ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମହାରାଷ୍ଟ୍ରରେ ଏନ୍‌ଡିଏର ଆସନ ବୁଝାମଣା ଚୂଡ଼ାନ୍ତ: ବିଜେପି ୧୫୫, ଶିବସେନା ୭୮, ଏନ୍‌ସିପି ୫୫ ଆସନରେ ଲଢ଼ିପାରେ

Published By : Prameya | October 20, 2024 9:22 AM

ମୁମ୍ବାଇ,୨୦/୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଆସନ ବୁଝାମଣାକୁ ନେଇ ଶୁକ୍ରବାର  ବିଳମ୍ବିତ ରାତିରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ  ବାସଭବନରେ ଏନ୍‌ଡିଏର ମେଣ୍ଟ ଦଳ ମଧ୍ୟରେ  ଅଢ଼େଇ ଘଣ୍ଟା ଧରି ବୈଠକ ହୋଇଥିଲା । ସେଥିରେ  ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ  ଅଜିତ ପାୱାର, ଦେବେନ୍ଦ୍ର ଫଡ୍‌ନାଭିସ୍‌ ସାମିଲ  ହୋଇଥିଲେ । ବୈଠକରେ ଆସନ ବୁଝାମଣାକୁ  ନେଇ ସହମତି ହୋଇଥିବା ସାମ୍ନାକୁ ଆସିଛି । 

ସୂତ୍ର  ମୁତାବକ, ରାଜ୍ୟର ୨୮୮ ବିଧାନସଭା ଆସନ  ମଧ୍ୟରୁ ବିଜେପି ୧୫୫, ଶିବସେନା ଶିନ୍ଦେ ଗୋଷ୍ଠୀ  ୭୮, ଏନ୍‌ସିପି ଅଜିତ ପାୱାରଙ୍କ ଗୋଷ୍ଠୀ ୫୫ଟି  ଆସନରେ ନିଜର ପ୍ରାର୍ଥୀ ଦେବ । ଛୋଟ ଦଳଗୁଡି଼କୁ  ମଧ୍ୟ କିଛି ଆସନ ଦେବା ଲାଗି ବୈଠକରେ ସହମତି  ହୋଇଛି । ଛୋଟ ଦଳଗୁଡ଼ିକୁ ବିଜେପି ନିଜ କୋଟାରୁ  ଆସନ ଦେବ । କୌଣସି ଦଳ ନିକଟରେ ଜିତିବା  ଭଳି ପ୍ରାର୍ଥୀ ନଥିଲେ ୫ଟି ସ୍ଥାନରେ ପ୍ଲସ୍‌-ମାଇନସ୍‌  ହୋଇପାରେ । କିଛି ଆସନକୁ ନେଇ ତିନି ଦଳ  ମଧ୍ୟରେ ସାମାନ୍ୟ ସମସ୍ୟା ଥିବାବେଳେ ଶାହଙ୍କ  ନିର୍ଦ୍ଦେଶ ପରେ ତାକୁ ରାଜ୍ୟ ସ୍ତରରେ ସମାଧାନ  କରିବାକୁ ନିଷ୍ପତ୍ତି ନିଆଯାଇଛି । 

ସେହିଭଳି ବିଜେପି, ଏନ୍‌ସିପି ଓ ଶିବସେନା କିଛି ଆସନ ବଦଳାଇବା  ନେଇ ମଧ୍ୟ ନିର୍ଣ୍ଣୟ ନେଇଛନ୍ତି । ଦିଲ୍ଲୀରେ ଅମିତ  ଶାହଙ୍କ ସହିତ ସାକ୍ଷାତ ପରେ ଦୁଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ଓ ଅଜିତ ପାୱାର ମହାରାଷ୍ଟ୍ର  ଫେରି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ସିନ୍ଦେ ଅଦ୍ୟାବଧି ଦିଲ୍ଲୀରେ ଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ଗୋଟିଏ  ପର୍ଯ୍ୟାୟରେ ନଭେମ୍ବର ୨୦ ତାରିଖରେ ଭୋଟ୍‌ ଗ୍ରହଣ  ଅନୁଷ୍ଠିତ ହେବ। ନଭେମ୍ବର ୨୩ରେ ଫଳାଫଳ  ସାମ୍ନାକୁ ଆସିବ । ସେଠାରେ ମହାୟୁତି ସରକାର ପୁଣି  କ୍ଷମତାକୁ ଫେରିବ ନା ମହାବିକାଶ ଅଘାଡି କୌଣସି ଚମତ୍କାର ଦେଖାଇବ ଏହା ସମୟ ହିଁ କହିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.