ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ସମ୍ପର୍କୀୟ ଭାଇ-ଭଉଣୀ ବିବାହ କରିବାରୁ ଆଦିବାସୀ ସମାଜରୁ ମିଳିଲାନି ସ୍ଵୀକୃତି, ଗାଁ ଦାଣ୍ଡରେ ଲଙ୍ଗଳ ଧରି ବୁଲାଇଲେ ଗ୍ରାମବାସୀ

Published By : Rasmita Pradhan | August 11, 2025 10:17 AM

ନାରାୟଣପାଟଣା, ୧୧/୦୮ : କଙ୍ଗାରୁ କୋର୍ଟରେ ପ୍ରେମୀ ଯୁଗଳଙ୍କୁ ବଳଦ ଦଣ୍ଡ। ଆଦିବାସୀ ପରମ୍ପରାର ଦ୍ଵାହି ଦେଇ ସର୍ବ ସମ୍ମୁଖରେ ଲଙ୍ଗଳ ଧରି ବୁଲାଇଲେ ଗ୍ରାମବାସୀ। ଭୁଲ୍ ଏତିକି ସମ୍ପର୍କୀୟ ଭାଇ-ଭଉଣୀ ହୋଇ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସିଥିଲେ। ଆଉ ସାତ ଜନ୍ମ ପାଇଁ ସାଥୀ ହେବାକୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ହେଲେ ସ୍ଵୀକୃତି ଦେଲାନି ଆଦିବାସୀ ସମାଜ। ସର୍ତ୍ତ ଥିଲା ବଳଦ ଦଣ୍ଡ ଭୋଗିଲେ ଯାଇ ସମାଜରୁ ମିଳିବ ସ୍ଵୀକୃତି। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଚିଡି ବାଲସା ଗାଁରୁ ଆସିଛି ଏଭଳି ଚିତ୍ର।

ସୂଚନାନୁଯାୟୀ, ଆଲୋମଣ୍ଡା ଗ୍ରାମ ପଞ୍ଚାୟତର ଚିଡି ବାଲସା ଗାଁର ପୁଅ ପେଦାଲଡା ଗାଁର ଝିଅକୁ ପ୍ରେମ କରି ବିବାହ କରିଥିଲେ। ସେମାନେ ସମ୍ପର୍କରେ ଭାଇ ଭଉଣୀ ହୋଇଥିବାରୁ ଗତକାଲି ଆଦିବାସୀ ପରମ୍ପରା ଅନୁସାରେ ପୂଜା ପାଠ କରି ଗାଁରେ ଉଭୟଙ୍କୁ ଲଙ୍ଗଳ ଧରି ଗାଁରେ ବୁଲାଇଛନ୍ତି। 

ନିକଟରେ ରାୟଗଡ଼ା କଲ୍ୟାଣସିଂହପୁରର କଞ୍ଜାମଯୋଡ଼ି ଗାଁରେ ଏପରି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏପରି ବର୍ବରତା ଓ କୁଶ୍ଚିତ କାର୍ଯ୍ୟ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ବିଭିନ୍ନ ସାମାଜିକ କର୍ମୀ ମାନବଧିକାର ଆୟୋଗ ନିକଟରେ ଫେରାଦ ହୋଇଥିଲେ । ପିଉସୀ ଓ ପୁତୁରାଙ୍କ ପ୍ରେମ ସଂପର୍କକୁ ବିରୋଧ କରି କଞ୍ଜାମଯୋଡି ଗ୍ରାମବାସୀ ଉଭୟଙ୍କ ବେକରେ ଜୁଆଳି ପକାଇ ଜମିରେ ଚାଷ କରାଇଥିଲେ । 

ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ସଚେତନତା ଅଭାବରୁ ପରମ୍ପରା ନାଁରେ ଖୋଲାଖୋଲି ଭାବେ ମାନବାଧିକାର କ୍ଷୁର୍ଣ୍ଣ କରାଯାଉଛି । ଅନ୍ଧବିଶ୍ଵାସର ବଶବର୍ତ୍ତୀ ହୋଇ ଆଦିବାସୀମାନେ ଏଭଳି ପରମ୍ପରାକୁ ଆଜି ଯାଏଁ ଜାବୁଡ଼ି ଧରିଛନ୍ତି। ଗୋଟିଏ ବଂଶରେ ଗୋଟିଏ ଜାତିରେ ବିବାହ କଲେ ଧରଣୀ ପେନୁ ରାଗିବ କହି କଙ୍ଗାରୁ କୋର୍ଟରେ ଏଭଳି ଦଣ୍ଡିତ କରାଯାଉଛି। ଏନେଇ ବ୍ୟାପକ ସଚେତନତାର ଆବଶ୍ୟକତା ଥିବା କହିଛନ୍ତି ବୁଦ୍ଧିଜୀବୀ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.