ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

IPL ପୂର୍ବରୁ ଆନିମଲ୍ ଲୁକରେ ନଜର ଆସିଲେ ମାହି, ଫ୍ୟାନ୍ସ ବି ହେଲେ ଆଶ୍ଚର୍ଯ୍ୟ

Published By : Prameya | March 18, 2025 6:55 PM

ମୁମ୍ବାଇ, ୧୮/୩ : ମହେନ୍ଦ୍ର ସିଂହ ଧୋନୀ ଏ ନାଁ ପ୍ରତିଟି ଭାରତୀୟଙ୍କ ହୃଦୟର ସ୍ପନ୍ଦନ । ଏବେ ତାଙ୍କ ନିୟୁ ଲୁକକୁ ନେଇ ସେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ଲୁକ୍ ସାମ୍ନାକୁ ଆସିବା ପରେ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ସନ୍ଦୀପ ରେଡ୍ଡୀ ବାଂଗାଙ୍କ ନିର୍ଦ୍ଦେଶନାରେ ହୋଇଥିବା ଆନିମଲ ଫିଲ୍ମ ଏକ ବଡ଼ ହିଟ୍ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମରେ ନଜର ଆସିଥିବା ରଣବୀର କପୁରଙ୍କ ଲୁକ୍ ବହୁ ଭାଇରାଲ ହୋଇଥିଲା । ରଣବୀର କପୁରଙ୍କ ଏହି ଲୁକରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧୀନାୟକ ମହେନ୍ଦ୍ର ସିଂହ ଧୋନୀ ନଜର ଆସୁଛନ୍ତି । ଏମଏସ ଧୋନୀଙ୍କ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଆସିଛି। ଯେଉଁଥିରେ ସେ ଆନିମଲ ଫିଲ୍ମର ଡାଇଲଗ କହୁଥିବା ବି ନଜର ଆସୁଛନ୍ତି ।

ଏମଏସ ଧୋନୀ ଇ-ମୋଟୋରାଡ଼ ଲାଗି ଏକ ବିଜ୍ଞାପନ କରୁଥିବା ନଜର ଆସୁଛନ୍ତି।  ଏହି ବିଜ୍ଞାପନରେ ଧୋନୀଙ୍କ ସହ ଆନିମଲ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବି ନଜର ଆସୁଛନ୍ତି । ଏହି ବିଜ୍ଞାପନରେ ହିଁ ଧୋନୀ ସନ୍ଦୀପ ରେଡ୍ଡୀ ବାଂଗାଙ୍କୁ କହୁଛନ୍ତି କି ‘ସୁନାଇ ଦେ ରହା ହେ ମୁଝେ, ବହରା ନହିଁ ହୁଁ ମେଁ‘ । ଏହି ବିଜ୍ଞାପନରେ ଧୋନୀଙ୍କ ଡାଇଲଗ ସହ ହିଁ ଷ୍ଟାଇଲ ବି ଆନିମଲର ରଣବୀରଙ୍କ ଭଳି ରହିଛି । 

ଇ-ମୋଟୋରାଡ ଇଲେକ୍ଟ୍ରିକ ସାଇକେଲ ନିର୍ମାଣ କରୁଥିବା କମ୍ପାନୀ ଅଟେ । ଯାହା କି ରିମୁଓ୍ବେବଲ ବ୍ୟାଟେରୀ ସହ ଆସିଥାଏ । ଏହି ବ୍ରାଣ୍ଡର ଇ- ସାଇକେଲ ସିଙ୍ଗଲ ଚାର୍ଜିଂରେ ୮୦କିଲୋମିଟରରୁ ଅଧିକ ରେଞ୍ଜ ଦେବାର ଦାବି କରିଥାଏ । ଏହି କମ୍ପାନୀ ପ୍ରିମିୟମ ସାଇକେଲ ନିର୍ମାଣ କରିଥାଏ । ଏହି କମ୍ପାନୀର ସାଇକେଲରେ T-Rex Airର ନାଁ ରହିଛି , ଯାହା ୫ କଲର ଓ୍ବାରିଏଣ୍ଟ ସହ ଆସିଥାଏ । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.