ପ୍ରମୂଖ ଖବର
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଆଇଆଇଟି ବାବାଙ୍କୁ ବାସନ୍ଦ କଲା ଜୁନା ଆଖଡା, ପିତା-ମାତା ଓ ଗୁରୁଙ୍କ ସମ୍ପର୍କରେ ଦେଇଥିଲେ ବିବାଦୀୟ ବୟାନ

Published By : Anindita Ratha | January 20, 2025 2:19 PM

ନୂଆଦିଲ୍ଲୀ, ୨୦/୦୧:   ମହାକୁମ୍ଭ ମେଳାରେ ଚର୍ଚ୍ଚାରେ ଥିବା ଆଇଆଇଟି ବାବା  ବାସନ୍ଦ । ଜଣେ ଉଚ୍ଚଶିକ୍ଷିତ ଯୁବକ ଭାବେ ଆଧ୍ୟାତ୍ମିକତାରେ ପ୍ରବେଶ କରିଥିବାରୁ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ଥିବା ଏହି ଯୁବସନ୍ଥ ଅଭୟ ସିଂଙ୍କୁ ବହିଷ୍କୃତ କରିଛି ‘ଜୁନା ଆଖଡା’। ପିତାମାତା ଓ ଗୁରୁଙ୍କୁ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜୁନା ଆଖଡା ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଥିବା ଜଣାପଡିଛି ।

ତେବେ ଜୁନା ଆଖଡାର ଅନୁଶାସନ ସମିତି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଗତ ଶନିବାର ବିଳମ୍ବିତ ରାତିରେ ପଞ୍ଚ ପରମେଶ୍ବର ବୈଠକ ବସିଥିଲା । ଏହି ବୈଠକରେ ଆଇଆଇଟି ବାବା ଭାବେ ଚର୍ଚ୍ଚାକୁ ଆସିଥିବା ଅଭୟ ସିଂଙ୍କୁ ଆଖଡାରୁ ବାସନ୍ଦ କରିବାକୁ  ଅନୁଶାସନ କମିଟି  ନିଷ୍ପତ୍ତି ନେଇଥିବା ନେଇ ସୂଚନା ଦେଇଛନ୍ତି ଆଖଡାର ସୂଚନା କମିଟିର ସଚିବ ମହନ୍ତ ହରି ଗିରି । ଗତ କିଛି ଦିନ ଧରି ବେଶ ଚର୍ଚ୍ଚାରେ ଥିଲେ  ଆଇଆଇଟି ବାବା ଅଭୟ ସିଂ । ଯିଏ କି ହରିୟାଣାର ଝାଜ୍ଜରର ଜଣେ ବାସିନ୍ଦା ହୋଇଥିବା ବେଳେ ପ୍ରତିଷ୍ଠିତ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ‘ଆଇଆଇଟି ’ରୁ ଶିକ୍ଷା ଗ୍ରହଣ କରିଥିଲେ । ‘ଆଇଆଇଟି-ମୁମ୍ବାଇ’ରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ବି.ଟେକ୍‌ କରିଛନ୍ତି ଅଭୟ । କେବଳ ସେ ଉଚ୍ଚଶିକ୍ଷିତ ନୁହନ୍ତି ବରଂ ଏହା ପରେ ବିଦେଶର ଏକାଧିକ ପ୍ରତିଷ୍ଠିତ କମ୍ପାନୀରେ କାମ ମଧ୍ୟ କରିଛନ୍ତି । ଅଭୟ ଭାରତ ଏବଂ କାନାଡାରେ କାମ କରିଛନ୍ତି । ହେଲେ ପରେ ସେ ଆଧ୍ୟାତ୍ମିକ ଚେତନା ସହ ଜଡିତ ହୋଇ ସନ୍ଥ ହେବାର ନିଷ୍ପତ୍ତି ନେଇଥିଲେ । ତେବେ ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଅଭୟ କହିଥିଲେ, "ଜୀବନରେ ବୈରାଗୀ ଭାବ ସେହି ସମୟରୁ ଆସିବା ଆରମ୍ଭ ହେଲା, ଯେତେବେଳେ ଘରେ ମାତା ପିତାଙ୍କ ମଧ୍ୟରେ ଝଗଡା ହେବାର ଦେଖିଥିଲି । ଭାବିଲି ଯଦି ଝଗଡା ହିଁ କରିବାର ଅଛି ତେବେ ବିବାହ କାହିଁକି ?" ଏହାସହ ସେ ନିଜ ଗୁରୁଙ୍କ ସମ୍ପର୍କରେ ମଧ୍ୟ ସେ ବିବାଦୀୟ ବୟାନ ଦେଇଥିଲେ । ପୂର୍ବରୁ ଅଭୟ ନିଜ ବୟାନରେ କହିଥିଲେ ଯେ, ମାତା ପିତା ଭଗବାନଙ୍କଠାରୁ ବଡ଼ ନୁହେଁ । ଏହା ଉପରେ ଜୁନା ଆଖଡା ତରଫରୁ ଆପତ୍ତି କରାଯାଇଛି । ଏହାକୁ ଗମ୍ଭୀରତା ସହ ନେଇ ବାବାଙ୍କୁ ଆଖଡା ତରଫରୁ ବାସନ୍ଦ କରାଯାଇଛି । ଏବେ ଅଭୟ ଜୁନା ଆଖଡା ସହ ଜଡିତ ସନ୍ଥ ହେବାରୁ ବଞ୍ଚିତ ହୋଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.