ନୂଆଦିଲ୍ଲୀ,୨୧/୧୨: ମଧ୍ୟପ୍ରଦେଶରେ ଅଘଟଣ । ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ। ଫଳରେ ବାପା-ମାଆ ସମେତ ଦୁଇ ଶିଶୁ ମୃତ । ତେବେ ମଧ୍ୟପ୍ରଦେଶ ଦେୱାସ୍ ସହରର ନୟାପୁରା ଅଞ୍ଚଳରେ ଘଟିଛି ଘଟଣା । ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ସୂଚନା ଅନୁଯାୟୀ,ଦେୱାସ୍ ସହରର ନୟାପୁରା ଅଞ୍ଚଳରେ ଗୋଟିଏ ପରିବାର ରାତିରେ ଖାଇକି ଶୋଇଥିଲେ । ଘରର ତଳ ମହଲାରେ ଏକ ଡାୟରୀ ଫାର୍ମ ଚାଲୁଥିଲା । ଯେଉଁଥିରେ ନିଆଁ ଲାଗିଯାଇ ଧୀରେ ଧୀରେ ଚାରିଆଡ଼େ ବ୍ୟାପିଯାଇଥିଲା । ଯେଉଁଥିରେ ସ୍ୱାମୀ, ସ୍ତ୍ରୀ ଏବଂ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଦୀନେଶ, ତାଙ୍କ ପତ୍ନୀ ଗାୟତ୍ରୀ, ଝିଅ ଇଶିକା ଏବଂ ପୁଅ ଚିରାଗ ବୋଲି ଜଣାପଡିଛି । ଦୀନେଶ ବୃତ୍ତିରେ ଜଣେ କାର୍ପେଣ୍ଟର ଥିଲେ । ତାଙ୍କ ଘରର ତଳ ମହଲାରେ ଏକ ଡାୟରୀ ଫାର୍ମ ଚଳାଉଥିଲେ। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡି ନ ଥିବା ବେଳେ ତଦନ୍ତ ଜାରି କରିଚି ପୋଲିସ ।