ପ୍ରମୂଖ ଖବର
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ,୨୨ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ
  • ||
  • ବଲାଙ୍ଗୀର : ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ
  • ||
  • ଆନନ୍ଦପୁର : ୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଗୁଜରାଟ ମଡେଲରେ ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର, ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
  • ||
  • ମୟୂରଭଞ୍ଜ : ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ,ସ୍ୱାମୀ ଫେରାର
  • ||
  • ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର
  • ||
  • ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
  • ||
  • ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କନ୍ଧମାଳ : ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚିରନିଦ୍ରାରେ ପଦ୍ମଭୂଷଣ ରମାକାନ୍ତ ରଥ, ୯୧ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ
  • ||
  • ଲସ୍କର ଆତଙ୍କୀ ଅବୁ କତାଲ ନିହତ; NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା
  • ||
  • ଭୁବନେଶ୍ୱର : କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ଓଡ଼ିଶାରେ ଉପରମୁହାଁ ତାତି, ୩ ଦିନ ପାଇଁ ହିଟ୍‌ଓ୍ବେଭ୍ ଆଲର୍ଟ, ୩ ଜିଲ୍ଲାକୁ ରେର୍ଡ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ

Published By : Harapriya Sethi | February 26, 2025 7:53 AM

ଭୁବନେଶ୍ୱର, ୨୬/୦୨: ଆଜି ପବିତ୍ର ମହାଶିବରାତ୍ରୀ । ଏହି ଅବସରରେ ପୁରୀ ଶ୍ରୀଲୋକନାଥଙ୍କ ପୀଠରେ ପାଳିତ ହେଉଛି ଜାଗର ଯାତ୍ରା। ମଧ୍ୟରାତ୍ରୀ ପରେ ଦ୍ୱାର ଫିଟା ସହ ଦୈନନ୍ଦିନ ନୀତି ଶେଷ ହୋଇ ପ୍ରଭୁ ଶ୍ରୀଲୋକନାଥଙ୍କୁ ସର୍ବସାଧାରଣ ଦର୍ଶନ କରୁଛନ୍ତି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବାରିକେଡ଼ିଂ ମଧ୍ୟରେ ଲାଇନ୍ ବାନ୍ଧି ଦର୍ଶନ ସହ କଡ଼ା ସୁରକ୍ଷା ଓ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ବିଶେଷ କରି ମଧ୍ୟ ରାତ୍ର ପରେ ହରିହର ଭେଟ ଓ ମହାଦୀପ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି । ରାତି ସାଢେ ୧୨ଟାରେ ଦ୍ୱାର ଫିଟା ପରେ ଶ୍ରୀଲୋକନାଥଙ୍କ ମଙ୍ଗଳ ଆଳତୀ, ମଇଲମ ଓ ଅବକାଶ ପୂଜା କରାଯାଇ ଭୋରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ରାତ୍ର ପ୍ରାୟ ୧୧ ଟା ପର୍ଯ୍ୟନ୍ତ ଜାରି ରହିବ ସାଧାରଣ ଦର୍ଶନ। ପରେ ଅନ୍ୟାନ୍ୟ ୯ ଟି ନୀତି କରିବା ସହ ହେବ ହରିହର ଭେଟ । ହରିହର ଭେଟ ପରେ ଉଠିବ ମହାଦୀପ । ରାତ୍ର ପ୍ରାୟ ୩ ଟା ବେଳକୁ ମହାଦୀପ ଉଠିବାର ନୀତି ନିର୍ଘଣ୍ଟ କରାଯାଇଛି । 

ଶ୍ରୀଲୋକନାଥଙ୍କୁ ଶ୍ରୀମନ୍ଦିରରେ ଭଣ୍ତାର ରକ୍ଷକ ଭାବେ ବିବେଚନା କରାଯାଇଥାଏ । ସେଥିପାଇଁ ଏଠାରେ ହରିହର ଭେଟର ମଧ୍ୟ ପରମ୍ପରା ରହିଛି । ଏହି ପବିତ୍ର ଦିନରେ ପ୍ରଭୁ ଶ୍ରୀଲୋକନାଥଙ୍କୁ ଦର୍ଶନ କରି ଭକ୍ତ ମାନେ ଅଶେଷ କୃପା ଲାଭ କରୁଛନ୍ତି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ଜିଲ୍ଲା, ପୋଲିସ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ବ୍ୟାପକ ସିସିଟିଭି ଲଗାଯାଇଛି। ଏଥିସହ ବ୍ୟାରିକେଡ଼ିଂ ଭିତରେ ଭକ୍ତମାନେ ପ୍ରବେଶ କରି ପ୍ରଭୁଙ୍କ ଦର୍ଶନ କରୁଛନ୍ତି । ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଏସପି, ୬ ଡ଼ିଏସପି, ୧୪ ଜଣ ଇନ୍ସପେକ୍ଟରଙ୍କ ସହ ୧୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.