ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହାକୁମ୍ଭ ଦଳଚକଟା ସ୍ଥିତି ନେଇ ଯୋଗୀଙ୍କ ପ୍ରତିକ୍ରିୟା; କହିଲେ ସ୍ଥିତି ନୟନ୍ତ୍ରଣାଧୀନ ଗୁଜବଠୁ ଦୂରରେ ରହୁନ୍ତୁ

Published By : Ankita S | January 29, 2025 1:39 PM

ଲକ୍ଷ୍ନୌ,୨୯ /୦୧: ପ୍ରୟାଗରାଜ  କୁମ୍ଭମେଳାରେ ହୋଇଥିବା ଅଘଟଣ ଦେଶକୁ ସ୍ତବ୍ଦ କରି ଦେଇଛି । ତ୍ରିବେଣୀ ସଙ୍ଗମରେ ଅମୃତ ସ୍ନାନ ପାଇଁ ଜମିଥିବା ଭିଡର ଦଳଚକଟା ସ୍ଥିତି ୨୦ ଜଣଙ୍କ ଜୀବନ ନେଇଛି । ଏହାକୁ ନେଇ ପ୍ରତିକ୍ରିୟ ରଖିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବ୍ୟାରିକେଟ୍ ଭାଙ୍ଗିବାକୁ ଅଘଟଣ ଘଟିଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି । କୌଣସି ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ ବୋଲି ସେ କହିଛନ୍ତି ।

କୁମ୍ଭମେଳା ଅଘଟଣକୁ ନେଇ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ବର୍ତ୍ତମାନ ସ୍ଥିତି ନୟନ୍ତ୍ରଣରେ ରହିଛି।  ସଙ୍ଗମ ଘାଟରେ ପ୍ରବଳ ଭିଡ ହୋଇଥିଲା ।  ଆଜି ପ୍ରୟାଗରାଜରେ  ୮ କୋଟି ୧୦ କୋଟି ଭକ୍ତଙ୍କ ଭିଡ ହୋଇଥିଲା । ଆଖଡା ମାର୍ଗରେ ଥିବା ବ୍ୟାରିକେଡ୍ ଭାଙ୍ଗିବାରୁ ଦଳଚକଟା ସ୍ଥିତି ହୋଇଥିଲା । ରାତି ପ୍ରାୟ ୧ଟାରୁ ୨ଟା ମଧ୍ୟରେ ଅଘଟଣ ହୋଇଥିଲା । କିଛି ଆହତ ଅଛନ୍ତି ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଗୁଜବରେ ବିଶ୍ବାସ କରନାହିଁ । ତ୍ରିବେଣୀ ସଙ୍ଗମ ନ ଆସି ନିକଟ ଘାଟରେ ସ୍ନାନ କରନ୍ତୁ ।

ଏହା ବି ପଢନ୍ତୁ...ମହାକୁମ୍ଭରେ ଦଳାଚକଟା ଘଟଣାକୁ ନେଇ ବର୍ଷିଲେ ବିରୋଧୀ; ଏମିତି କହିଲେ ରାହୁଲ

ଜାନୁଆରୀ ୧୩ ତାରିଖରୁ ପ୍ରୟାଗରାଜରେ ଆରମ୍ଭ ହୋଇଥିବା ମହାକୁମ୍ଭରେ ଏକ ଅଘଟଣ ଘଟିଛି । ମୌନୀ ଅମାବାସ୍ୟାରେ ସଙ୍ଗମ ଘାଟରେ ଅମୃତ ସ୍ନାନ ପାଇଁ ଜମିଥିବା ଭିଡରେ ଦଳାଚକଟା ସ୍ଥିତି ଉପୁଜିଛି। ଏଥିରେ ୨୦ଜଣଙ୍କର ମୃତ୍ୟୁ ହୋଇଛି । ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି । ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗୀଙ୍କ ସହ ଫୋନ ଯୋଗେ ସ୍ଥିତି ବିଷୟରେ ମନିଟରିଂ କରିଥିଲେ । ଜରୁରୀ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେପଟେ କୁମ୍ଭମେଳାରେ ଅଘଟଣକୁ ନେଇ ୟୁପି ସରକାରକୁ ଟାର୍ଗେଟ କରିଥିଲେ ବିରୋଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଶିବସେନା  ସାଂସଦ ସଞ୍ଜୟ ରାୱତ ଯୋଗୀ ସରକାର ଉପରେ ବର୍ଷିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.