ନୂଆଦିଲ୍ଲୀ, ୧୧/୨ : ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲେ ୨ ଯୁବତୀ । ସେମାନେ ସମ୍ପର୍କରେ ପିଉସୀ-ଝିଆରୀ ହେବେ । ତେବେ ଏମାନେ ପ୍ରେମ ପାଇଁ ଜୀବନ ହାରିଥିବା କୁହାଯାଉଥିବାବେଳେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇ ଦେଇଛି । ତେବେ ମୃତକଙ୍କ ମଧ୍ୟରେ ଥିବା ନୀତୁ ୨ ବର୍ଷ ପୂର୍ବେ ବିବାହ କରିଥିଲେ । ମାତ୍ର ସ୍ବାମୀଙ୍କ ସହ ଝଗଡ଼ା ହୋଇଥିବା କାରଣରୁ ସେ ବାପଘରେ ରହୁଥିଲେ । ଅନ୍ୟ ଜଣେ ଯୁବତୀ ତାଙ୍କ ଝିଆରୀ । ଯାହାଙ୍କର କିଛିଦିନ ପୂର୍ବରୁ ସ୍ବାଦଚଖା ହୋଇଥିଲା । ତେବେ ଏମାନଙ୍କ ୃତ୍ୟୁ ପଛର ପ୍ରକୃତ କାରଣ କ’ଣ ଜଣା ପଡ଼ିନାହିଁ ।
କହି ରଖୁଛୁ କି, ଉଭୟ ସହିମାବାଦ-ଦିଲାବରନଗର ଟ୍ରେନ ଆଗରେ ଡେଇଁ ଜୀବନ ହାରିଛନ୍ତି । ଆଜି ଦିନ ୧୧ଟା ବେଳେ ଏହି ଘଟଣା ଘଟିଥିବାବେଳେ ଏହାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପିଉସୀଙ୍କ ବୟସ ୨୩ ହୋଇଥିବାବେଳେ ଝିଆରୀଙ୍କ ବୟସ ୨୦ । ରେଳବାଇ ପୁଲସ ସହ ପୁଲିସର ତଦନ୍ତ ଜାରି ରହିଥିବାବେଳେ ଅନୁମାନ କରାଯାଉଛି କି, ପ୍ରେମ ପାଇଁ ଏହି ଆତ୍ମହତ୍ୟା ଘଟିଛି । କେହି କେହି କହୁଛନ୍ତି କି, ସେମାନଙ୍କ ମଧ୍ୟରେ କିଛି ସମ୍ପର୍କ ରହିଥିଲା । ଆଉ କେହି କେହି ଅଲଗା କିଛି କହୁଛନ୍ତି । ତେବେ ପରିବାର ଲୋକେ ଏନେଇ କୌଣସି ପ୍ରତିକ୍ରିୟା ଦେଇନଥିବାବେଳେ ତଦନ୍ତ ଜାରି ରହିଛି । ଗୋଟିଏ ପରିବାରର ଦୁଇଜଣଙ୍କ ମୃତଦେହକୁ ଦେଖିବା ପରେ ପରିବାରରେ ଖେଳି ଯାଇଛି ଶୋକର ଛାୟା ।
ଏହାସହ ପଢ଼ନ୍ତୁ : ପୁତୁରାକୁ ୧୫, ଖୁଡ଼ି ୩୫ ବର୍ଷ ବୟସ : ଘର ଛାଡ଼ି ବାହା ହେଉଥିବାବେଳେ....