକ ସୁନା ଦୋକାନରୁ ଚୋରି ଉଦ୍ୟମ କରିଥିଲେ । ଦୋକାନର କବାଟ ଭାଙ୍ଗି ଭିତରକୁ ପଶିଥିଲେ । ପରେ ଦ୍ୱିତୀୟ ଗ୍ରିଲ୍‌ ଭାଙ୍ଗିଥିଲେ । ମାତ୍ର ତୃତୀୟ କବାଟ ଭାଙ୍ଗିବା ବେଳେ ସାଇରନ୍ ବାଜି ଉଠିଥିଲା । ସାଇରନ୍‌ ଶବ୍ଦ ଶୁଣି ଆଖପାଖ ଲୋକେ ଉଠି ପଡ଼ିଥିଲେ । ଫଳରେ ଲୁଟ୍‌ ଉଦ୍ୟମ ବିଫଳ ହୋଇଯାଇଥିଲା ଏବଂ ଭୟରେ ଚମ୍ପଟ୍ ମାରିଥିଲେ ଲୁଟେରା । ଏନେଇ ଖବର ପାଇବା ପରେ ତିହିଡ଼ି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.