ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବରଗଡରେ ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା : ମୁଖ୍ୟ ଅଭିଯୁକ୍ତ ଟିଟିଲାଗଡରୁ ଗିରଫ

Published By : Suraj Kumar | January 21, 2025 9:08 PM

ବରଗଡ, ୨୧।୧ : ବରଗଡରେ ଅଚେତ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣାରେ ସୋମବାର ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ   ଗିରଫ କରିଥିବା ବେଳେ ମଙ୍ଗଳବାର ମୂଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ ଗିରଫ କରିଛି ।  ସୋମବାର ବିଜେପୁର ଥାନା ପୁଟକା ଗାଁର ସର୍ଜନ ଡନେସେନା , ପ୍ରହଲ୍ଲାଦ ଦାଶ ଓ   ଜଗଦଲପୁର ଥାନା ଧୁମାଭଟା   ଗାଁର ଜୟକୃଷ୍ଣ ଡ଼ନସେନାକୁ ଗିରଫ କରା ଯାଇଥିଲା । ମଙ୍ଗଳବାର ବରଗଡ଼ରୁ   ମାଲିପାଲି ଗାଁର ରାହୁଲ ଭୋଷାଗର ଓ ମୁଖ୍ୟ ଅଭିଯୁକ୍ତ ରାକେଶ ଡନସେନାକୁ  ଟିଟଲାଗଡ଼ ରେଲୱେ ଷ୍ଟେସନରୁ ଗିରଫ କରିଛି ବରଗଡ଼ ପୋଲିସ ।

ଗତ ୧୨ ତାରିଖ ଦିନ ଧନୁଯାତ୍ରା ଦେଖିବାକୁ ଆସିଥିବା ଜଣେ ଯୁବତୀକୁ ନିଖୋଜ ହେବାର ୪୮ ଘଣ୍ଟା ପରେ ରକ୍ତ ଜୁଡୁ ବୁଡ଼ୁ ଅବସ୍ଥାରେ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା। ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଆଜି ପଡ଼ିତାକୁ ନ୍ୟାୟ ଦାବିରେ ସଚେତନ ନାଗରିକ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡ଼ାକରା ଦିଆ ଯାଇଥିଲା । ଏହି ବନ୍ଦରେ ଜରୁରୀ କାଳିନ ସେବାକୁ ବାଦ ଦିଆଯାଇଥିଲା । ବନ୍ଦକୁ ବିଜେଡି, କଂଗ୍ରେସ ଓ ଅନ୍ୟାନ୍ୟ ସଂଗଠନ ସମର୍ଥନ ଜଣାଇ ରାଜ ରାସ୍ତାକୁ ଓହ୍ଲାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.