ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ଏବେ ତୁମେ ମୋ ବ୍ୟାଗ୍ ଖୋଲ, ମୁଁ ପରେ ତୁମକୁ…, ବ୍ୟାଗ୍ ଚେକ୍ କରିବା ପରେ ଅଫିସରଙ୍କ ଉପରେ ରାଗିଗଲେ ଉଦ୍ଧବ ଠାକରେ

Published By : Harapriya Biswal | November 12, 2024 5:27 PM

ନୂଆଦିଲ୍ଲୀ,୧୨।୧୧: ମହାରାଷ୍ଟ୍ରରେ ନିର୍ବାଚନ ତାରିଖ ପାଖେଇ ଆସୁଛି। ଏହା ସହ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। କିଛି ଏଭଳି ଘଟଣା ସୋମବାର ୟଭତମାଲା ଜିଲ୍ଲାରେ ଦେଖିବାକୁ ମିଳିଥିଲା। ଯେତେବେଳେ ନିର୍ବାଚନ ଅଧିକାରୀ ଶିବସେନାର ଉଦ୍ଧବ ଗୋଷ୍ଠୀର ମୁଖିଆ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟାଗ୍‌ର ଯାଞ୍ଚ ଆରମ୍ଭ କରିଦେଇଥିଲେ।

ଏହି ସମୟରେ ଉଦ୍ଧବ ସେହି ଅଧିକାରୀଙ୍କ ସହ ହଟ୍‌ ଟକ୍‌ ମଧ୍ୟ କରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଉଦ୍ଧବ ଠାକରେ ଅଧିକାରୀଙ୍କ ବ୍ୟାଗ୍‌କୁ ଚେକ୍ କରିବାକୁ ଦେଇଥିଲେ। କିନ୍ତୁ ଏହି ସମୟରେ ରାଗରେ ସେ ବହୁ ପ୍ରଶ୍ନ ମଧ୍ୟ କରିଥିଲେ। କେବଳ ସେତିକି ନୁହେଁ, ଉଦ୍ଧବ ଠାକରେ ନିଜେ ଏହି ଘଟଣାର ଭିଡିଓ ନିଜେ ରେକର୍ଡ କରିଥିଲେ ଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। 

ଉଦ୍ଧବ ନିର୍ବାଚନ କମିଶନ୍‌ ଅଧିକାରୀଙ୍କୁ କହିଛନ୍ତି, ସେମାନେ ଶାସକ ପକ୍ଷରୁ ନେତାଙ୍କ ଯାଞ୍ଚ କରି ଭିଡିଓ ସେୟାର କରନ୍ତୁ। ଉଦ୍ଧବ ଅଫିସରଙ୍କୁ କହିଛନ୍ତି, କ’ଣ ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଡେପୁଟି ସିଏମ୍‌ ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ ପାଓ୍ବାରଙ୍କ ବ୍ୟାଗ୍ ଯାଞ୍ଚ କରିଛନ୍ତି ? କ’ଣ ସେମାନେ ମହାରାଷ୍ଟ୍ର ରାଲି ବେଳେ ପିଏମ୍‌ ମୋଦି ଓ ଅମିତ ଶାହଙ୍କ ବ୍ୟାଗ୍‌ର ତଲାସୀ ନେଇଛନ୍ତି ? କେବଳ ସେତିକି ନୁହେଁ ଉଦ୍ଧବ କହିଥିଲେ, ଏବେ ତୁମେ ମୋର ବ୍ୟାଗ୍‌ ଖୋଲୁଛି, ମୁଁ ତୁମକୁ ଖୋଲିବି। ’

ଉଲ୍ଲେଖନୀୟ ଯେ, ଉଦ୍ଧବ ଠାକରେ ସୋମବାର ନିର୍ବାଚନ ପ୍ରଚାର କରିବା ପାଇଁ ୟବତମାଲା ଜିଲ୍ଲାରେ  ପହଁଞ୍ଚିଥିଲେ। ସେଠାରେ ଭାନି ହେଲିପ୍ୟାଡ୍‌ରେ ଯେତେବେଳେ ଉଦ୍ଧବ ହେଲିକପ୍ଟରରୁ ଓହ୍ଲାଇଥିଲେ, ସେଠାରେ ଠିଆ ହୋଇଥିବା ନିର୍ବାଚନ କମିଶନ୍‌ର ଅଫିସର ଉଦ୍ଧବଙ୍କ ହେଲିକପ୍ଟର ଯାଞ୍ଚ କରିଥିଲେ। ଏହାପରେ ଅଫିସରମାନେ ଉଦ୍ଧବଙ୍କ ଯାଞ୍ଚ ପାଇଁ ତାଙ୍କର ବ୍ୟାଗ୍ ମାଗିଥିଲେ। ଏହି କଥାରେ ସେ ରାଗି ଯାଇଥିଲେ, ବ୍ୟାଗ୍ ତ ଦେଇଥିଲେ, କର୍ମଚାରୀଙ୍କୁ ପ୍ରଶ୍ନ ପଚାରି ଭିଡିଓ ରେକର୍ଡ କରିଥିଲେ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.