ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁର୍ନୀତି ଉପରେ ବଡ଼ ଆକ୍ସନ ନେଇଛନ୍ତି। ପ୍ରଦେଶର ବରିଷ୍ଠ ଆଇଏଏସ୍ ଅଧିକାରୀ ଅଭିଷେକ ପ୍ରକାଶଙ୍କୁ ନିଲମ୍ୱିତ କରିଛନ୍ତି। ରାଜଧାନୀ ଲକ୍ଷ୍ନୌରେ ଡିଫେନ୍ସ କରିଡର ପାଇଁ ଜମି ଅଧିଗ୍ରହଣରେ ହୋଇଥିବା ଦୁର୍ନୀତିରେ ସିଏମ୍ ଯୋଗୀ ଏହି ଆକ୍ସନ ନେଇଛନ୍ତି। ୨୦୦୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅଭିଷେକ ପ୍ରକାଶ ବର୍ତ୍ତମାନରେ ଶିଳ୍ପ ବିକାଶ ବିଭାଗର ସଚିବ ଓ ଇନଭେଷ୍ଟ ୟୁପିର ସିଇଓ ଅଛନ୍ତି। ଏହି ସମୟେ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ ତାଙ୍କ ପାଖରେ ଅଛି। ଏଥିରେ ଅଭିଷେକ ପ୍ରକାଶଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନରେ ପ୍ରଶାସନିକ ମାହୋଲରେ ଆତଙ୍କିତ ସ୍ଥିତି ସୃଷ୍ଟି ହୋଇଛି।
କହି ରଖୁଛୁ କି, ଆଇଏଏସ୍ ଅଭିଷେକ ପ୍ରକାଶ ଅନେକ ଦିନ ଯାଏ ଲକ୍ଷ୍ନୌର ଡିଏମ୍ ରହି ସାରିଛନ୍ତି। ଅଭିଯୋଗକାରୀ ବିଶ୍ୱଜିତ ଦତ୍ତ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ , ଯେଉଁଥିରେ କୁହାଯାଇ ଥିଲା ଯେ, ଆମର ଗ୍ରୁପ୍ ଉତ୍ତର ପ୍ରଦେଶରେ ସୋଲର୍ ସେଲ୍ ଓ ସୋଲାର ଶକ୍ତି ସମ୍ୱନ୍ଧିତ ମ୍ୟାନୁଫାଚରିଂ ପ୍ଲାଣ୍ଟ ସ୍ଥାପନ କରିବାକୁ ଚାହୁଁଛି। ଏଥିପାଇଁ ଆମେ ଇନଭେଷ୍ଟ ୟୁପିର ଅଫିସ ଓ ଅନଲାଇନ୍ ଆପ୍ଲିକେସନ ପଠାଇ ଥିଲୁ।
ଏହି ସମ୍ୱନ୍ଧରେ ମୂଲ୍ୟାଙ୍କନ ସମିତିର ବୈଠକ ହୋଇଥିଲା। ଏଥିରେ ଆମ କେସ୍ ବିଷୟରେ ବିଚାର କରିବା ପୂର୍ବରୁ ଇନଭେଷ୍ଟ ୟୁପିର ବରିଷ୍ଠ ଅଧିକାରୀ ଜଣେ ପ୍ରାଇଭେଟ୍ ବ୍ୟକ୍ତି ନିକାନ୍ତ ଜୈନଙ୍କ ନମ୍ୱର ଦିଲେ ଏବଂ କହିଲେ କି ତାଙ୍କ ସହ କଥା ହୋଇ ଯାଅ । ଯଦି ସେ କହିବେ ତ, ଆପଣଙ୍କର ମାମଲା ଏମ୍ପାୱର୍ଡ କମିଟି ଓ କ୍ୟାବିନେଟ୍ରେ ତୁରନ୍ତ ଅନୁମୋଦିତ ହୋଇଯିବ।
ଅଭିଯୋଗକାରୀ କହିଛନ୍ତି କି , ଅଧିକାରୀଙ୍କ କହିବାନୁସାରେ ଆମେ ନିକାନ୍ତ ଜୈନଙ୍କ ସହ କଥା ହେଲୁ । ନିକାନ୍ତ ମୋତେ ଆକାଉଣ୍ଟ ସେଟେଲ୍ କରିବାକୁ କହିଲେ। ପୂରା କେସ୍ ପାଇଁ ପାଞ୍ଚ ପରସେଣ୍ଟ ଦାବି କଲେ। ଅଗ୍ରିମ ଭାବେ ଅର୍ଥ ମାଗିଲେ। ଯେହେତୁ ମୋ ମାଲିକ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରୋଜେକ୍ଚ ପାଇଁ ଭେଟିଥିଲେ , ସେଥିପାଇଁ ଆମେ ନିକାନ୍ତଙ୍କୁ ମନା କରି ଦେଲୁ। ପରେ ମୁଁ ଜାଣିବାକୁ ପାଇଲି ଯେ, ମାମଲାରେ ସୁପାରିଶ ପରେ ମାମଲା ଫାଇଲରେ ସ୍ଥଗିତ ରଖାଯାଇଛି।
ନିକାନ୍ତ ମୋତେ କହିଲେ କି ତୁମେ ଓ ତୁମର ମାଲିକ ଯେତେ ବି ଚେଷ୍ଟା କର, ତୁମକୁ ଜୈନ ସାହେବଙ୍କ ପାଖକୁ ଆସିବାକୁ ହିଁ ହେବ। ସେତେବେଳେ ଯାଇ କାମ ହୋଇ ପାରିବ, ନୁହେଁ ତ କାମ ହୋଇ ପାରିବ ନାହିଁ । ଆମର ମାଲିକ ଏହି ପ୍ରୋଜେକ୍ଟକୁ କୌଣସି ଅନ୍ୟ ରାଜ୍ୟକୁ ମଧ୍ୟ ନେଇ ଯାଇପାରନ୍ତି। ଏଥିରେ ମୋର ଅନୁରୋଧ ଯେ, ଏହି ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଆମର ପ୍ରୋଜେକ୍ଟକୁ ସ୍ୱୀକୃତ କରିବାର କୃପା କରନ୍ତୁ। ଏହି ଅଭିଯୋଗକୁ ଧ୍ୟାନକୁ ନେଇ ସିଏମ୍ ଯୋଗୀ କାର୍ଯ୍ୟାନୁଷ୍ଠାନ ନେଲେ।
ସିଏମ୍ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ କରିଛନ୍ତି କି, ଉତ୍ତର ପ୍ରଦେଶରେ ଦୁର୍ନୀତିକୁ କୌଣସି ବି ସ୍ଥିତିରେ ବରଦାସ୍ତ କରାଯାଇ ପାରିବ ନାହିଁ। ସିଏମ୍ ଯୋଗୀ ୟୁପୀର ଆଇଏଏସ୍ ଓ ପିସିଏସ୍ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି କି, ଯଦି କୌଣସି ବି ଅଧିକାରୀ ଦୁର୍ନୀତିରେ ସଂପୃକ୍ତି ଥିବା ଜଣାଯାଏ ତ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ଏହି ସମୟରେ ୟୁପିର ଅନେକ ଆଇଏଏସ୍ ଓ ପିସିଏସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଚାଲିଛି। ଦୁଇ ଦିନ ପୂର୍ବେ ନିଲମ୍ୱିତ ହୋଇଥିବା ୭ ଆଇଏଏସ୍ ଓ ପିସିଏସ ଅଧିକାରୀଙ୍କୁ ନୂଆ ନିଯୁକ୍ତ ଦିଆ ଯାଇଛି।