ନୂଆଦିଲ୍ଲୀ : ୫୦ବର୍ଷ ବୟସ ପରେ ଓଜନ କମାଇବା କିଛି ମାତ୍ରାରେ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ, କିନ୍ତୁ ସଠିକ୍‌ ଉପାୟ ଆପଣାଇଲେ ଏହା ସମ୍ଭବ। ବୟସ ସହ ଶରୀରର ମେଟାବୋଲିଜିମ୍‌ ହାର ଧିମା ହୋଇଯାଏ, କିନ୍ତୁ କିଛି କଥାକୁ ଧ୍ୟାନରେ ରଖି ଆପଣ ନିଜର ଓଜନକୁ ନିୟନ୍ତ୍ରିତ କରି ପାରିବେ। ଏହି ଉପାୟରେ ସଠିକ୍‌ ମେଣ୍ଟଲିଟି ଓ ଭଲ ଡାଇଟ୍‌ ଆପଣଙ୍କୁ ଏଥିରେ ସାହାଯ୍ୟ କରିପାରେ। ଯେଉଁଥିରେ ଆପଣଙ୍କ ପାଇଁ ଫିଟ୍‌ ରହିବା ଆହୁରି ଆବଶ୍ୟକ ହୋଇଯାଏ । 

ଡାଇଟ୍‌ ଏକ୍ସପର୍ଟ ଓ ସାର୍ଟିଫାଇଡ୍‌ ଡାଇଟ୍‌ ସ୍ପେଶାଲିଟି ଡ. ଅର୍ଚ୍ଚନା ବତ୍ରା କହିଛନ୍ତି , ୫୦ ବର୍ଷ ବୟସ ପରେ ଜୀବନର ଏହି ପର୍ଯ୍ୟାୟରେ ମସଲ୍ସ, ହାର୍ମୋନଲ ବାଲାନ୍ସ ଓ ମେଟାବଲିଜିମ୍‌ରେ ପରିବର୍ତ୍ତନ ହୋଇଥାଏ , ଯେଉଁଥିରେ ୱେଟ୍‌ ମ୍ୟାନେଜମେଣ୍ଟ କିଛି ମାତ୍ରାରେ ମୁସ୍କିଲ ହୋଇପାରେ। ହେଲେ ଯଦି ମଣିଷ ନିଜର ଡାଇଟ୍‌, ଲାଇଫ୍‌ଷ୍ଟାଇଲ୍‌ ଓ ଏକ୍ସରସାଇଜ୍‌ ଉପରେ ଫୋକସ କରିବା ତ ସେ ନିଜର ଲାଇଫ୍‌କୁ ସୁଧାରି ପାରିବେ। 

ଏବେ ଏହି ବୟସରେ ଓଜନ କମ୍‌ କରିବାର ଉପାୟ କଣ ରହିଛି , ଏହି ବିଷୟରେ ଆସନ୍ତୁ ଜାଣିବା 

୧- କ୍ୟାଲୋରୀ କଣ୍ଟ୍ରୋଲ କରନ୍ତୁ : 

୫୦ ବର୍ଷ ବୟସର ପରେ ଯଦି ଆପଣ ନିଜର ଓଜନ ହ୍ରାସ କରିବାକୁ ଚାହାନ୍ତି ତ ସର୍ବଦା ଏକ୍ସଷ୍ଟ୍ରା କ୍ୟାଲୋରିଜ୍‌ ନେବାରୁ ନିବୃତ୍ତ ରୁହନ୍ତୁ। ଯେବେ ଆପଣ ଜଳଖିଆ , ଲଞ୍ଚ ବା ଡିନର କରୁଛନ୍ତି , ଏହି ଖାଦ୍ୟର କ୍ୟାଲୋରିଜ୍‌ ବିଷୟରେ ଜାଣନ୍ତୁ ଏବଂ ପୁଣି ଖାଆନ୍ତୁ । ଏଥିରେ କ୍ୟାଲୋରୀ ଇଣ୍ଟେକରୁ ରକ୍ଷା ପାଇବେ। ଅଧିକ ଖାଇବାରୁ ବର୍ତ୍ତିବା ପାଇଁ ଛୋଟ ଛୋଟ ଆକାରର ପ୍ଲେଟ୍ ବ୍ୟବହାର କରନ୍ତି। 

୨- ଡେଲି ରୁଟିନ ଫିକ୍ସ କରନ୍ତୁ :

 ଫେକ୍ସିବିଲିଟି ଓ ବାଲାନ୍ସ ଉପରେ ଧ୍ୟାନ ଦିଅନ୍ତୁ । ପିଲେଟ୍ସ , ଯୋଗ ଓ ଷ୍ଟ୍ରେଚିଂ କରନ୍ତୁ , କାରଣ ଏଥିରେ ଆଘାତ ଲାଗିବାର ବିପଦ କମ୍‌ ହେବ ଏବଂ ମୋବିଲିଟିରେ ସୁଧାର ହେବ। 

୩- କାର୍ଡିଓ ଆକ୍ଟିଭିଟି କରନ୍ତୁ : ହାର୍ଟ ହେଲ୍‌ଥକୁ ସୁସ୍ଥ ରଖିବା ପାଇଁ ଓ କ୍ୟାଲୋରୀ ବର୍ନ କରିବା ପାଇଁ ସାଇକେଲିଂ , ସ୍ୱିମିଂ ,ଡ୍ଯାନ୍ସିଂ ଓ ପାଦରେ ଚାଲିବା ଆଦି ଆକ୍ଟିଭିଟି ସାମିଲ କରନ୍ତୁ।

୪- ବାଲାନ୍ସ ଡାଇଟ୍‌ ନିଅନ୍ତୁ : 

ପ୍ରୋଟିନ୍‌ ମେଟାବଲିଜିମ୍‌ରୁ ବୃଦ୍ଧି କରିବା ଓ ମାଂସପେଶୀକୁ ସୁରକ୍ଷିତ ରଖିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଏ। 

୫-ସ୍ୱାସ୍ଥ୍ୟକର ଭୋଜନ କରନ୍ତୁ :

ନିଜର ଡାଇଟ୍‌ରେ ଫଳ , ପରିବା , ଶସ୍ୟ ଜାତୀୟ ଖାଦ୍ୟ , ହେଲଦି ଫ୍ୟାଟ୍‌ ଓ ପ୍ରୋଟିଜ୍‌ ସାମିଲ କରନ୍ତୁ। ଏଥିରେ ମସଲ୍ସ ଓ ମାଇଣ୍ଡକୁ ଏନର୍ଜି ମିଳିବ। 

୬-ପ୍ରୋସେସ୍ଡ୍‌ ଫୁଡ୍‌ରୁ ଦୂରେଇ ରୁହନ୍ତୁ –

ଫ୍ରାଏଡ୍‌ ଖାଦ୍ୟ ପଦାର୍ଥ , ମିଠା ସ୍ନାକ୍ସ ଓ ପ୍ୟାକେଜ୍ଡ୍‌ ବସ୍ତୁର ସେବନରୁ ନିବୃତ୍ତି ରୁହନ୍ତୁ ,କାରଣ ଏଥିରେ ଅସ୍ୱାସ୍ଥ୍ୟକର ଫ୍ୟାଟ୍‌ ଓ ପ୍ରୋସେସ୍‌ କାର୍ବୋହାଇଡ୍ରେଟ୍‌ ରହିଥାଏ , ଯାହା ଶରୀର ପାଇଁ ଭଲ ନୁହେଁ ।