ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ସୁଭଦ୍ରା ଶକ୍ତି ମେଳା: ମାଛ ଆମ୍ବିଳ ଖାଇବାକୁ ଫୁଡ୍‌ କୋର୍ଟରେ ଭିଡ଼, ମୁଢି ମାଂସରେ ମହକୁଛି ରାଜଧାନୀ

Published By : Prameya | February 25, 2025 10:51 AM

ଭୁବନେଶ୍ୱର,୨୫/୦୨: ଓଡ଼ିଶାର  ସମୃଦ୍ଧ ଐତିହ୍ୟ, କାରିଗରୀ ଏବଂ ମହିଳା  ନେତୃତ୍ୱାଧୀନ ଉଦ୍ୟୋଗର ଅଭୂତପୂର୍ବ  ପ୍ରଦର୍ଶନ ଭୁବନେଶ୍ୱରର ଜନତା ମଇଦାନରେ  ଚାଲିଥିବା ସୁଭଦ୍ରା ଶକ୍ତି ମେଳା-୨୦୨୫ର  ଦର୍ଶକଙ୍କୁ ମୁଗ୍‌ଧ କରିଛି । ମେଳାର  ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟର  ସମ୍ଭାର-‘ସୁଭଦ୍ରା ଶକ୍ତି ମେଳା ଫୁଡ୍‌ କୋର୍ଟ'  ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର ଭାବେ ଉଭା ହୋଇଛି । ମାଛ ଆମ୍ବିଳ ଖାଇବାକୁ ଷ୍ଟଲରେ ଲାଗୁଛି ଭିଡ଼। ମୁଢି ମାଂସରେ ମହକୁଛି ରାଜଧାନୀ।

ରୋଜଗାର ଦେଉଛି ମାଛ ଆମ୍ବିଳ

ଖାଇବା ଷ୍ଟଲରେ ମିଳୁଛି ମାଛ ଆମ୍ବିଳ ଯାହାକୁ ଖାଇବାକୁ ଲାଗୁଛି  ଭିଡ଼ । ଦୁଇ ବନ୍ଧୁ ଏହି ଷ୍ଟଲ୍‌ ପକାଇଛନ୍ତି । ଏହି ମାଛ ଆମ୍ବିଳ  କୋଭିଡ ମହାମାରୀ ସମୟରୁ ଆରମ୍ଭ ହୋଇଥିଲା । ଦିଲ୍ଲୀପ କୁମାର  ପରିଡ଼ାଙ୍କ ସହଯୋଗରେ ପଲ୍ଲବିକା ତ୍ରିପାଠୀ ଏକ ସ୍ୱୟଂ ସହାୟିକା  ଗୋଷ୍ଠୀ କରିଥିଲେ । ସେମାନଙ୍କ ଲକ୍ଷ୍ୟ ଥିଲା ମାଛ ଆମ୍ବିଳ ତିଆରି  କରି ବିକ୍ରି କରିବା । ଖଟା ଆମ୍ବିଳ ପରି ମାଛ ଆମ୍ବିଳ କରିବାକୁ  ପାଞ୍ଚରୁ ଛଅ ଘଣ୍ଟା ଲାଗେ । ମାଛରୁ କଣ୍ଟା କଢ଼ାଯାଇ ଅଦା, ରସୁଣ  ପେଷ୍ଟ, ପିଆଜ ପେଷ୍ଟ ଏବଂ କିଛି ମସଲା ମିଶାଯାଇ ପ୍ରସ୍ତୁତ  କରାଯାଏ । ପରେ ଏହାକୁ ବିରି ବରା ସହ ପରସା ଯାଇଥାଏ ।

ମୁଢ଼ି ମାଂସର ଆଦର


ସୁଭଦ୍ରା ଶକ୍ତି ମେଳାରେ ମୟୂରଭଞ୍ଜ ମୁଢ଼ି ମାଂସର  ଆଦର ଦେଖିବାକୁ ମିଳିଛି । ରାସଗୋବିନ୍ଦପୁର  ବ୍ଲକର କଳ୍ପନା କବି ଓ ତାଙ୍କ ସହଯୋଗୀମାନେ  ମେଳାରେ ଲୋକଙ୍କୁ ପରସି ଦେଉଛନ୍ତି ମୁଢ଼ି  ମାଂସ । ୨୦୦୦ ମସିହାରେ ୨୪ ଜଣ ଏକ  ଏସ୍‌ଏଚ୍‌ଜି ଗ୍ରୁପ କରି ମୁଢ଼ି ବିକ୍ରି କରିବା ଆରମ୍ଭ  କରିଥିଲେ । ଧୀରେ ଧୀରେ ମୁଢିମାଂସର ଚାହିଦା  ବଢ଼ିବା ସହ ମହିଳାମାନେ ରୋଜଗାରକ୍ଷମ  ହେଲେ । ଏହି ଗ୍ରୁପ ଷ୍ଟଲରେ ଚାଉଳ ଚୁନା,  ତେନ୍ତୁଳି, ଚୁଡା ଭଜା, ହଦିବରା, ଚିକେନ୍‌  ତରକାରୀ, ମୁଢ଼ି ଇତ୍ୟାଦି ବିକ୍ରି ହେଉଛି ।  ମେଳାର ପ୍ରଥମ ଦିନରେ ଏହି ଷ୍ଟଲ୍‌ରେ ୩୮୦୦  ଟଙ୍କାର ଓ ଦ୍ୱିତୀୟ ଦିନରେ ୫୫,୦୦୦ ଟଙ୍କାର  ବିକ୍ରି ହୋଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.