ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଶ୍ରୀମନ୍ଦିରକୁ ଫେରିବେ ମହାଲକ୍ଷ୍ମୀ, ବଡ଼ଦେଉଳର ଶ୍ରୀବୃଦ୍ଧି କଲେ ଚୁନରା ସେବକ

Published By : Prameya | January 14, 2025 9:25 AM

ପୁରୀ,୧୪/୦୧: କୁହାଯାଏ ପହିଲି ଭୋଗ ମାସରେ ମହାଲକ୍ଷ୍ମୀ ଶ୍ରୀମନ୍ଦିର ଛାଡ଼ି ତାଙ୍କ ବାପ ଘରକୁ ଯାଇଥାନ୍ତି । ଏଣୁ ଶ୍ରୀହୀନ  ପଡ଼ିଥାଏ ବଡ଼ଦେଉଳ । ମକର ସଂକାନ୍ତିରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ଫେରିଆସନ୍ତି । ସେଥିପାଇଁ ଚୁନରା ସେବକମାନେ ରଙ୍ଗ ଲେପି ବଡ଼ଦେଉଳର ଶ୍ରୀବୃଦ୍ଧି କରିଥାନ୍ତି । ଏହା ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା କୁହନ୍ତି  ଚୁନରା ସେବକ । ଲୋକ କଥାରେ ରହିଛି  ମହାଲକ୍ଷ୍ମୀ ବଡ଼ଦେଉଳକୁ ପ୍ରତ୍ୟାବର୍ତ୍ତନ  କରିବା ପୂର୍ବରୁ ଚୂନ ଓ ଗେରୁ ଭାର ପଠାଇଥାନ୍ତି ।

ସୋମବାର ଚୁନରା ସେବକଙ୍କ ଦ୍ୱାରା ଚୁନ ଲେପନ କାର୍ଯ୍ୟ ଆରମ୍ଭ କରିଥିଲେ । ମକରସଂକ୍ରାନ୍ତିରେ ଗେରୁରେ  ରାମାନନ୍ଦୀ ଚିତା ଅଙ୍କନ ହୋଇ ନୀଳଚକ୍ର ମାଜଣା କରାଯିବ । ଚୁନରା ସେବକମାନେ ବଡ଼ ଦେଉଳର କଳସ ଓ ବେକିରେ ଚୁନ ଲେପନ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.