ପୁରୀ,୧୩/୦୭: କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ୨ଟି ସନ୍ତାନ ଓ ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ଚମ୍ପଟ ମାରିଛି ସ୍ତ୍ରୀ । ସ୍ତ୍ରୀକୁ ଫେରେଇ ଆଣିବା ଲାଗି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସ୍ୱାମୀ । ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

ଅଧିକ ପଢ଼ନ୍ତୁ :-  ଡିଜେ ସାଉଣ୍ଡ୍‌ରେ ଅତିଷ୍ଠ ହୋଇ ପିସିଆରକୁ କରିଥିଲେ କଲ୍, ବରଯାତ୍ରୀଙ୍କ ସାମ୍ନାରେ ଆଇନଜୀବୀଙ୍କୁ ଧରାଇଦେଲେ ମୂଳିଆ ବାବୁ

ପୁଲିସ ସୂଚନାନୁଯାୟୀ, ଦମ୍ପତିଙ୍କ କିଛି ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ପରିବାର ବେଶ ହସଖୁସିରେ ଚାଲିଥିଲା । ଏମାନଙ୍କର ୨ଟି ସନ୍ତାନ ଅଛନ୍ତି । ମାତ୍ର ସ୍ତ୍ରୀଙ୍କ ପୂର୍ବ ପ୍ରେମିକ ସହ ସମ୍ପର୍କ ବଢ଼଼ିଥିଲା । ଘଣ୍ଟା ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ମୋବାଇଲରେ ବାର୍ତ୍ତାଳାପ ହେଉଥିଲା । ଏସମ୍ପର୍କରେ ସ୍ୱାମୀ ମଧ୍ୟ ଅବଗତ ଥିଲେ । ସ୍ତ୍ରୀଙ୍କୁ ବାରମ୍ବାର ବିରୋଧ କରିଥିଲେ ସୁଦ୍ଧା ସ୍ତ୍ରୀ କର୍ଣ୍ଣପାତ କରିନଥିଲେ । ଶେଷରେ ସେ ଗତ ମାସରେ ପ୍ରେମିକ ସହ ଚମ୍ପଟ ମାରିଛନ୍ତି । ଅନ୍ୟପକ୍ଷରେ ସ୍ତ୍ରୀକୁ ବୁଝାଇବା ସତ୍ତେ୍ୱ ସେ ନଫେରିବାରୁ ସ୍ୱାମୀ ଆଇନ୍‌ର ଆଶ୍ରୟ ନେଇଛନ୍ତି । ଏସମ୍ପର୍କରେ ଆଇଆଇସି ବିଜୟକେତନ ବେହେରା କୁହନ୍ତି, ମାମଲା ରୁଜୁ କରାଯାଇଛି । ତଦନ୍ତ ପରେ ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ।