ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଯାତ୍ରା ପାଇଁ ମାଆଙ୍କୁ ନିମନ୍ତ୍ରଣ ଦେଲେ ଦେଶୀ ବେହେରା

Published By : Harapriya Sethi | April 3, 2025 12:44 PM

ବ୍ରହ୍ମପୁର,୦୩/୦୪: ମାଆ ବୁଢୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଆଜିଠାରୁ ଆରମ୍ଭ ହେବ । ଏ ନେଇ ମଧ୍ୟାହ୍ନ ୧୨ ଟାରେ ଯାତ୍ରା ମୁଖ୍ୟ ପରିଚାଳକ ତଥା ବାପା ପାତର୍ଲା ଦୁର୍ଗା ପ୍ରସାଦ ଦେଶୀ ବେହେରା ମାଆଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ମଧ୍ୟାହ୍ନ ୧୧.୩୦ ରେ ଦେଶୀବେହେରା ସାହିରୁ ପାରମ୍ପରିକ ବାଜା ସହ ପଟୁଆରରେ ବାହାରିଥିଲେ। ପ୍ରଥମେ ମାଆ ବୁଢୀ ସାଆନ୍ତାଣୀ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ମାଙ୍କୁ ନିମନ୍ତ୍ରଣ ଦେଇଥିଲେ। ରାତିରେ ବିରାଟ ପଟୁଆରରେ ଆସି ବାପ ଘରକୁ ସାଥିରେ ନେବେ। ଏହାପରେ ସବ୍‌ ରେଜିଷ୍ଟ୍ରାର ଅଫିସ୍‌ ନିକଟ ସାନ ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚି ମାଆଙ୍କୁ ନିମନ୍ତ୍ରଣ ଦେଇଥିଲେ । 

ସୂଚନା ଥାଉକି, ବୁଢୀ ସାଆନ୍ତାଣୀ ଶାଶୁ ଘର ହୋଇଥିବା ବେଳେ ସାନ ଠାକୁରାଣୀ ବୋହୂଙ୍କ ମନ୍ଦିର। ନିମନ୍ତ୍ରଣ ସମୟରେ ଦେଶୀବେହେରାଙ୍କ ସମେତ ପତ୍ନୀ ପି. ଦେବକୀଙ୍କ ସମେତ ବହୁ ପରିବାର ସଦସ୍ୟ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.