ପ୍ରମୂଖ ଖବର
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଭିକ୍କିଙ୍କର ଫିଲ୍ମ 'ଛାଭା' ରିଲିଜ ପୂର୍ବରୁ ଏକ୍ସପର୍ଟଙ୍କୁ ଦେଖାଅ : ମହାରାଷ୍ଟ୍ର ମନ୍ତ୍ରୀଙ୍କର ବୟାନ

Published By : Prameya | January 26, 2025 10:41 PM

ନୂଆଦିଲ୍ଲୀ : ଭିକ୍କି କୌଶଳଙ୍କର ଫିଲ୍ମ ଛାଭା ଏବେ ରିଲିଜ୍‌ ମଧ୍ୟ ହୋଇ ନାହିଁ, କିନ୍ତୁ ଫିଲ୍ମକୁ ନେଇ ଏକ ବୟାନ ସାମନାକୁ ଆସିଛି। ଫିଲ୍ମ ମରାଠା ସମ୍ରାଟ ଛତ୍ରପତି ଶିବାଜୀଙ୍କର ପୁଅ ସମ୍ଭାଜୀ ମହାରାଜଙ୍କ ଉପରେ ଜୀବନ ସଂଘର୍ଷ ଉପରେ ଆଧାରିତ। ଏବେ ମହାରାଷ୍ଟ୍ରର ମନ୍ତ୍ରୀ ଉଦୟ ସାମନ୍ତ ଫିଲ୍ମ ଛାଭାକୁ ନେଇ ଏକ ବୟାନ ଦେଇଛନ୍ତି। ଏହି ବୟାନରେ କୁହାଯାଇଛି କି ମକର୍ସକୁ ଏହି ଫିଲ୍ମ ଥିଏଟରରେ ରିଲିଜ କରିବା ପୂର୍ବରୁ କୌଣସି ଏକ୍ସପର୍ଟଙ୍କୁ ଦେଖାଇବାକୁ ହେବ।

ଉଦୟ ସାମନ୍ତ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି , ଏହା ଗର୍ବର କଥା କି ଛତ୍ରପତି ସମ୍ଭାଜି ମହାରାଜଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ କରିବାକୁ ଯାଉଛନ୍ତି। ହେଲେ ଏହା ଜରୁରୀ କି ଫିଲ୍ମକୁ ରିଲିଜ ପୂର୍ବରୁ ଐତିହାସିକ ଓ ଏକ୍ସପର୍ଟ ଦେଖନ୍ତୁ। ଯଦି କୌଣସି ବି ଆପତ୍ତିକର ସାମଗ୍ରୀ ଥିବାର ଜଣାଯାଏ , ତ ଏହାକୁ ତୁରନ୍ତ ହଟାଇ ଦିଆଯାଉ। ଆମେ ଏହା ସୁନିଶ୍ଚିତ କରିବାକୁ ଚାହୁଁଛୁ କି, ଏହି ଫିଲ୍ମରେ ଛତ୍ରପତିଙ୍କର ଗାରିମା ଓ ସମ୍ମାନର ରକ୍ଷା ହେବ। ସେ ଆହୁରି କହିଛନ୍ତି , ଫିଲ୍ମର ରିଲିଜକୁ ରୋକିବା ପାଇଁ ଆମେ ପଛକୁ ହଟିବା ଉଠିବା ନୁହେ, ଯଦି  ଫିଲ୍ମରେ କିଛି ଏମିତି ହୋଇଥାଏ , ଯାହା ମହାରାଜଙ୍କର ଇଜ୍ଜତକୁ କ୍ଷତି ପହଞ୍ଚାଇବ। 


କହି ରଖୁଛୁ କି, ଫିଲ୍ମ ଛାଭାରେ ଭିକ୍କି କୌଶଳ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ରୂପେ ନଜର ଆସିବେ , ଯିଏ ୧୬୮୧ରେ ଛତ୍ରପତି ଶିବାଜୀ ମହାରାଜଙ୍କ ପରେ ମରାଠା ସାମ୍ରାଜ୍ୟର ଶାସକ ହୋଇ ଥିଲେ। ଫିଲ୍ମରେ ତାଙ୍କର ବୀରତ୍ୱ ସଂଘର୍ଷ ଓ ସାମ୍ରାଜ୍ୟ ପାଇଁ ତାଙ୍କର ବଳିଦାନର କାହାଣୀକୁ ପ୍ରଦର୍ଶିତ କରାଯିବ। ଲକ୍ଷ୍ମଣ ଉତେକରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ମୈଡାକ ଫିଲ୍ମସ ପ୍ରଡ୍ୟୁସ୍‌ କରିଛି। ଛାଭାର ଟ୍ରେଲର ଜବରଦସ୍ତ ଥିବା କୁହାଯାଉଛି। ଫିଲ୍ମ ୧୪ ଫେବ୍ରୁଆରୀରେ ଥିଏଟରରେ ରିଲିଜ ହେବାକୁ ଯାଉଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.