ପ୍ରମୂଖ ଖବର
  • ନୂଆପଡା : ୨ ବାଇକ ମଧ୍ୟରେ ଧକ୍କା , ନାବାଳିକା ସମତେ ୫ ମୃତ
  • ||
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ଫିଲିପାଇନ୍ସରେ ଭୂମିକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୬.୦ ରେକର୍ଡ଼

Published By : Anindita Ratha | June 28, 2025 12:57 PM

ନୂଆଦିଲ୍ଲୀ ୨୮ /୦୬:ଭୂକମ୍ପ ଝଟକାରେ ଥରିଲା  ଫିଲିପାଇନ୍ସ । ଫିଲିପାଇନ୍ସରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୬.୦ ରେକର୍ଡ଼ କରାଯାଇଛି। ଏନେଇ  ନ୍ୟାସନାଲ ସେଣ୍ଟର ଅଫ୍ ସିସମୋଲୋଜି ପକ୍ଷରୁ ସୂଚନା ମିଳିଛି। ତେବେ ଏହି ଭୂମିକମ୍ପ ଶନିବାର ଭୋର ୪.୩୭ ଭାରତୀୟ ସମୟରେ ଥିଲା। ଯାହାକି ପୁରା ଦେଶକୁ ଥରାଇ ଦେଇଥିଲା।

ଫିଲିପାଇନ୍ସର ମିଣ୍ଡାନାଓରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଓ ଗଭୀରତା ଭୂମିକମ୍ପର ୧୦୫ କିଲୋମିଟର ତଳେ ହୋଇଥିବା ଅନୁମାନ କରାଯାଉଛି।ଏନସିଏସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ  ଏକ୍ସରେ କହିଛି ଯେ ଏହି ଭୂମିକମ୍ପ ଅକ୍ଷାଂଶ- ୫.୨୮ ଉତ୍ତର, ଦ୍ରାଘିମା- ୨୬.୦୮ ପୂର୍ବରେ ଘଟିଛି। ତେବେ ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ। ଆଉ ମନରେ ଭୟର ବାତାବରଣ ଖେଳିଯାଇଥିଲା।ପ୍ରକାଶ ଥାଉକି, ଏହା ପୂର୍ବରୁ ଫିଲିପାଇନ୍ସରେ ଅନେକଥର ଭୂମିକମ୍ପ ହୋଇଛି। ଏହି ଭୂମିକମ୍ପଗୁଡ଼ିକ ମଧ୍ୟରୁ ଅନେକ ବହୁତ ବିପଜ୍ଜନକ ମଧ୍ୟ ଥିଲା। ଡିସେମ୍ବର ୨, ୨୦୨୩ ରେ, ଫିଲିପାଇନ୍ସର ମିଣ୍ଡାନାଓରେ ୭.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହି କାରଣରୁ ସୁନାମି ଚେତାବନୀ ଜାରି କରାଯାଇଥିଲା। ଏହା ସହିତ ନଭେମ୍ବର ୧୭, ୨୦୨୩ ରେ ମିଣ୍ଡାନାଓରେ ୭.୬ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହାପରେ ଡାଭାଓ ଏବଂ ସୁରିଗାଓ ଡେଲ୍ ସୁରର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ସତର୍କତା ଜାରି କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.