ପ୍ରମୂଖ ଖବର
  • ଠାକୁରମୁଣ୍ଡା ଚମ୍ପାଝର ଗ୍ରାମରେ ସ୍ତ୍ରୀକୁ ପିଟି ପିଟି ହତ୍ୟା , ସ୍ୱାମୀ ଅଟକ
  • ||
  • ଉମରକୋଟ : ଖେଳୁଥିବା ବେଳେ ପାଣି କୁଣ୍ଡରେ ପଡି ଶିଶୁପୁତ୍ର ମୃତ
  • ||
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ମହିଳାଙ୍କ ହାତ ଗୋଡ ବାନ୍ଧି ସୁନା ଗହଣା ସହ ଟଙ୍କା ଲୁଟି ନେଲେ ଲୁଟେରା

Published By : Suraj Kumar | August 12, 2025 11:21 PM

ବାସୁଦେବପୁର,୧୨।୮   : ବାସୁଦେବପୁର ଥାନା ପଢୁଆଁ ଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ   ଦୁର୍ବୃତ୍ତମାନେ ଘରେ ପଶି ଡକାୟତି କରିଛନ୍ତି। ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ଘରେ ପଶି ଦୁଇ ମହିଳାଙ୍କ ହାତ ଗୋଡ ବାନ୍ଧି ଭୁଜାଲି ଓ ବନ୍ଧୁକ ଲଗାଇ  ସୁନା ଗହଣା ସହ ଟଙ୍କା ଲୁଟି ନେଇଛନ୍ତି ।  ଡକାୟତଙ୍କ ମାଡ଼ରେ ଦୁଇ ମହିଳା ମଧ୍ୟ ଆହତ ହୋଇଛନ୍ତି। ଆହତ  ମହିଳାମାନେ  ହେଲେ ସତ୍ୟଭାମା ମିଶ୍ର ଓ ବୈଦେଇ ସାହୁ। 

ମଙ୍ଗଳବାର ସନ୍ଧ୍ୟା  ସମୟରେ ୩ ଜଣ ଡକାୟତ ପୂର୍ଣ୍ଣ ଚନ୍ଦ୍ରଙ୍କ ଘର ମୁଖ୍ୟ ଫାଟକ ଦେଇ ପଶିଥିଲେ। ଘରେ ପ୍ରଥମେ ପଶି  ଦୁଇ ମହିଳାକୁ କାବୁ କରିନେଇ ଗୋଟିଏ ସ୍ଥାନରେ ବାନ୍ଧି ବସାଇ ଥିଲେ। ପରେ ଘରର ବିଭିନ୍ନ ସ୍ଥାନରେ ବୁଲି ଘରେ  ଥିବା ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଗହଣା  ସହ ନଗଦ ୩୬ ହଜାର ଟଙ୍କା ନେଇଯାଇଥିଲେ। ଚୋର ମାନେ ଘରୁ ବାହାରିବା ସମୟରେ ସ୍ଥାନୀୟ ଲୋକ ଦେଖି ପାଟି କରିଥିଲେ। ଡକାୟତମାନେ ଦୌଡ଼ି ପଳାଇବା  ସହିତ ଏକ ସ୍ଥାନରେ ନିଜର ବ୍ୟାଗ ପକାଇ ଚାଲି ଯାଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଉକ୍ତ ବ୍ୟାଗକୁ ଜବତ କରିବା ସହିତ  ଘଟଣାର ତଦନ୍ତ ଚଳାଇଛି।  ବ୍ୟାଗରୁ ଦୁଇଟି ଭୁଜାଲି, ଛୁରୀ ସହିତ ଚୋରାଇ ନେଇଥିବା କିଛି ସୁନା ଗହଣା ପୋଲିସ ଜବତ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.