ନୂଆଦିଲ୍ଲା,୨୩/୦୪; ଲଗାତାର ୨ଟି ପରାଜୟ ପରେ ରାଜସ୍ଥାନ ପୁଣି ଥରେ ବିଜୟଧାରାକୁ ଫେରିଛି । ଏକାନ୍ନା ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ୩୨ତମ ଲିଗ୍‌ ମୁକାବିଲାରେ ରାଜସ୍ଥାନ ୪୦ ରନ୍‌ରେ ଘରୋଇ ଲକ୍ଷ୍ନୌକୁ ପରାଜିତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ୱିକେଟ ବିନିମୟରେ ୧୫୯ ରନ ସଂଗ୍ରହ କରିଥିଲା । ଜବାବରେ ଲକ୍ଷ୍ନୌ ୧୮ ଓଭରରେ ୧୧୯ ରନ କରି ଅଲ୍‌ ଆଉଟ୍‌ ହୋଇଥିଲା । ଅଲରାଉଣ୍ଡ ପ୍ରଦର୍ଶନ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରବିନ୍ଦ୍ର ଜାଡ଼େଜା ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଏହି ବିଜୟ ସହ ରାଜସ୍ଥାନ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ୭ଟି ମ୍ୟାଚରୁ ରାଜସ୍ଥାନ ୫ ବିଜୟ ସହ ୧୦ ପଏଣ୍ଟ ଅର୍ଜନ କରିଛି । ଲକ୍ଷ୍ନୌ ନବମ ସ୍ଥାନରେ ରହିଛି । ଘରେ ୭ ଥର ହାରିବା ପରେ ଅସନ୍ତୋଷ ଜାହିର କରିଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟସର ଅଧିନାୟକ ରିଷବ ପନ୍ତ । ନିଜ ସହ ସାଥୀ ଖେଳାଳିଙ୍କ ଉପରେ ବର୍ଷିଛନ୍ତି । 

ମ୍ୟାଚ୍ ପରେ ଅଧିନାୟକ ରିଷଭ ପନ୍ତ ତାଙ୍କ ଦଳର ବ୍ୟାଟରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, "ସେମାନଙ୍କ ପାଖରେ କୌଣସି ଉତ୍ତର ନାହିଁ । ଆମର ବ୍ୟାଟିଂ ଆମକୁ ନିରାଶ କରିଛି । ଏକ ଦଳ ଭାବରେ, ଏକ ଗୋଷ୍ଠୀ ଭାବରେ, ଆମେ ନିରାଶ । ତୁମକୁ ବାହାରେ ନୁହେଁ, ନିଜ ଭିତରେ ଉତ୍ତର ଖୋଜିବାକୁ ପଡିବ । ଆମେ ବ୍ୟାଟିଂ କରିବା ସମୟରେ ଟିକେ ଅଧିକ ସମୟ ନେଇପାରିଥାନ୍ତୁ । ଏଥିପାଇଁ କୌଣସି ବାହାନା ନାହିଁ । ସେମାନଙ୍କୁ ନିଜେ ମିଶ୍ରଣ କରି, ଆମେ ମ୍ୟାଚକୁ ଆହୁରି ଆଗକୁ ନେଇପାରିଥାନ୍ତୁ। ଏକ ବ୍ୟାଟିଂ ଗୋଷ୍ଠୀ ଭାବରେ, ଆମକୁ ଦାୟିତ୍ୱ ନେବାକୁ ପଡିବ। " ପନ୍ତ ଆହୁରି କହିଛନ୍ତି ଯେ, ଯେତେବେଳେ ବୋଲିଂ କଥା ଆସେ, ଆମକୁ କିଛି ସକାରାତ୍ମକ ଦିଗକୁ ଦେଖିବା ଆବଶ୍ୟକ । ଆମକୁ ଆମର ମୁଣ୍ଡ ଉଚ୍ଚ ରଖିବାକୁ ପଡିବ ଏବଂ ନିଜ ଭିତରେ ଉତ୍ତର ଖୋଜିବାକୁ ପଡିବ । ସେ ନିଶ୍ଚିତ ଯେ ଆମର ବୋଲିଂ ଏବଂ ବ୍ୟାଟିଂରେ ପର୍ଯ୍ୟାପ୍ତ ଶକ୍ତି ଅଛି ଏବଂ ଆମେ ଏବେ ବି ସ୍ଥିତି ବଦଳାଇ ପାରିବୁ ।

ଏହା ବି ପଢନ୍ତୁ...IPL 2026 : ଆଜି ମୁମ୍ବାଇ- ଚେନ୍ନାଇ ହାଇଭୋଲଟେଜ୍‌ ମୁକାବିଲା, ଧୋନିଙ୍କୁ ନେଇ ଉତ୍ସାହ  

​​​​​​​୨୬ ଏପ୍ରିଲରେ କେକେଆରକୁ ଭେଟିବ ଲକ୍ଷ୍ନୌ- ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଆଇପିଏଲ ୨୦୨୬ ପଏଣ୍ଟ ଟେବୁଲରେ  ନବମ ସ୍ଥାନରେ ଅଛି । ଲକ୍ଷ୍ନୌ ୭ଟି ମ୍ୟାଚ ଖେଳି ୫ଟି ହାରିଛି । ଦଳ କେବଳ ଗୋଟିଏ ବିଜୟ ପାଇଛି । ଏଲଏସଜି ଏପ୍ରିଲ ୨୬ ତାରିଖରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ସେମାନଙ୍କର ପରବର୍ତ୍ତୀ ମ୍ୟାଚ୍ ଖେଳିବ । ଟ୍ରାକକୁ ଫେରିବାକୁ ଚେଷ୍ଟା କରିବ ଟିମ୍ ପନ୍ତ । ରାଜସ୍ଥାନ ବିପକ୍ଷରେ ଓପନର ମିଚେଲ ମାର୍ଶ ଗୋଟିଏ ପଟେ ସତର୍କତାର ସହ ବ୍ୟାଟିଂ କରିଥିଲେ ହେଁ ଅନ୍ୟ ପଟରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇ ଚାଲିଥିଲା । କେବଳ ମାର୍ଶ ଓ ନିକୋଲାସ ପୂରନଙ୍କ ମଧ୍ୟରେ ସର୍ବ ବୃହତ ୪୩ ରନ୍‌ର ଭାଗିଦାରୀ ଗଠନ ହୋଇଥିଲା ।