ନୂଆଦିଲ୍ଲୀ : ଭାରତରେ ପ୍ରାୟ ପ୍ରତି ମନ୍ଦିରରେ ଭିଆଇପି ଦର୍ଶନର ଧାଡ଼ି ଅଲଗା ହୋଇଥାଏ। କିଛି ଟଙ୍କା ଦେବା ପରେ ଆପଣ ଲମ୍ୱା ଧାଡ଼ିରୁ ରକ୍ଷା ପାଇ ସିଧା ଯାଇ ଭଗବାନଙ୍କ ଦର୍ଶନ ପାଇଁ ପହଞ୍ଚି ପାରିବେ। ହେଲେ ଅନେକ ଥର ଏହାକୁ ନେଇ ପ୍ରଶ୍ନ ଉଠିଛି। ଏମିତି ଏକ ମାମଲା ଏବେ ମାଦ୍ରାସ ହାଇକୋର୍ଟରେ ପହଞ୍ଚି ଥିଲା। ମାମଲାର ଶୁଣାଣି କରି ହାଇକୋର୍ଟ ମନ୍ଦିରରେ ଟଙ୍କା ଆଧାରରେ ଦିଆଯାଉ ଥିବା ବିଶେଷ ସୁବିଧାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। କୋର୍ଟ କହିଛନ୍ତି , ଭଗବାନଙ୍କ ସାମ୍ନାରେ ମନ୍ତ୍ରୀ କିମ୍ୱା ସାଧାରଣ ଜନତାଙ୍କ ମଧ୍ୟରେ କୌଣସି ଭେଦଭାବ ନାହିଁ। ତାଙ୍କ ସାମ୍ନାରେ ସମସ୍ତେ ସମାନ।

ଲାଇଭ୍ ଲ’ର ରିପୋର୍ଟ ମୁତାବିକ , ବିଚାରପତି ଜି ଆର ସ୍ୱାମୀନାଥନ ଓ ଜଷ୍ଟିସ୍ ଲକ୍ଷ୍ମୀନାରାୟନଙ୍କ ଖଣ୍ଡପୀଠ ମନ୍ଦିର ଗୁଡ଼ିକରେ ଭିଆଇପି ଦର୍ଶନର ମାମଲାର ଶୁଣାଣି ବେଳେ କଡ଼ା ପ୍ରଶ୍ନ କରିଥିଲେ। ମନ୍ଦିର ଗୁଡ଼ିକରେ ଭିଆଇପି ଦର୍ଶନ ପ୍ରକ୍ରିୟା ଉପରେ ପ୍ରଶ୍ନ କରି ହାଇକୋର୍ଟ ପଚାରି ଥିଲେ ଯେ, ଭଗବାନଙ୍କ ସାମ୍ନାରେ ମନ୍ତ୍ରୀ ଓ ଜଣେ ସାଧାରଣ ଲୋକଙ୍କ ମଧ୍ୟରେ ପାର୍ଥକ୍ୟ ଅଛି କି ? କୋର୍ଟ କହିଛନ୍ତି  , ଯାହା କିଛି ବି ପ୍ରକ୍ରିୟା ଅଛି, ଏଥିରେ ସାଧାରଣ ଲୋକଙ୍କୁ ସମସ୍ୟା ଦେବା ଉଚିତ୍ ନୁହେଁ।

ଆହୁରି ମଧ୍ୟ ପଢନ୍ତୁ : Abhishek Banerjee : ମମତା ବାନାର୍ଜୀଙ୍କ କ୍ଷମତାରୁ ହଟିବା କ୍ଷଣି TMCର ଚାଲିଛି ଖରାପ ସମୟ , ପୁତୁରା ଅଭିଷେକଙ୍କ ଘରେ ପହଞ୍ଚିଲା CID ଟିମ୍

କୋର୍ଟ କହିଛନ୍ତି , ମନ୍ତ୍ରୀ ଓ ବିଧାୟକଙ୍କୁ ଏହା ଭାବିବା ଉଚିତ୍ ନୁହେଁ ଯେ, ମନ୍ଦିରରେ ଭଗବାନ ତାଙ୍କୁ ଅପେକ୍ଷା କରିଛନ୍ତି ଏବଂ ସେ ଯେକୌଣସି ସମୟରେ ମନ୍ଦିରକୁ ପ୍ରବେଶ କରି ପାରିବେ। ଏମିତି ହେବା ଉଚିତ୍ ନୁହେଁ। ଆମର ଭିଆଇପି ଦର୍ଶନର କଣ ଆବଶ୍ୟକତା ରହିଛି ? ଈଶ୍ୱରଙ୍କ ପାଖରେ ସମସ୍ତେ ସମାନ । ଏଥିରେ ପୁଣି ମନ୍ତ୍ରୀ କଣ ... ସାଧାରଣ ଜନତା କଣ ...।

