ନୂଆଦିଲ୍ଲୀ,୧୨।୩: ପଶ୍ଚିମବଙ୍ଗର ନୂତନ ରାଜ୍ୟପାଳ ରବିନ୍ଦ୍ର ନାରାୟଣ ରବି କୋଲକାତାର ଲୋକଭବନରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ସୁଜୋୟ ପାଲ୍ ପଶଥ ପାଠ କରାଇଛନ୍ତି। ଶପଥ ଗ୍ରହର ସମାରୋହରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀ, ବିଧାନସଭା ବାଚସ୍ପତି ବିମାନ ବାନାର୍ଜୀ, ଲେଫ୍ଟ ଫ୍ରଣ୍ଟର ଚେୟାରମ୍ୟାନ୍ ବିମାନବୋସ୍ ଏବଂ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ନେଇ ଧାର୍ଯ୍ୟ ସମୟ ୧୧ଟା ୩୦ ମିନିଟ୍‌ରେ ଆରମ୍ଭ ହୋଇଥିଲା। ତା ପୂର୍ବରୁ ବନ୍ଦେ ମାରତମ୍ ଓ ପରେ ଜାତୀୟ ସଙ୍ଗୀତ ବାଜିଥିଲା। ଶପଥ ନେବାପରେ ନୂଆ ଗର୍ଭନର ମୁଖ୍ୟମନ୍ତ୍ରୀ ଓ ଅତିଥିଙ୍କ ସହିତ ଆଲୋଚନା କରିଥିଲେ। ଶପଥ ଗ୍ରହଣ ପରେ ରାଜ୍ୟପାଳ କହିଛନ୍ତି, ମୁଁ ଖୁବ୍ ଭାଗ୍ୟବାନ ମନେ କରୁଛି। ମୋତେ ପଶ୍ଚିମବଙ୍ଗର ଲୋକଙ୍କ ସେବା କରିବାର ସୁଯୋଗ ମିଳିଛି। ଏହା ଏକ ମହାନ ଭୂମି,ଯାହାକି ବହୁ ହଜାର ବର୍ଷରୁ ଭାରତର ଆଧ୍ୟାତ୍ମକ, ବୌଦ୍ଧିକ ଓ ସାଂସ୍କୃତିକ ରାଜଧାନୀ ରହିଛି।

 

ସେ କହିଛନ୍ତି,ଏହା ହେଉଛି ସେହି ଭୂମି ଯେଉଁଠି ବହୁ ହଜାର ବର୍ଷ ପୂର୍ବରୁ ବେଦର ଶ୍ବାଶତ ଜ୍ଞାନ ଫଳ-ଫୁଲ, ଯେଉଁଠି ଗୌତମ ବୁଦ୍ଧ ଶିକ୍ଷାର ନୂତନ ଭାଗ ମିଳିଛି,ଯେଉଁଠି ଭକ୍ତିର ମହାନ ପରମ୍ପରା ସୃଷ୍ଟି ହୋଇଛି ଓ ଯାହାକି ରାଷ୍ଟ୍ରୀୟ ସ୍ବାଧୀନତାର ଆନ୍ଦୋଳନକୁ ଆଗକୁ ବଢାଇଛି। ରାଜ୍ୟପାଳ କହିଛନ୍ତି, ବିଦେଶୀ ଓ ଦଖଲର ଖରାପ ସମୟ ରହିଛି, ଯାହାକି ଆମର ସଂସ୍କୃତି ଓ ପରିଚୟକୁ ବ୍ୟବସ୍ଥିତ ଭାବରେ ନଷ୍ଟ କରିବା ଆରମ୍ଭ କରିଦେଇଛି।

 

ଏହି ଭୂମି ଚୈତନ୍ୟ ମହାପ୍ରଭୁ, ଭଗବାନ ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ବାବୁ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ପରି ଅନେକ ମହାନ ବ୍ୟକ୍ତି ଏବଂ ଦିବ୍ୟ ଆତ୍ମାଙ୍କୁ ଜନ୍ମ ଦେଇଛି, ଯାହାଙ୍କ ବନ୍ଦେ ମାତରମ୍ ଆମ ଜାତୀୟ ସ୍ୱାଧୀନତା ଆନ୍ଦୋଳନର ସ୍ଲୋଗାନ ପାଲଟିଥିଲା, ମହାନ କବି-ବୁଦ୍ଧିଜୀବୀ ଗୁରୁଦେବ ରବିନ୍ଦ୍ରନାଥ ଟାଗୋର, ବିପ୍ଳବୀ ଆଧ୍ୟାତ୍ମିକ ନେତା ଶ୍ରୀ ଅରବିନ୍ଦ ଏବଂ ମହାନ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ। ସେ କହିଥିଲେ ଯେ ମୁଁ ମା ଦୁର୍ଗାଙ୍କୁ ପ୍ରାର୍ଥନା କରୁଛି ଯେ ସେ ମୋତେ ପୂର୍ଣ୍ଣ ନିଷ୍ଠାର ସହିତ ଏହି ଭୂମିର ଲୋକଙ୍କ ସେବା କରିବା ପାଇଁ ଜ୍ଞାନ ଏବଂ ଶକ୍ତି ଦିଅନ୍ତୁ।

​​​​​​​

ଉଲ୍ଲେଖନୀୟ ଯେ, ସିଭି ଆନନ୍ଦ ବୋଷଙ୍କ ଇସ୍ତଫା ପରେ, ରବିଙ୍କୁ ପଶ୍ଚିମବଙ୍ଗର ସ୍ଥାୟୀ ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଛି। ସେ ପୂର୍ବରୁ ତାମିଲନାଡୁର ରାଜ୍ୟପାଳ ଥିଲେ। ରାଜ୍ୟପାଳ ଭାବରେ କାର୍ଯ୍ୟକାଳ ମଧ୍ୟରେ, ରବିଙ୍କର ଡିଏମକେ ସରକାରଙ୍କ ସହିତ ଅନେକ ବିବାଦ ହୋଇଥିଲା। ନିକଟ ବର୍ଷ ଗୁଡ଼ିକରେ, ରବିଙ୍କ ଅନେକ ବିଲ୍ ନେଇ ଏମକେ ଷ୍ଟାଲିନ ସରକାରଙ୍କ ସହିତ ବିବାଦ ରହିଛି। ଗତ କିଛି ବର୍ଷରେ, ବହୁ ବିଲ୍କୁ ନେଇ ଏମ୍କେ ଷ୍ଟାଲିନ୍ ସରକାରଙ୍କ ସହିତ ରବିଙ୍କ ବିବାଦ ସାମନାକୁ ଆସିଛି। ଷ୍ଟାଲିନ୍ ଗର୍ଭନରଙ୍କୁ ହଟାଇବା ପାଇଁ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁଙ୍କ ନିକଟରେ ଦାବି କରିଥିଲେ। ଏଥର ନିର୍ବାଚନ ପୂର୍ବରୁ ଏନ୍ ରବିଙ୍କୁ ଆନନ୍ଦ ବୋଷଙ୍କ ପରେ ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ କରାଯାଇଛି। ଏବେ ଏହା ଦେଖିବା ବାକି ରହିଲା ମମତା ବାନାର୍ଜୀଙ୍କ ସହ ତାଙ୍କ ସମ୍ପର୍କ କିଭଳି ରହିବ।