ଢେଙ୍କାନାଳ,୭/୮: ସଦର ଥାନା ବଣସିଂହ ଗାଁରେ ପାଗଳା କୁକୁର ଆତଙ୍କ । ୫ଜଣଙ୍କୁ ଗୋଡ଼େଇ କାମୁଡ଼ି ଆହତ କରିଛି । କୁକୁରକୁ ନେଇ ଗାଁରେ ଆତଙ୍କ ଖେଳିଯାଇଛି । ଗୁରୁବାର ପୂର୍ବାହ୍ନରେ ହଠାତ୍ ଗାଁ ଭିତରକୁ ଏକ ପାଗଳା କୁକୁର ପଶି ଆସିଛି ।
ଯାହାକୁ ହାବୁଡ଼ରେ ପାଉଛି ଝୁଣି ପକାଉଛି । ଗାଁର ପିଲାଙ୍କଠାରୁ ବୟସ୍କ ଲୋକ ଆହତ ହୋଇଛନ୍ତି । ସମସ୍ତଙ୍କ ଗୋଡ଼ ଓ ହାତକୁ କାମୁଡ଼ି ଖଣ୍ଡିଆ କରି ପକାଇଛି । ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ଭି କରାଯାଇଛି । କୁକୁରଟି ଏବେ ବି ଗାଁରେ ବୁଲୁଥିବାରୁ ଗାଁଲୋକେ ଭୟରେ ଅଛନ୍ତି। ବାହାରକୁ ବାହାରିବାକୁ ଡରୁଛନ୍ତି।