ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଲୁପୂରସିଂହା ହତ୍ୟା ଘଟଣା,ଦୁଇ ଜଣଙ୍କୁ ଗିରଫ କଲା ପୋଲିସ

Published By : Anindita Ratha | March 13, 2025 2:48 PM

ଭୁବନେଶ୍ବର, ୧୩/୦୩ : ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଲୁପୂରସିଂହା ହତ୍ୟା ଘଟଣା। ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏଥିସହ ସେମାନଙ୍କ ଠାରୁ ପୋଲିସ ଟାଙ୍ଗିଆ ଓ ବାଉଁଶ ବାଡ଼ି ଜବତ କରିଛି ପୋଲିସ । ଯାହାକୁ ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ।

ଏହା ମଧ୍ୟ ପଢନ୍ତୁ-ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ୍‌ ପାଠ୍ୟକ୍ରମ, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ସୂଚନା ଅନୁସାରେ, ଅଭିଯୁକ୍ତ ଓ ମୃତକ ଜଣେ ମାଲିକଙ୍କ ଜମିରେ ଭାଗ କରି ଚାଷ କରୁଥିଲେ । ହେଲେ ଉଭୟେ ସମସ୍ତ ଜମିକୁ ଏକା ଚାଷ କରିବାକୁ ଚାହୁଁଥିଲେ । ଯାହାକୁ ନେଇ ବିଭିନ୍ନ ସମୟରେ ଉଭୟ ପରିବାର ମଧ୍ୟରେ ଝଗଡ଼ା ଲାଗି ରହିଥିଲା ।  ଗତ ସୋମବାର ସନ୍ଧ୍ୟା ସମୟରେ ପାଣି ମଡ଼ାକୁ ନେଇ ପୁଣି ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବାବେଳେ ଅଭିଯୁକ୍ତମାନେ କାର୍ତିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । 

ଏହି ଘଟଣାର ତଦନ୍ତ କରି ଲଛିପୁର ପୋଲିସ ଅଭିଯୁକ୍ତ ଦଇତାରୀ ପଧାନ ଓ ଶୁକୃ ଭୋଇଙ୍କୁ ଗିରଫ କରିଥିବାବେଳେ ଜଣେ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛି ।   ପୂର୍ବ ଶତ୍ରୁତାକୁ  କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିଲା। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.