ବୋରିଗୁମ୍ମା,୨୬।୧ : ବୋରିଗୁମ୍ମା ଥାନା ଅଞ୍ଚଳରେ ପୁଣି ସକ୍ରିୟ ହେଲେ ଲୁଟେରା। ଥାନା ଠାରୁ ଅତି ନିକଟ ରାଜପଥ କଡକୁ ଲାଗି ରହିଥିବା ଏକ ଘରେ ମୁଖ୍ୟ ଫାଟକକୁ ବାଡେଇ ଡାକିଥିଲେ ଘର ମାଲିକଙ୍କୁ । ମାରଣାସ୍ତ୍ର ଦେଖାଇ ୨ଲକ୍ଷ ଟଙ୍କା ଏବଂ ସୁନା ଗହଣା ଲୁଟି ନେଇ ଚମ୍ପଟ ମାରିଛନ୍ତି ୪ଜଣ ଦୁର୍ବୁତ୍ତ। ଏହି ଘଟଣା ସମ୍ପର୍କରେ ପୋଲିସକୁ କହିଲେ ଜୀବନରେ ମାରିଦେବା ନେଇ ଘରମାଲିକ ଙ୍କୁ ଧମକ ଦିଆଯାଇଛି ।ଏଭଳି ଘଟଣା ସାମ୍ନା କୁ ଆସିଛି ବୋରିଗୁମ୍ମା ସହରରୁ।
ରବିବାର ରାତିରେ ବୋରିଗୁମ୍ମା ସହର ଜୟପୁର ରୋଡ ପାର୍ଶ୍ଵ ରେ ଥିବା ଜଣେ ବ୍ୟବସାୟୀ ଗୁରୁମୂର୍ତ୍ତିଙ୍କ ଘରେ ଡକାୟତି ହୋଇଛି। ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ନଗଦ ଦୁଇ ଲକ୍ଷ ଟଙ୍କା ଏବଂ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଯାହାକି ବୋରିଗୁମ୍ମା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତ କିଛି ଦିନ ପୂର୍ବରୁ ବୋରିଗୁମ୍ମା ସହର ର ନବରଙ୍ଗପୁର ରୋଡକୁ ଲାଗି ରହିଥିବା ରାଜେଶ୍ୱରୀ ପାଢ଼ୀଙ୍କ ଘରେ ତାଲା ଭାଙ୍ଗି ଦୁର୍ବୁତ୍ତ ମାନେ ପଶିଥିଲେ ଘରେ ଥିବା ଚାରି ତୁଳା ରୁ ଉର୍ଦ୍ଧ ସୁନା ଅଳଙ୍କାର ନେବା ସହ ନଗଦ ୨ଲକ୍ଷ ଟଙ୍କା ଚୋରି କରିଥିଲେ ର।ସେହି ଘଟଣାର ବୋରିଗୁମ୍ମା ପୋଲିସ କୁ କୌଣସି ସୁଫଳ ମିଳି ନଥିବା ବେଳେ ଗତକାଲି ରାତି ପୁଣି ଆଉ ଏକ ଘରୁ ଡକାୟତି ଘଟଣା ପୋଲିସ ପାଇଁ ଚିନ୍ତାର କାରଣ ସାଜିଛି। ଅଭିଯୋଗ ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି।