ନୂଆଦିଲ୍ଲୀ, ୧୩/୦୭ : ପରସ୍ପରକୁ ପ୍ରେମ କରୁଥିଲେ ଦୁଇ ଯୁବତୀ। ଘରଲୋକ ଜାଣି ଦେବାରୁ ଜଣେ ଯୁବତୀଙ୍କୁ ଅନ୍ୟତ୍ର ଜୋର ଜବରଦସ୍ତ ବିବାହ କରାଇଦେଲେ। ହେଲେ ପୁଲିସକୁ ସାଙ୍ଗରେ ଧରି ବର ଘରେ ପହଞ୍ଚିଗଲେ ଅନ୍ୟ ଯୁବତୀ ଜଣଙ୍କ। ଜିଦି କରି ପ୍ରେମିକାଙ୍କୁ ଉଠାଇ ଆଣିଲେ ଏବଂ ବିବାହ କଲେ। ମେରଠରେ ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଜାନିଖୁର୍ଦ ଥାନା ଅଞ୍ଚଳର ଏହି ପ୍ରେମ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସୂଚନାନୁଯାୟୀ, ଜାନିଖୁର୍ଦ ଥାନା ଅଞ୍ଚଳର ଦୁଇ ଜଣ ଯୁବତୀ ପରସ୍ପରକୁ ପ୍ରେମ କରୁଥିଲେ। ଦୁହେଁ ଘର ଲୋକଙ୍କୁ ଲୁଚାଇ ବିବାହ କରି ସାରିଥିଲେ। ଏନେଇ ଜଣେ ଯୁବତୀଙ୍କ ଘର ଲୋକ ଜାଣିପାରିଥିଲେ। ଫଳରେ ସେମାନେ ଜୋର ଜବରଦସ୍ତ ତାଙ୍କ ବିବାହ ଗାଜିଆବାଦ ସ୍ଥିତ ଜଣେ ଯୁବକଙ୍କ ସହ କରାଇ ଦେଇଥିଲେ। ଏକଥା ଜାଣିବା ପରେ ଅନ୍ୟ ଯୁବତୀ ଜଣଙ୍କ ଥାନାର ଦ୍ଵାରସ୍ଥ ହୋଇଥିଲେ। ପୁଲିସକୁ ସାଥୀରେ ନେଇ ପ୍ରେମିକାଙ୍କ ଶାଶୁ ଘରେ ପହଞ୍ଚିଗଲେ। ଏହାପରେ ଦୁଇ ବାନ୍ଧବୀ ବିବାହ କରିଥିବା ଖୁଲାସା କରିଥିଲେ। ଏହା ଶୁଣି ବର ଘର ଲୋକଙ୍କ ମୁଣ୍ଡ ଗୋଲ୍ ହୋଇଯାଇଥିଲା। ଦୀର୍ଘ ସମୟର ହାଇଭୋଲଟେଜ୍ ଡ୍ରାମା ପରେ ଦୁଇ ବାନ୍ଧବୀ ସେଠାରୁ ଚାଲି ଆସି ବିବାହ କରିଥିଲେ।
ଏହି ଘଟଣା ପରେ, ଉଭୟ ଯୁବତୀଙ୍କ ପରିବାର ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢିଛି। ଘଟଣାଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଦୁଇ ଯୁବତୀ ପ୍ରେମ ବିବାହ କରିବା ଏବଂ ଏକାଠି ରହିବା ଘଟଣା ଜାନିଖୁର୍ଦ ଏବଂ ଆଖପାଖ ଅଞ୍ଚଳରେ କୌତୁହଳ ଏବଂ ଆଲୋଚନାର ବିଷୟ ପାଲଟିଛି। ଏବେ ଦୁଇ ଯୁବତୀ ଏକାଠି ଅଛନ୍ତି।
ଆହୁରି ପଢନ୍ତୁ- ଏକ ତରଫା ପ୍ରେମରେ ଦେଢ ବର୍ଷର ଶିଶୁକୁ କଚାଡି ମାରିଥିବା ଅଭିଯୁକ୍ତକୁ ଫାଶୀ, ମାତ୍ର ୪୦ ଦିନ ଭିତରେ ଆସିଲା କୋର୍ଟଙ୍କ ରାୟ
Cuttack Robbery| ମହିଳାଙ୍କୁ ଖଣ୍ଡାରେ ହାଣି ଲୁଟିନେଲେ ୩୬ଲକ୍ଷ, ଶୁଣନ୍ତୁ କ’ଣ କହୁଛନ୍ତି ମହିଳାଙ୍କ ସମ୍ପର୍କୀୟ