ମୁମ୍ବାଇ,୯।୩: ଓଲା,ଉବେର ଓ ରାପିଡୋ ଭଳି ବାଇକ୍ ଟ୍ୟାକ୍ସି ସେବା ଉପରେ ରୋକ ଲଗାଇଲେ ମହାରାଷ୍ଟ୍ର ସରକାର। ରାଜ୍ୟ ସରକାର ଏହି ତିନି କମ୍ପାନୀର ଅସ୍ଥାୟୀ ଲାଇସେନ୍ସ ତୁରନ୍ତ ରଦ୍ଦ କରିଦେଇଛନ୍ତି। କାରଣ ଏହି କମ୍ପାନୀକୁ ମହାରାଷ୍ଟ୍ରରେ କେବଳ ଇଲେକ୍ଟ୍ରିକ୍ ବାଇକ୍ ଟ୍ୟାକ୍ସି ଚଳାଇବାର ସର୍ତ୍ତରେ ଅନୁମତି ଦିଆଯାଇଥିଲା,କିନ୍ତୁ ଅଭିଯୋଗ ରହିଛି ଯେ, କମ୍ପାନୀ ଇଲେକ୍ଟ୍ରିକ୍ ବାଇକ୍ ସ୍ଥାନରେ ପେଟ୍ରୋଲରେ ଚାଲୁଥିବା ବାଇକ୍ ଟ୍ୟାକ୍ସି ଚଳାଉଥିଲା। ଏହାକୁ ସରକାରଙ୍କ ସହ ନିୟମର ଉଲଂଘନ ବୋଲି ଗ୍ରହଣ କରାଯାଇଥିଲା।
ସରକାରଙ୍କ କହିବା ଅନୁସାରେ,ନିୟମର ପାଳନ ନକରିବା କାରଣରୁ ତିନି କମ୍ପାନୀର ଅସ୍ଥାୟୀ ଲାଇସେନ୍ସ ରଦ୍ଦ କରି ଦିଆଯାଇଥିଲା। ଯେଉଁ କାରଣରୁ ବର୍ତ୍ତମାନ ମହାରାଷ୍ଟ୍ରରେ ତାଙ୍କ ବାଇକ୍ ଟ୍ୟାକ୍ସି ବନ୍ଦ ରହିବ। ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଭବିଷ୍ୟତରେ କେବଳ ଇଲେକ୍ଟ୍ରିକ୍ ବାଇକକୁ ଅନୁମତି ଦିଆଯିବ। ଯାହାଫଳରେ ସୁରକ୍ଷା ଓ ପରିବେଶ ଉଭୟକୁ ଧ୍ୟାନରେ ରଖିହେବ।
ମହାରାଷ୍ଟ୍ର ସରକାର ଏହି କମ୍ପାନୀ ଗୁଡିକୁ ଜରୁରୀ ଡକ୍ୟୁମେଣ୍ଟ ଜମା କରିବାକୁ ଏକ ମାସର ସମୟ ଦେଇଛନ୍ତି। ସେହି ସମୟରେ ଡକ୍ୟୁମେଣ୍ଟ ଜମା ନକରିବା ଉପରେ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ମନ୍ତ୍ରୀ ପ୍ରତାପ ସରନାଇକ କହିଛନ୍ତି,କମ୍ପାନୀକୁ ଆଉ ଏକ ମାସର ଡେଡ୍ଲାଇନ୍ ଦିଆଯାଇଛି। ଯଦି ଏହି ସମୟରେ ଡକ୍ୟୁମେଣ୍ଟଜମା ନକରନ୍ତି,ତେବେ ତାଙ୍କର ଲାଇସେନ୍ସ ସବୁଦିନ ପାଇଁ କ୍ୟାନସେଲ୍ କରି ଦିଆଯିବ।
ସରକାର ଆରମ୍ଭରୁ ଇକୋ-ଫ୍ରେଣ୍ଡଲି ଟ୍ରାନ୍ସପୋର୍ଟକୁ ପ୍ରୋତ୍ସାହନ ଓ ମହାରାଷ୍ଟ୍ରର ପୁଅଙ୍କୁ ରୋଜଗାର ଦେବାର ଉଦେଶ୍ୟରେ ଇ-ବାଇକ୍ ଟ୍ୟାକ୍ସିକୁ ଅନୁମତି ଦେଇଥିଲେ। କିନ୍ତୁ ଓଲା,ଉବେର ଓ ରାପିଡୋ ଭଳି କମ୍ପାନୀ ଇଲେକ୍ଟ୍ରିକ୍ ବାଇକ୍ ସ୍ଥାନରେ ପେଟ୍ରୋଲରେ ଚାଲୁଥିବା ବାଇକ୍ ବ୍ୟବହାର ଜାରି ରଖିଛନ୍ତି। ସରକାର ତାଙ୍କ ବିରୋଧରେ ଆକ୍ସନ ନେବାର ନିଷ୍ପତ୍ତି ନେଇଛନ୍ତି। କାରଣ ବାରମ୍ବାର ଆକ୍ସନ ନେବାପରେ ବି ନିୟମର ପାଳନ କରାଯାଉ ନାହିଁ। ଏବେ, ସରକାରଙ୍କ ନୂତନ ନିଷ୍ପତ୍ତି ଅନୁଯାୟୀ, ଯଦି ପେଟ୍ରୋଲ ବାଇକ୍ ଟ୍ୟାକ୍ସି ଚାଲୁଥିବାର ଦେଖାଯାଏ, ତେବେ କେବଳ ଡ୍ରାଇଭର ନୁହେଁ ବରଂ ବାଇକ୍ ମାଲିକଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରାଯିବ। ବାଇକ୍ ମଧ୍ୟ ଜବତ କରାଯିବ। ଏହି ସରକାରୀ ନିଷ୍ପତ୍ତି ମୁମ୍ବାଇରେ ଅବୈଧ ବାଇକ୍ ଟ୍ୟାକ୍ସି ସେବା ବନ୍ଦ ହେବାର ସମ୍ଭାବନା ରହିଛି ଏବଂ ହଜାର ହଜାର ଡ୍ରାଇଭରଙ୍କ ଉପରେ ଏହାର ପ୍ରଭାବ ପଡ଼ିପାରେ।
ଆହୁରି ପଢନ୍ତୁ : ଦିଲ୍ଲୀ ମଦ ଦୁର୍ନୀତି: କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କ ମୁକ୍ତିକୁ ସିବିଆଇର ଚ୍ୟାଲେଞ୍ଜ,ନୋଟିସ୍ ଜାରି କଲେ ହାଇକୋର୍ଟ