କୋର୍ଟ ଏହି ପ୍ରଶ୍ନ ଉପରେ ଆଡିସନାଲ ସଲିସିଟର ଜେନେରାଲ ପି ଭି ବାଲାସୁବ୍ରମଣ୍ୟମ ସରକାରଙ୍କ ପକ୍ଷ ରଖିଛନ୍ତି। ସେ କହିଛନ୍ତି ଯେ, ଏହିପରି ପ୍ରଥାର ପାଳନ କରିବା ଦ୍ୱାରା ଲମ୍ୱା ଧାଡ଼ି ହେବାରୁ ମୁକ୍ତି ମିଳିଥାଏ, ଅନ୍ୟପଟେ ଏଥିରେ ମନ୍ଦିରକୁ ମଧ୍ୟ ଅଧିକ ଆୟ ମିଳିଥାଏ। ନିଜର ଏହି ଦଲିଲ ସହ ସେ ପୂରା ଜବାବ ଦାଖଲ କରିବା ପାଇଁ ସମୟ ମାଗିଥିଲେ । ହାଇକୋର୍ଟ ତାଙ୍କର ପିଟିସନକୁ ସ୍ୱୀକାର କରି ଛଅ ସପ୍ତାହର ସମୟ ଦେଇଛନ୍ତି।

ପ୍ରକୃତ ଘଟଣାଟି ହେଲା –

ପ୍ରକୃତରେ ଏହି ପୂରା ମାମଲା ନିକଟରେ ବିଜୟ ସରକାରରେ ମନ୍ତ୍ରୀ ହୋଇଥିବା ଆର୍ ନିର୍ମଳ କୁମାରଙ୍କ ଗସ୍ତକୁ ନେଇ ହୋଇଛି। ତାଙ୍କ ଉପରେ ଅଭିଯୋଗ ହୋଇଥିଲା ଯେ, ସେ ଦର୍ଶନ ପାଇଁ ତିରୁପରନକୁଣ୍ଡ୍ରମ ସ୍ଥିତ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରକୁ ବନ୍ଦ କରି ଦେଇ ଥିଲେ। ଏହାପରେ ଏବେ ସେ ଦର୍ଶନ କଲେ ମନ୍ଦିର ଖୋଲା ଗଲା। ବିରୋଧୀଙ୍କ ଏହି ଅଭିଯୋଗକୁ ବିଜୟ ସରକାର ଖାରଜ କରି ଦେଇଛନ୍ତି।

ମାଦ୍ରାସ ହାଇକୋର୍ଟରେ ଏହି ମାମଲା ବିଶ୍ୱ ହିନ୍ଦୁ ପରିଷଦ ତାମିଲନାଡୁ ୟୁନିଟର ନେତା ପି. ଚୋକଲିଙ୍ଗମଙ୍କ ଆବେଦନରେ ଆରମ୍ଭ ହୋଇଥିଲା। ସେ ଦାବି କରିଥିଲେ ଯେ, ନିର୍ମଳ କୁମାରଙ୍କ ପରି ଅନେକ ଥର ମନ୍ତ୍ରୀ ଓ ବିଧାୟକ ମନ୍ଦିରରେ ଭିଆଇପି ଦର୍ଶନ ପାଇଁ ଯାଆନ୍ତି, ଯେଉଁଥି ପାଇଁ ସାଧାରଣ ଜନତାଙ୍କୁ ଖୁବ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସେ କହିଛନ୍ତି ଯେ, ସନାତନ ଧର୍ମରେ ଧନ , ସାମାଜିକ ସ୍ଥିତି କିମ୍ୱା ଜାତି ଆଧାରରେ ଭେଦଭାବର ଅନୁମତି ଦେଇ ନଥାଏ ଏବଂ ସବୁ ଭକ୍ତଙ୍କ ସହ ସମାନ ବ୍ୟବହାର କରାଯିବା ଉଚିତ୍।

ହେଲେ ଚୋକଲିଙ୍ଗମ ତାଙ୍କର ଆବେଦନରେ ବରିଷ୍ଠ ନାଗରିକ , ଦିବ୍ୟାଙ୍ଗ ଲୋକ , ଗର୍ଭବତୀ , ନବବିବାହିତ ଦମ୍ପତି , ମନ୍ଦିରରେ ସେବା କରୁଥିବା କଳାକାର , ରାଷ୍ଟ୍ରାଧ୍ୟକ୍ଷ ଓ ସମ୍ୱିଧାନିକ ଅଧିକାରୀଙ୍କ ସହ କିଛି ଶ୍ରେଣୀ ପାଇଁ ମୁକ୍ତିର ଦାବି କରିଛନ୍ତି।

ଦେଖନ୍ତୁ ଏହି ଭିଡିଓ :  Thar Car Accident | ତ୍ରିକୋଣୀୟ ପ୍ରେମରୁ ଥାର୍ ଚଢାଇ ହତ୍ୟା କରିଥିବା ଅଭିଯୋଗ, ୫ ଜଣଙ୍କୁ ଅଟକ ରଖିଛି ପୋଲିସ୍